ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ
ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮୧,୪୭୯ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୧୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ୱର: ସାରା ଓଡ଼ିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ସ୍ଥିତ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ କୋରୋନା ଭୂତାଣୁ(Coronavirus) ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ରାଜ୍ୟରେ ଆଉ ୨୫୧୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬,୯୨୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO
ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୮ ଜଣ, ବାଲେଶ୍ୱରରୁ ୨୭୬ ଜଣ, ଗଞ୍ଜାମରୁ ୨୩୭ ଜଣ, କଟକରୁ ୧୫୨ ଜଣ, ରାୟଗଡାରୁ ୧୪୪ ଜଣ, ଭଦ୍ରକରୁ ୧୪୦ ଜଣ, ସୁନ୍ଦରଗଡରୁ ୧୩୮ ଜଣ, କୋରାପୁଟରୁ ୯୮ ଜଣ, ପୁରୀରୁ ୯୭ ଜଣ, ନୟାଗଡାରୁ ୯୬ ଜଣ, ବଲାଙ୍ଗୀରରୁ ୮୫ ଜଣ, ଢେଙ୍କାନାଳରୁ ୬୧ ଜଣ, ସମ୍ୱଲପୁରରୁ ୫୯ ଜଣ, ଯାଜପୁରରୁ ୫୮ ଜଣ, ମୟୂରଭଞ୍ଜରୁ ୫୪ ଜଣ, ବରଗଡରୁ ୫୩ ଜଣ, ଜଗତସିଂହପୁରରୁ ୫୩ ଜଣ, ମାଲକାନଗିରିରୁ ୫୨ ଜଣ, ଯାଜପୁରରୁ ୪୨ ଜଣ, ନବରଙ୍ଗପୁରରୁ ୩୧ ଜଣ, କଳାହାଣ୍ଡିରୁ ୨୩ ଜଣ, କେନ୍ଦ୍ରାପଡାରୁ ୨୨ ଜଣ, ଦେଓଗଡରୁ ୧୯ ଜଣ, କେନ୍ଦୁଝରରୁ ୧୯ ଜଣ, ଝାରସୁଗୁଡାରୁ ୧୮ ଜଣ, ଅନୁଗୋଳରୁ ୩ ଜଣ ଏବଂ ବୌଦ୍ଧରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ବଡ଼ ଖବର: ୭୩ ଦିନରେ ଭାରତରେ ପହଞ୍ଚିବ ପ୍ରଥମ କୋରୋନା ଟୀକା ! ମାଗଣାରେ ଲଗାଯିବ ଭ୍ୟାକସିନ୍
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮୧,୪୭୯ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୧୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୫୪,୪୦୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୬,୬୦୧ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।