Mukesh Ambani Visits Tirupati: ସାନ ବୋହୂ ସହ ତିରୁପତିରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ଜାଣନ୍ତୁ କାହିଁକି?

Mukesh Ambani visits Tirupati, ଅମରାବତୀ: ତିରୁପତି ଭେଙ୍କଟେଶ୍ୱରଙ୍କ ଶରଣରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ। ଶୁକ୍ରବାର ନିଜ ପରିବାର ସହ ରିଲାଏନ୍ସ ଚେୟାରମ୍ୟାନ, ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ତୁରୁମାଲା ତିରୁପତି ଦେବସ୍ଥାନମ ମନ୍ଦିର ପରିଦର୍ଶନ କରିଛନ୍ତି। ତିରୁପତି ମନ୍ଦିରକୁ ମୁକେଶ ଅମ୍ବାନୀ ଏକ ମୋଟା ରକମର ଅର୍ଥ ଦାନ ଦେଇଛନ୍ତି। ଏହା ସହ ସେ ଠାକୁରଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।

Fri, 16 Sep 2022-5:38 pm,
1/6

ମୁକେଶ ଆମ୍ବାନୀ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହା ସହ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦାନ ସଦୃଶ୍ୟ ଦେଢ କୋଟି ଟଙ୍କାର ଚେକ ପ୍ରଦାନ କରିଥିବା ସୂଚନା ମିଳିଛି।

2/6

ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଶ୍ରୀଭଲ୍ଲି ବ୍ରହ୍ମୌତ୍ସଭମ ଉତ୍ସବ ଚାଲିବ। ତେବେ ଶ୍ରୀଭଲ୍ଲି ବ୍ରହ୍ମୌତ୍ସଭମ ପୂର୍ବରୁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ସପରିବାର ତିରୁପତି ମନ୍ଦିର ପରିଦର୍ଶନ କରିଛନ୍ତି। 

3/6

ଦୀର୍ଘ ଦୁଇ ବର୍ଷ ପରେ ତିରୁପତିରେ ପ୍ରସିଦ୍ଧ ଶ୍ରୀଭଲ୍ଲି ବ୍ରହ୍ମୌତ୍ସଭମ ଅନୁଷ୍ଠିତ ହେବାକୁ ଯାଉଛି। 

 

4/6

ତିରୁପତି ମନ୍ଦିର ବ୍ୟତୀତ ମୁକେଶ ଅମ୍ବାନୀ ଏସଭି ଗୋଶାଳା ମଧ୍ୟ ବୁଲି ଦେଖିଛନ୍ତି। ତେବେ ସ୍ୱାମୀ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇ ଅତ୍ୟନ୍ତ ଆନନ୍ଦିତ ଥିବା ରିଲାଏନ୍ସ ଚେୟାରମ୍ୟାନ କହିଛନ୍ତି। 

5/6

ଅମ୍ବାନୀଙ୍କ ସହ ଭାବି ସାନ ବୋହୂ ରାଧିକା ମର୍ଚାଣ୍ଟ ମଧ୍ୟ ତିରୁପତି ଗସ୍ତ କରିଛନ୍ତି। ରାଧିକା ହେଉଛନ୍ତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପତ୍ନୀ। 

6/6

ତିରୁପତି ଛାଡିବା ପୂର୍ବରୁ ମୁକେଶ ଅମ୍ବାନୀ ସେଠାରେ ହାତୀମାନଙ୍କୁ ଭୋଜନ କରାଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link