ସମ୍ବଲପରୁ: ଇଂରେଜ ସରକାର ବିରୁଦ୍ଧରେ ହୋଇଥବା ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ବିଶେଷ ମହତ୍ତ୍ୱ ରହିଛି । ତେଵେ ସ୍ୱାଧୀନତା ଆନ୍ଦୋଳନର ଲଢେଇରେ ସାମିଲ ଥିବା ସମ୍ବଲପୁର ଜିଲ୍ଲା ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡି ହେବାକୁ ଯାଉଛି । କାହିଁକି ନା ସମ୍ବଲପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ତାଙ୍କର ସ୍ୱାଧୀନତା ଆନ୍ଦୋଳନରେ ଥିବା ଅବଦାନ ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଗାମୀ ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ସମ୍ବଲପୁର ଜିଲ୍ଲା ମୁରା ଅଞ୍ଚଳ କଲମୀ ଗାଁର ୯୪ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ମଧ୍ୟ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ। କୋଭିଡ କଟକଣା ଯୋଗୁଁ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେନି। କିନ୍ତୁ ଏହି ଦିନ ଜିଲ୍ଲାପାଳମାନେ ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ମାନିତ କରିବେ। 


୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ୍ଭୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨  ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ। ଆଜି ବି ସେହି ସଂଗ୍ରାମୀ ଦିନର ଅଭୁଲା ସୄତିକୁ ମନେ ପକାଇ ନିଜକୁ ଗର୍ବିତ ମନେ କରନ୍ତି ସ୍ଵାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ।


ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଡିଶା ରୁ ୧୦ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଆମ ଅଞ୍ଚଳର ଗର୍ବ ଗୌରବ ସ୍ଵାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ନାମ ଘୋଷଣା ହେଲା ପରେ ରେଙ୍ଗାଲି ବିଧାୟକ ନାଉରି ନାଏକ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ବାସଭବନରେ ପହଞ୍ଚିଥିଲେ। ତାଙ୍କୁ ଅଗ୍ରୀମ ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସଙ୍ଗେସଙ୍ଗେ ପଚାରି ବୁଝିଥିଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଦୈନନ୍ଦିନ ଜୀବନ ଚର୍ଚ୍ଚା ବିଷୟରେ ।