ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ସ୍ଥିତ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ କୋରୋନା ଭୂତାଣୁ (Coronavirus) ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ରାଜ୍ୟରେ ଆଉ ୨,୮୮୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ  ୭୦,୭୧୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...


ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୦ ଜଣ, ଗଞ୍ଜାମରୁ ୨୧୭ ଜଣ, କଟକରୁ ୧୮୯ ଜଣ, ବଲଙ୍ଗୀରରୁ ୧୭୩ ଜଣ, କୋରାପୁଟରୁ ୧୫୧ ଜଣ, ମୟୂରଭଞ୍ଜରୁ ୧୪୪ ଜଣ, ନୟାଗଡରୁ ୧୩୮ ଜଣ, ପୁରୀରୁ ୧୩୪ ଜଣ, ବାଲେଶ୍ୱରରୁ ୧୨୩ ଜଣ, ସମ୍ବଲପୁରରୁ ୧୧୭ ଜଣ, ମାଲକାନଗିରିରୁ ୮୧ ଜଣ, ସୁନ୍ଦରଗଡରୁ ୭୮ ଜଣ, ନବରଙ୍ଗପୁରରୁ ୫୬ ଜଣ, ଝାରସୁଗୁଡାରୁ ୫୫ ଜଣ, ଭଦ୍ରକରୁ ୫୨ ଜଣ, ଜଗତସିଂହପୁରରୁ ୩୫ ଜଣ, ଢେଙ୍କାନାଳରୁ ୩୪ ଜଣ, କଳାହାଣ୍ଡିରୁ ୩୩ ଜଣ, ଗଜପତିରୁ ୩୦ ଜଣ, କେନ୍ଦୁଝରରୁ ୨୯ ଜଣ, କନ୍ଧମା|ଳରୁ ୨୧ ଜଣ, ସୁବର୍ଣ୍ଣପୁରରୁ ୧୫ ଜଣ, କେନ୍ଦ୍ରାପଡାରୁ ୧୪ ଜଣ, ବୌଦ୍ଧରୁ ୧୦ ଜଣ, ଅନୁଗୋଳରୁ ୫ ଜଣ, ଯାଜପୁରରୁ ୫ ଜଣ ଏବଂ ଦେଓଗଡରୁ ଜଣେ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି ।  




ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୯୭,୯୨୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୭୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୬୭,୮୨୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୯,୫୭୧ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।