HDFC merger: ଦେଶର ସର୍ବବୃହତ୍ତ ବ୍ୟବସାୟ ମିଶ୍ରଣକୁ ରିଜର୍ଭ ବ୍ୟାଙ୍କ ମଞ୍ଜୁରୀ ଦେଇଛି। HDFC Bank ଓ HDFCର ମିଶ୍ରଣକୁ ଅନୁମତି ମିଳିଛି। ସୋମବାର ଏହାର ଅନୁମତି ପତ୍ର ମିଳିଥିବା ନେଇ HDFC ସୂଚନା ଦେଇଛି। କିନ୍ତୁ ଏହି ଅନୁମତି ପତ୍ରରେ ରିଜର୍ଭ ବ୍ୟାଙ୍କ କିଛି ସର୍ତ୍ତ ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

HDFC Bank ଓ HDFCର ମିଶ୍ରଣ ଏପର୍ଯ୍ୟନ୍ତ ଭାରତର ସବୁଠୁ ବଡ ବ୍ୟବସାୟ ମିଶ୍ରଣ ବୋଲି ପ୍ରମାଣିତ ହେବାକୁ ଯାଉଛି। HDFC ବ୍ୟାଙ୍କ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ HDFCର ମିଶ୍ରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମୋଦନ ମିଳିଛି। HDFC ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, HDFC ଚଳିତ ଜୁଲାଇ ୪ରେ ଆରବିଆଇର ଚିଠି ପାଇଛି। ଯେଉଁଥିରେ ଆରବିଆଇ ଏହି ଯୋଜନା ପାଇଁ ଅନୁମୋଦନ ଜଣାଇଛି ଏବଂ ଏଥିରେ କିଛି ସର୍ତ୍ତ ରହିଛି।


Also Read: ସୁନାମି ସଙ୍କେତ! ଆଣ୍ଡାମାନ-ନିକୋବରରେ ସିରିଜ ଭୂକମ୍ପ, ଦୁଇ ଦିନ ହେଲା ଥରୁଛି ଦ୍ୱୀପପୁଞ୍ଜ


ଏପ୍ରିଲ ୪ରେ HDFC Bank ଏବଂ HDFCର ମିଶ୍ରଣ ଘୋଷଣା କରାଯାଇଥିଲା। ଏହି ମିଶ୍ରଣରେ କିଛି ଆଇନଗତ ଏବଂ ନିୟାମକ ଅନୁମୋଦନ ଆବଶ୍ୟକ ଥିଲା। ଏହି ସପ୍ତାହ ପୂର୍ବରୁ ପ୍ରସ୍ତାବିତ ମିଶ୍ରଣ ପାଇଁ BSE ଏବଂ NSEରୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଆରବିଆଇର ଅନୁମୋଦନ ପରେ ଉଭୟଙ୍କ ମିଶ୍ରଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି।


HDFC ଏବଂ HDFC Bankର ଏହି ମିଶ୍ରଣ ଭାରତରେ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ ମିଶ୍ରଣ ଅଟେ। ଏହି ମିଶ୍ରଣ ପ୍ରାୟ ୪୦ ହଜାର ଡଲାର ହେବ।  ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ କିମ୍ବା ତୃତୀୟ ତ୍ରୈମାସିକ ସୁଦ୍ଧା ଏହି ମିଶ୍ରଣ ସମାପ୍ତ ହେବ ବୋଲି ବିଶ୍ୱାସ କରାଯାଉଛି। ଉଭୟ କମ୍ପାନୀର ମିଳିତ ସମ୍ପତ୍ତି ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ହେବ। ଏହି ମିଶ୍ରଣରୁ ଗ୍ରାହକ ଏବଂ ଅଂଶୀଦାରମାନେ HDFCର ପ୍ରତ୍ୟେକ ଅଂଶୀଦାର HDFCର ୨୫ଟି ସେୟାର ବଦଳରେ HDFC Bankର ୪୨ଟି ସେୟାର ପାଇବେ।