Rakesh JhunJhunwala: ବିଶିଷ୍ଟ ବିଜନେସ ଟଇକୋନ କୁହାଯାଉଥିବା ରାକେଶ ଝୁନଝୁନଓ୍ୱାଲା(Rakesh JhunJhunwala)ଙ୍କ ଦେହାନ୍ତ ଭାରତୀୟ ଉଦ୍ୟଗ ଜଗତରେ ହଇଚଇ ସୃଷ୍ଟି କରିଛି। ସେୟାର ମାର୍କେଟର ଜଣେ ବିଶିଷ୍ଚ ବ୍ୟକ୍ତି ରାକେଶ ଝୁନଝୁନଓ୍ୱାଲାଙ୍କ ରବିବାର ସକାଳେ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଗୋଟିଏ ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଲ୍ଟି ଅର୍ଗାନ(Multi Organ) ଫେଲୋର ଥିବା ଡାକ୍ତର କହିଥିଲେ ଓ ଆଜି ସକାଳେ ୬୨ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। 


COMMERCIAL BREAK
SCROLL TO CONTINUE READING


ରାକେଶ ଝୁନଝୁନଓ୍ୱାଲା ମାତ୍ର ୫ ହଜାର ଟଙ୍କା ସହିତ ସେୟାର ମାର୍କେଟ(Share Market)ରେ ଟଙ୍କା ନିବେଷ ଆରମ୍ଭ କରିଥିଲେ। ଯାହା ପରେ ହଜାରେ କୋଟି ସମ୍ପତ୍ତିରେ ରୂପାନ୍ତରିତ ହୋଇଯାଇଥିଲା। ରାକେଶ ଝୁନଝୁନଓ୍ୱାଲା ୧୯୬୦ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅତି ସାଧାରଣ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା ତାଙ୍କର। ପିଲାଦିନରୁ ସେ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ ଭଲ ପାଉଥିଲେ। ୧୯୮୫ରେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଭାବରେ ଅଧ୍ୟୟନ ସାରି ସେୟାର ବଜାରରେ ପ୍ରଥମେ ପାଦ ରଖିଥିଲେ। ଏହି ପଦକ୍ଷେପ ପରେ ମାତ୍ର କିଛି ଦିନ ମଧ୍ୟରେ ସେ ସେୟାର ବଜାରର ବାଦଶାହା ହୋଇଯାଇଥିଲେ। ସେ ଯେଉଁ ସେୟାର କଣୁଥିଲେ ତାହା ରାତାରତି ଆକାଶ ଛୂଆଁ ହୋଇଯାଉଖିଲା। ସେହି କାରଣରୁ ତାଙ୍କୁ ଭାରତୀୟ ବଜାରର ଓ୍ବାରେନ ବଫେଟ(Warren Buffett of India) କୁହାଯାଏ। 


୧୯୮୫ ମସିହାରେ ରାକେଶ ଝୁନଝୁନଓ୍ବାଲା ଟାଟା ଟି (Tata Tea)ର ସେୟାର କିଣିଥିଲେ। ସେ ସେହି ସେୟାରକୁ ସେୟାର ପିଛା କେବଳ ୪୩ ଟଙ୍କାରେ କିଣିଥିଲେ। ଯାହା, ତିନି ମାସ ମଧ୍ୟରେ 143 ଟଙ୍କାରେ ପହଞ୍ଚି ଯାଇଥିଲା। ଏହାପରେ ରାକେଶ ଝୁନଝୁନଓ୍ବାଲା କେବେ ପଛକୁ ଫେରି ଚାହିଁ ନାହାନ୍ତି। ସେ ପରବର୍ତ୍ତି କିଛି ବର୍ଷ ମଧ୍ୟରେ କୋଟିକୋଟି ଟଙ୍କା ରୋଜଗାର କରିଥିଲେ। ସେତେବେଳେ ଏହା ବିଶ୍ବାସ କରାଯାଉଥିଲା ଯେ, ରାକେଶ ଝୁନଝୁନଓ୍ବାଲା ଯେଉଁ ସେୟାର କିଣିବେ ତାହାର ଦର ତାହା ଆକାଶ ଛୂଆଁ ହୋଇଯିବ।


ଏହି କାରଣରୁ ତାଙ୍କୁ ଭାରତର 'ୱାରେନ୍ ବଫେଟ୍' କୁହାଯାଉଥିଲା। କିନ୍ତୁ, ରାକେଶ ଝୁନଝୁନୱାଲାଙ୍କୁ 'ୱାରେନ୍ ବଫେଟ୍' ସହିତ ତୁଳନା କରିବା ପସନ୍ଦ ନଥିଲା। ୨୦୧୨ରେ ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ସେ କହିଥିଲେ ଯେ ଧନ, ସଫଳତା ଏବଂ ଅଭିଜ୍ଞତା କ୍ଷେତ୍ରରେ 'ୱାରେନ୍ ବଫେଟ୍' ତାଙ୍କ ଠାରୁ ବହୁତ ଆଗରେ ରହିଛନ୍ତି। ସେ ତାଙ୍କ ସହିତ ତୁଳନା କରିବାକୁ ଚାହାଁନ୍ତି ନାହିଁ। ତାଙ୍କୁ ଷ୍ଟକ୍ ମାର୍କେଟର ପାରସ୍ ପଥର ଭାବରେ ବିବେଚନା କରାଯାଉଥିଲା, କାରଣ ସେ ଛୁଇଁଥିବା ପ୍ରତ୍ୟେକ ଷ୍ଟକ୍ ସୁନାରେ ପରିଣତ ହୋଇଯାଉଥିଲା।


୨୦୦୩ ମସିହାରେ ରାକେଶ ଝୁନଝୁନୱାଲା ପୁଣି ଥରେ ତାଙ୍କ ପ୍ରିୟ ଟାଟାର ଟାଇଟନ କମ୍ପାନୀ(Titan Company)ରେ ଟଙ୍କା ବିନିଯୋଗ କରିଥିଲେ। ଝୁନଝୁନୱାଲା ଟାଇଟାନ କମ୍ପାନୀର ସେୟାରକୁ ମାତ୍ର ୩ ଟଙ୍କାରେ କିଣିଥିଲେ, ଯାହାର ବର୍ତ୍ତମାନ ସେୟାର ପ୍ରତି ୨୪୭୨ ଟଙ୍କା ରହିଛି।



ପ୍ରତିବର୍ଷ ଫୋର୍ବସ୍ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରେ। ଯେଉଁଥିରେ ରାକେଶ ଝୁନଝୁନୱାଲାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ସେ ଭାରତର ସବୁଠାରୁ ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଅନ୍ତର୍ଭୁକ୍ତ। ସେ ଭାରତର ୩୬ ତମ ଧନୀ ବ୍ୟକ୍ତି ଥିଲେ। ତାଙ୍କର ମୋଟ ସମ୍ପତ୍ତି ୫.୮ ବିଲିୟନ ଡ଼ଲାର୍ ଅର୍ଥାତ ୪୦,୦୦୦ରୁ ଅଧିକ ରଥିଲା। ଆଜିର ସମୟରେ ତାଙ୍କ ପ୍ରୋଫାଇଲରେ କେତେକ କମ୍ପାନୀ ଯେପରି, ଟିଭି-୧୮, ଟିଭି ରିୟଲ୍ଟି, ଇଣ୍ଡିଆନ ହୋଟେଲ୍ସ, ଇଣ୍ଡିୟାବୁଲ୍ସ ହାଉସିଂ, ଫାଇନାନ୍ସ, ଏକ୍ସର୍ଟ୍ସ ଲିମିଟେଡ, ଟାଇଟନ ଆଦି ଅନେକ କମ୍ପାନୀ ସାମିଲ ରହିଛି।