Self immolation on Court premises, ଗଞ୍ଜାମ: ନବୀନ ନିବାସ ପରେ କୋର୍ଟ ପରିସର, ସୁଇସାଇଡ୍ ସ୍ପଟ୍ ପାଲଟିଛି। ବ୍ରହ୍ମପୁର SDJMଙ୍କ କୋର୍ଟ ସମ୍ମୁଖରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଆତ୍ମାହୁତୀ ଉଦ୍ୟମ କରିଛନ୍ତି। ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ନାମ ଝଣା ସ୍ୱାଇଁ (୩୦) ଓ ସେ ଗଞ୍ଜାମ ଜିଲ୍ଲାର ରେଗିଡି ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଶୁକ୍ରବାର ସକାଳେ ରେଗିଡି ଅଞ୍ଚଳର ମହିଳା ଜଣକ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ ପ୍ରବେଶ କରିଥିଲେ। ଆଉ ହଠାତ ସେ ନିଜ ଉପରେ କିରୋସିନି ଢାଳି ହୋଇ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ ତାଙ୍କୁ ଉଦ୍ଧାର କରି ବୈଦନାଥ ଥାନାକୁ ନେଇଥିଲା। ଏଥିରେ କିଛି ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଥିଲେ।


Also Read: Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍ତ


କନେଷ୍ଟବଳ ରଶ୍ମି ରଞ୍ଜନଙ୍କ ପ୍ରଶଂସା କରିବା ସହ ବ୍ରହ୍ମପୁର ଏସପି, ଶ୍ରବଣ ଭିବେକ ଏମ୍ କହିଛନ୍ତି ଯେ, ୩୧ ଅକ୍ଟୋବର ୨୦୨୦ରେ ବାପୁନି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଝରଣା ସ୍ୱାଇଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଝରଣାଙ୍କ ଅଭିଯୋଗ ପରେ ବାପୁନିଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜାମିନରେ ବାହାରକୁ ଆସିଥିଲେ। ନିକଟରେ ଝରଣା ପୁଣିଥରେ ବାପୁନି ନାମରେ ନୂଆ ଏତଲା ଦେଇଛନ୍ତି। ଯାହାପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


ଝରଣା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଉପେନ୍ଦ୍ର ସ୍ୱାଇଁ, ହାଇଦ୍ରାବାଦରେ କାମ କରୁଥିଲେ। ସେ ବାପୁନି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଘରକୁ ଟଙ୍କା ପଠାଉଥିଲେ। ଫଳରେ ଧୀରେ ଧୀରେ ଉଭୟ ନିକଟତର ହୋଇଥିଲେ। ଆଉ ଏହାର ସୁଯୋଗ ନେଇ ବାପୁନି ତାଙ୍କୁ ଦୁଷ୍କର୍ମ କରିଥିଲେ। ଗତ ନଭେମ୍ବର ୧୪ରେ ଏନେଇ ସେ ଗୋସାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ଅଭିଯୁକ୍ତ ବାପୁନିକୁ ପୋଲିସ ଗିରଫ କରିଥିଲା। ତେବେ ଏହି ମାମଲାରେ ନ୍ୟାୟ ପାଇଁ ଝରଣା ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି।