Paradip Crime News: ପାରାଦୀପ (ନାରାୟଣ ବେହେରା): ଟ୍ରଲର ଗାଡି ଚୋରି କରିବା ପାଇଁ ଡ୍ରାଇଭରକୁ ଠେଲି ଦେଲେ ମହାନଦୀକୁ। ଏହି ଘଟଣାର ପର୍ଦାଫାଶ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ। ଅଭିଯୋଗ ଦିନ ଠାରୁ ଏକ ମାସ ଧରି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି। ଯାହା ଫଳରେ ଏକ ନାଟକୀୟ ଢଙ୍ଗରେ ଚୋରି ହୋଇ ହୋଇଥିବା ଟ୍ରଲର ଗାଡି କୁ ଜବତ କରାଯାଇଥିବା ବେଳେ ଟ୍ରଲର ଡ୍ରାଇଭରର କୌଣସି ପତ୍ତା ମିଳିପାରିନାହିଁ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ ଗୁଜୁରାଟରୁ ପାରାଦୀପ ଆଇଓସିଏଲ କୁ ମାଲ୍ ନେଇ ଆସିଥିବା ଟ୍ରଲର ଟିକୁ ଚୋରୀ କରିବା ପାଇଁ ଟ୍ରଲର ଡ୍ରାଇଭର ସାଦବି ଆଲ୍ଲାମ୍ ଓରଫ୍ ଚାନ୍ଦ ସହିତ ବନ୍ଧୁତା ବାନ୍ଧି ଥିଲେ ଅନ୍ୟ ଏକ ଗାଡିର ଡ୍ରାଇଭର ଓ ହେଲପର୍ । ପ୍ରଥମେ ଡ୍ରାଇଭର ଚାନ୍ଦ ସହ ଅନ୍ୟ ଗାଡ଼ିର ଡ୍ରାଇଭର ଓ ହେଲପର୍ ମିଶି ପ୍ରଚୁର ମଦ୍ୟପାନ କରିଥିଲେ। ପରେ ଦୁହେଁ ମିଶି ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବା ଡ୍ରାଇଭର ଚାନ୍ଦ କୁ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀ କୁ ଠେଲି ଦେଇ ଟ୍ରଲର ଗାଡିକୁ ନେଇ ଯିବାରେ ସକ୍ଷମ ହୋଇଥିଲେ। 


ଯାହାକୁ ନେଇ ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ନିଖୋଜ ଟ୍ରଲର ଡ୍ରାଇଭର ଦିଲ୍ଲୀ ବାସିନ୍ଦା ସାଦବ ଅଲମ ଓରଫ ଚାନ୍ଦର କୌଣସି ଖୋଜଖବର ମିଳିପାରିନାହିଁ । ଗତ ଅଗଷ୍ଟ ମାସ ୨୬ତାରିଖରେ ଘଟିଥିବା ଘଟଣା ଏକମାସ ଧରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଛାନଭିନ୍ନ କରି ୫ ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ଅଭୟଚାନ୍ଦପୁର ଥାନା ପୋଲିସ । ଘଟଣାର ଏକମାସ ଭିତରେ ପୋଲିସ ର ଜାଲରେ ୫ଜଣ ଅପରାଧୀ ଧରାପଡିବା ସହିତ ଟ୍ରଲର ଟିକୁ ଜମ୍ଭୀରା ଆଉଟପୋଷ୍ଟ ର ଇନଚାର୍ଜ ଓ ଚାନ୍ଦୁଆ ଥାନା ଅଧିକାରୀ ଅପହରଣ ହୋଇଥିବା ଟ୍ରଲର ଗାଡିଟିକୁ ଜବତ କରି ଗାଡି ମାଲିକକୁ ହସ୍ତାନ୍ତର କରିବା ସହିତ ଘଟଣା ରେ ଜଡିତ ଏକ ବଡ଼ ଧରଣର ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି। 


ପାରାଦୀପ ଅଭୟଚାନ୍ଦପୁର ପୋଲିସ। ତେବେ ଘଟଣାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତ ହେଲେ ଡ୍ରାଇଭର ଚାନ୍ଦ କୁ ମହାନଦୀକୁ ଠେଲି ଥିବା ମୂଖ୍ୟ ଅଭିଯୁକ୍ତ ଦୁଇ ଜଣ ଉତ୍ତର ପ୍ରଦେଶର ହରପାଲ୍ ସିଂ ଓ ହୁକୁମ ସିଂ, ଏମାନଙ୍କର ୩ଜଣ ସହଯୋଗୀ ହେଲେ ମୟୂରଭଞ୍ଜ ଜିଲ୍ଲାର ଅମଜାଦ୍ ଖାଁ ଓ ଯୋଗେଶ୍ବର ବାରିକ୍ ଏବଂ ବାରିପଦା ଜିଲ୍ଲାର ସେଖ୍ ବଲାଲ୍ ଉଦ୍ଦିନ୍। ତେବେ ସମସ୍ତ ୫ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।