ଗଞ୍ଜାମ: ଜିଲ୍ଲାରେ ଲଗାତର ନାରୀ ନିର୍ଯାତନ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଆଉ ନ୍ୟାୟ ପାଇବା ପାଇଁ ସମସ୍ତେ ଗୋଟିଏ ପନ୍ଥା ଆପଣାଉଛନ୍ତି। ବ୍ରହ୍ମପୁରରେ ଆଉ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଯୌତୁକ ଦାବି କରି ଘରୁ ସ୍ୱାମୀ ବାହାର କରିଦେଇଥିବା ସ୍ୱପ୍ନା ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି। ଏହି ମାମଲାରେ ମଧ୍ୟ ପୀଡିତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଠିଆ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ଯରତ ଟିଟିଆଇ କାହ୍ନୁ ନାୟକ ୨୦୧୨ ମସିହାରେ ସ୍ବପ୍ନାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ଛଅ ବର୍ଷ ପରେ ୨୦୧୮ ମସିହାରେ ଅଧିକା  ୨୦ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ସ୍ୱପ୍ନାଙ୍କୁ କାହ୍ନୁ କୁଆଡେ କହିଥିଲେ। ଯୌତୁକ ନ ଆଣିବାରୁ ସ୍ୱାମୀ ତାଙ୍କୁ ଘରୁ ବାହାର କରିଥିବା ସ୍ବପ୍ନା ଅଭିଯୋଗ କରିଛନ୍ତି। ଏନେଇ ସେ ଜିଆରପି ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ତେବେ ଭଣଜା ସହ ଅନୈତିକ ସଂପର୍କ ରଖିଥିବାରୁ କାହ୍ନୁ ସ୍ତ୍ରୀ ସ୍ବପ୍ନାଙ୍କୁ ଗ୍ରହଣ କରୁନଥିବା କୁହାଯାଉଛି।


Also Read: Rayagada: ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଜଙ୍ଗଲି ଜନ୍ତୁ!


କାହ୍ନୁ ନାୟକ ରେଳବାଇର ସରକାରୀ ବାସଭବନରେ ରୁହନ୍ତି। କିନ୍ତୁ କିଛି ଦିନ ହେଲା କୌଣସି କାମରେ ବାହାରକୁ ଯାଇଛନ୍ତି। ନ୍ୟାୟ ପାଇଁ ସ୍ୱପ୍ନା ତାଙ୍କ ସ୍ୱାମୀଙ୍କ ଘର ଆଗରେ ଧରଣା ଦେଇଛନ୍ତି। ସ୍ୱପ୍ନାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଧାରଣାରେ ବସିଛନ୍ତି। ସ୍ୱାମୀ ନ ଥିବା ବେଳେ ସ୍ୱପ୍ନା ତାଙ୍କ ସରକାରୀ ବାସଭବନର ତାଲା ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ କାହ୍ନୁଙ୍କ ଘର ସମ୍ମୁଖରେ ଜିଆରପି ପୋଲିସ୍ ମୁତୟନ ଅଛନ୍ତି। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ଜ୍ଯୋତି ପ୍ରକାଶ ନାୟକ କହିଛନ୍ତି।


 



ସେପଟେ ବ୍ରହ୍ମପୁର ଦେଶୀ ବେହେରା ସାହିରେ ୫୦ରୁ ଊର୍ଦ୍ଧ୍ୱ ଦିନ ହେଲା କେ.ଦୀପିକା ଧାରଣାରେ ବସିଛନ୍ତି। ସ୍ତ୍ରୀର ମାନ୍ୟତା ଓ ନିଜ ଛୁଆକୁ ବାପାର ପରିଚୟ ଦେବାପାଇଁ ପ୍ରେମିକ କେ. ଦିନେଶଙ୍କ ଘର ବାରଣ୍ଡାରେ ସେ ଧାରଣା ଦେଇଛନ୍ତି। ତଥାପି ପ୍ରେମିକ ଦିନେଶଙ୍କ ମନ ପରିବର୍ତ୍ତନ ଆସିନାହିଁ। ଫଳରେ ଦୀପିକା ଇଚ୍ଛା ମୃତ୍ୟୁ ପାଇଁ  ରାଷ୍ଟ୍ରପତିଙ୍କ ଠାରେ ଆବେଦନ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ସୁମିତ ଓ ତପସ୍ୱିନୀଙ୍କ ଘରୋଇ କଳିକୁ ନେଇ ଗଞ୍ଜାମ ସହର ଖୁବ ଚର୍ଚ୍ଚାରେ ଥିଲା।