Should children do strength training exercises? : 


COMMERCIAL BREAK
SCROLL TO CONTINUE READING

୫ ବର୍ଷରୁ ଅଧିକ ବୟସର ଶିଶୁଙ୍କ ପକ୍ଷରେ ସପ୍ତାହକୁ ଅତିକମରେ ତିନି ଦିନର ଶାରିରିକ ପ୍ରଶିକ୍ଷଣ ଜରୁରୀ ବୋଲି କହିଛି ବିଶ୍ୱସ୍ୱାସ୍ଥ୍ଯ ସଂଗଠନ । ଡବ୍ଲୁଏଚଓ ଅନୁସାରେ ୫ରୁ ୧୭ ବର୍ଷ ବୟସ ମଧ୍ୟରେ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ ନିହାତି ଆବଶ୍ୟକ । ଏଥିପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ତେବେ ପିଲାମାନେ ଏଭଳି ଟ୍ରେନିଂ ବୟସ୍କଙ୍କ ତତ୍ୱବଧାନରେ ନେବା ଉଚିତ ବୋଲି ସଂଗଠନ କହିଛି । କାରଣ ଏଭଳି ପରିସ୍ଥିତିରେ ଆଘାତର ଆଶଙ୍କା ରହିଥାଏ ।


୫-୧୭ ବର୍ଷ ମଧ୍ଯରେ ପିଲାଙ୍କ ପାଇଁ WHOର ପରାମର୍ଶ


•     ଦୈନିକ ଅତି କମରେ ହାରାହାରି ୬୦ ମିନିଟ୍ ମଧ୍ୟମ-ରୁ-ଶକ୍ତିଶାଳୀ ତୀବ୍ରତା ବିଶିଷ୍ଟ ବ୍ୟୟାମ କରିବା ଉଚିତ । ଯେମିତି ଏରୋବିକ୍, ଶାରୀରିକ କାର୍ଯ୍ୟକଳାପ ।


•     ସପ୍ତାହରେ ଅତି କମରେ ୩ ଦିନ ଶକ୍ତିଶାଳୀ-ତୀବ୍ରତା ବିଶିଷ୍ଟ ଏରୋବିକ୍ ଏବଂ ମାଂସପେଶୀ, ହାଡକୁ ଶକ୍ତ କରୁଥିବା ବ୍ୟୟାମ କରିବା ଆବଶ୍ଯକ ।


•     ଖାଲିରେ ବସି ରହିବା ସମୟ ଅତିବାହିତ କରିବା ବିଶେଷକରି ମନୋରଂଜନ ପାଇଁ ମୋବାଇଲ ଦେଖିବା ସମୟ କମ କରିବା ଜରୁରୀ ।


୧୮-୬୪ ବର୍ଷ ବୟସ୍କଙ୍କ ପାଇଁ ପରାମର୍ଶ


•     ସପ୍ତାହକୁ ଅତିକମରେ ୧୫୦ରୁ ୩୦୦ ମିନିଟର ମଧ୍ଯମ ତିବ୍ରତା ବିଶିଷ୍ଟ ଏରୋବିକ୍ ଶାରିରିକ ଗତିବିଧିରେ ସାମିଲ ହେବା ଆବଶ୍ୟକ ।


•     କିମ୍ବା ୭୫ରୁ ୧୫୦ ମିନଟ ପର୍ଯ୍ୟନ୍ତ ଅତ୍ୟଧିକ ତିବ୍ରତା ବିଶିଷ୍ଟ ଏରୋବିକ୍ ଶାରିରିକ ବ୍ୟୟାମ କିମ୍ବା ପୁରା ସପ୍ତାହ ମଧ୍ଯମରୁ ତିବ୍ରତା ବିଶିଷ୍ଟ ବ୍ୟୟାମ କରିବା ଆବଶ୍ୟକ ।


•     ମାଂସପେଶୀକୁ ମଜବୁତ କରୁଥିବା ଗତିବିଧି ମଧ୍ଯ ମଧ୍ଯମ ଧରଣର କିମ୍ବା ତିବ୍ରତା ବିଶିଷ୍ଟ ହେବା ଆବଶ୍ଯକ ।


•     ସପ୍ତାହରେ ଦୁଇ ଦିନ କିମ୍ବା ଅଧିକ ଦିନ ଶରିରର ସବୁ ମାଂସପେଶୀ ପାଇଁ ବ୍ୟୟାମ ଆବଶ୍ୟକ ।


•     ଖାଲିରେ ବସି ରହିବା ସମୟକୁ କମ କରିବା ଆବଶ୍ୟକ । ଖାଲିରେ ବସି ରହିବା ଅପେକ୍ଷା କିଛି ନା କିଛି କରିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ ।