PM-MKSSY: ମତ୍ସ୍ୟଜୀବୀ, ମତ୍ସ୍ୟ ବିକ୍ରେତା ଏବଂ ସିଧାସଳଖ ମାଛ ଚାଷରେ ନିୟୋଜିତ ବ୍ୟକ୍ତି, ମାଲିକାନା ସଂସ୍ଥା, ସହଭାଗୀତା ସଂସ୍ଥା, ଭାରତରେ ପଞ୍ଜୀକୃତ କମ୍ପାନୀ, ସମାଜ, ସୀମିତ ଦାୟିତ୍ୱ ସହଭାଗୀତା (LLPs), ସମବାୟ ସମିତି, ସଙ୍ଗଠନ, ସ୍ୱୟଂ କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ-କିସାନ-ସମ୍ମାନ-ନୀଧି-ଯୋଜନା (PM-MKSSY) କୁ ଅନୁମୋଦନ କରାଯାଇଛି। ଏହା ବିଶେଷ କଥା ହେଉଛି କୃଷକ ଉତ୍ପାଦକ ସଂଗଠନ (FPO) ମଧ୍ୟ FFPO ରେ ଅନ୍ତର୍ଭୂକ୍ତ ହେବ।


COMMERCIAL BREAK
SCROLL TO CONTINUE READING

ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସତ୍ତ୍ୱେ ଏହି କ୍ଷେତ୍ରରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରୁଛନ୍ତି ଚାଷୀ। ଫସଲ ବିପଦ, କାର୍ଯ୍ୟ ଭିତ୍ତିକ ସ୍ୱୀକୃତିର ଅଭାବ, ଋଣର ଅଭାବ, ଛୋଟ ଏବଂ ମାଇକ୍ରୋ ୟୁନିଟ୍ ଦ୍ୱାରା ବିକ୍ରି ହେଉଥିବା ମାଛର ସୁରକ୍ଷା ଏବଂ ଗୁଣବତ୍ତା ବଜାୟ ରଖିବା ଭଳି ସମସ୍ୟାକୁ ନୂତନ ପ୍ରଧାନମନ୍ତ୍ରୀ ମତ୍ସ୍ୟ-କିସାନ-ସମ୍ମାନ-ନୀଧି-ଯୋଜନା ପାଇଁ ୬୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।



-୪୦ ଲକ୍ଷ ଛୋଟ ଏବଂ ମାଇକ୍ରୋ ୟୁନିଟ୍ ଚିହ୍ନଟ କରିବା ପାଇଁ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ହେବ।


-ଋଣ ସୁବିଧା ୬.୪ ଲକ୍ଷ ମାଇକ୍ରୋ ଏବଂ ୫,୫୦୦ ମତ୍ସ୍ୟ ସମବାୟ ସମିତିକୁ ବୃଦ୍ଧି କରାଯିବ।


-ଗୁଣାତ୍ମକ ମାଛ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ।


-ପରିବେଶ ଏବଂ ସ୍ଥିରତା ପଦକ୍ଷେପକୁ ପ୍ରୋତ୍ସାହିତ କରାଯିବ।


-ବ୍ୟବସାୟ କରିବା ପାଇଁ ସହଜତା ଏବଂ ସ୍ୱଚ୍ଛତା ଯୋଗାଇ ଦିଆଯିବ।


-ମାଛମାନଙ୍କ ବୀମା କଭରେଜ୍ ସାହାଯ୍ୟରେ ରୋଗ ନିରାକରଣ କରାଯିବ।


-ଘରୋଇ ବଜାରରେ ମାଛ ଏବଂ ମାଛଜାତୀୟ ଦ୍ରବ୍ୟର ଗୁଣରେ ଉନ୍ନତି ଅଣାଯିବ।


-ଘରୋଇ ବଜାରକୁ ମଜବୁତ କରାଯିବ।


-ବ୍ୟବସାୟ ବିକାଶ, ଚାକିରି ଖୋଲିବା ଏବଂ ବ୍ୟବସାୟ କରିବା ସହଜ ହେବ।


-ମହିଳାମାନଙ୍କୁ ବ୍ୟବସାୟ ସ୍ଥାନରେ ସୁରକ୍ଷା ଦିଆଯିବ।


ଏହି ଯୋଜନାର କାର୍ଯ୍ୟକାରିତା ସହିତ ୧.୭ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯେଉଁଥିରୁ ୭୫ ହଜାର ମହିଳାଙ୍କୁ ସୁଯୋଗ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।