Water Crisis in BMC, ମୁମ୍ବାଇ: ଶୀତ ଦିନରେ ଜଳାଭାବ। ଦେଶର ଆର୍ଥିକ ରାଜଧାନୀରେ ଜଳ ସଙ୍କଟ ଦେଖାଦେଇଛି। ଯାହାର ପ୍ରଭାବରେ ସେଠାରେ ଜଳ ଯୋଗାଣ ବନ୍ଦ ହେବାକୁ ଯାଉଛି। ଆସନ୍ତା ଦୁଇ ଦିନ ମହାନଗର ନିଗମର ୧୦ଟି ୱାର୍ଡରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ନଭେମ୍ବର ୨୯ ଓ ୩୦ ତାରିଖରେ ଜଳ ଯୋଗାଣ ହେବ ନାହିଁ ବୋଲି BMC ପକ୍ଷରୁ ସମ୍ପୃକ୍ତ ୱାର୍ଡବାସୀଙ୍କୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି ଯେ, ନଭେମ୍ବର ୨୯ ଓ ୩୦ରେ ୨୪ ଘଣ୍ଟା ପାଇଁ ୧୦ଟି ୱାର୍ଡରେ ଜଳ ଯୋଗାଣ ହେବ ନାହିଁ। ଫଳରେ କେ ଇଷ୍ଟ ଓ କେ ୱେଷ୍ଟ ୱାର୍ଡ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି। ଆନ୍ଧେରୀ ପୂର୍ବ, MIDC, ଯୋଗେଳଶ୍ୱରୀ ପୂର୍ବ ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଜଳ ଯୋଗାଣ ବନ୍ଦ ରହିବ। ନଭେମ୍ବର ୨୯ରେ ଗୁଣ୍ଡାଭଲି, ନେହରୁ ନଗର ଓ ଆଜାଦ ନଗରର ଏବଂ ନଭେମ୍ବର ୩୦ରେ ଶେର ଇ ପଞ୍ଜାବ, ସମର୍ଥ ନଗର ଓ ଆନନ୍ଦ ନଗରରେ ପାଣି ଯୋଗାଣ ହେବ ନାହିଁ।


Also Read: Odisha cold wave: ସାଢ଼େ ୪୮ ଲକ୍ଷଙ୍କୁ ୧୪୬ କୋଟି ଶୀତ ସହାୟତା, ଏହି ଦିନ ଖାତାକୁ ଟଙ୍କା ପଠାଇବେ


BMC ପକ୍ଷରୁ ଜଳ ଯୋଗାଣ ବନ୍ଦ ହେଲେ ସାଢେ ସାତ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବେ। ସ୍ଥାନୀୟ ଲୋକଙ୍କ ବ୍ୟତୀତ ଓସିୱାରା, ଲୋଖାଣ୍ଡୱାଲା, ଭିଲେ ପାର୍ଲେ ୱେଷ୍ଟ, ଆନ୍ଧେରୀ ୱେଷ୍ଟ ଓ ଜୁହୁ ମେଟ୍ରୋ ଷ୍ଟେସନ ଅଞ୍ଚଳରେ ମଧ୍ୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। ମହାନଗର ନିଗମ କହିଛି ଯେ, ୧୦ଟି ୱାର୍ଡରେ ଜଳ ଯୋଗାଣ ବନ୍ଦ ରହିବା ବେଳେ ଅନ୍ୟ ଅଞ୍ଚଳରେ ପ୍ରେସର ସାମାନ୍ୟ କମ ରହିବ। ତେବେ କୁପର ହସ୍ପିଟାଲକୁ ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।


ଶୁକ୍ରବାର ଏକ ପ୍ରେସ ଷ୍ଟେଟମେଣ୍ଟରେ ମୁମ୍ବାଇ ମହାନଗର ନିଗମ କହିଛି ଯେ, ମରାମତି କାମ ପାଇଁ ୨୯ ନଭେମ୍ବର ସକାଳ ସାଢେ ଆଠଟାରୁ ୩୦ ତାରିଖ ସକାଳ ସାଢେ ଆଠଟା ଯାଏଁ ୧୦ଟି ୱାର୍ଡରେ ଜଳ ଯୋଗାଣ ବନ୍ଦ ରହିବ। ଏହି ସମୟରେ ୩୦୦ ମିଲିମିଟର ପାଇପ ଲାଇନର ମରାମତି ହେବ। 


Also Read: ସକାଳେ ବ୍ରଶ ନକରି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି? ଜାଣନ୍ତୁ କ'ଣ କହୁଛି ରିପୋର୍ଟ


ଏହି ସବୁ ୱାର୍ଡରେ ପାଣି ବନ୍ଦ ହେବ-


L ward (Kurla)
N ward (Ghatkopar)
S ward (Bhandup and Vikhroli)
P South ward (Goregaon West)
H East ward (Bandra and Santa Cruz West)
M West (Govandi)
G North (Dadar)
K East
K West
Andheri


Also Read: Odisha Weather Update: ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ତିନି ଦିନ ଏହି ସବୁ ଅଞ୍ଚଳ