RBI on Inflation: ଖୁବଶୀଘ୍ର ଦେଶବାସୀଙ୍କୁ ମହଙ୍ଗାରୁ ମୁକ୍ତି ମିଳିବ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତିରୁ ମୁକ୍ତି ମିଳିପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ଟୋବରରୁ ମୁଦ୍ରାସ୍ଫୀତି ଉପରେ ଆଶ୍ୱସ୍ତି ମିଳିପାରେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ RBI ପଦକ୍ଷେପ ଗ୍ରହଣ କରୁଛି, ଯାହା ଦ୍ୱାରା ଦୃଢ ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ ହୋଇପାରିବ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅକ୍ଟୋବରରୁ ସାଧାରଣ ଲୋକ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikanta Das) କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ (ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ) ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି ଯାହା ଦେଶର ଅର୍ଥନୈତିକ ସମସ୍ୟାକୁ ଦୂର କରିବ। ବର୍ତ୍ତମାନ ଯୋଗାଣ ଦୃଷ୍ଟିକୋଣ ଭଲ ଦେଖାଯାଉଛି ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅର୍ଥନୀତିର ଏକ ଭଲ ପୁନରୁଦ୍ଧା ହୋଇଛି ଏବଂ ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧ୍ୟମ ହେବ ବୋଲି ଆଶା କରାଯାଉଛି।


Also Read: Ratha Yatra 2022: ଦୁଇ ବର୍ଷ ପରେ ଆଜି ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି


 


ଯୋଗାଣ ଶୃଙ୍ଖଳା ସମସ୍ୟା, ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ୟୁକ୍ରେନ ଉପରେ ଋଷର ଆକ୍ରମଣରୁ ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ହନ୍ତସନ୍ତ ହେଉଛନ୍ତି। ଏହିସବୁ କାରଣରୁ ଭାରତର ମୁଦ୍ରାସ୍ଫୀତି (Inflation) ହାର ଚଳିତ ବର୍ଷ ଆରମ୍ଭରୁ ହିଁ ରିଜର୍ଭ ବ୍ୟାଙ୍କ (Resrve Bank of India) ର ଟୋଲରେନ୍ସ ଲେଭଲ ୬%ରୁ ଉପରେ ରହିଛି। ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ (କୁ ରେପୋ ହାରକୁ ୯୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ପଡିଛି। ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୭%ରୁ ୬.୭%କୁ ବୃଦ୍ଧି କରିଛି।


ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (RBI governor Shaktikanta Das) ଙ୍କ ଏହି ବିବୃତ୍ତି ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି। ବିଶେଷ କରି ଯେଉଁମାନେ ମହଙ୍ଗା ଋଣ ହେତୁ ମୋଟା ଅଙ୍କର EMI ଦେଉଛନ୍ତି, ସେମାନେ ଅଧିକ ଉପକୃତ ହେବେ। ଆଗାମୀ ଦିନରେ ସୁଧ ହାର ମହଙ୍ଗା ହେବାର ସମ୍ଭାବନାକୁ ଏଡାଇ ଯାଇପାରେ। ଅଗଷ୍ଟରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଅନେକ ବିଶେଷଜ୍ଞ ରିଜର୍ଭ ବ୍ୟାଙ୍କର ରେପୋ ହାର ବୃଦ୍ଧି କରିବାର ସମ୍ଭାବନା ପ୍ରକାଶ କରୁଛନ୍ତି। କିନ୍ତୁ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ସଦ୍ୟତମ ବିବୃତ୍ତି ସହିତ ସେହି ଭୟ ଦୂର ହୋଇପାରେ।