Crime News: (ନାରାୟଣ ବେହେରା) ସ୍କୁଲ ଯାଉଥିବା ଛାତ୍ରକୁ ବାଟରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ। କୌଶଳ କ୍ରମେ ଅପହରଣ କାରୀଙ୍କ ଠାରୁ ଖସି ଆସିଲେ ଛାତ୍ର। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ପନ୍ଦର ନମ୍ବର ଗଡ଼ା ନିକଟରେ। ପାରାଦୀପ ଗଡ ଲକଥାନା ଅଧିନ ଡିଆ ଗ୍ରାମର ସିଏମ ଆଦିତ୍ୟ ନାଥ ନାମକ ନବମ ଶ୍ରେଣୀର ଛାତ୍ର ଆଜି ସକାଳୁ ସ୍କୁଲ ଆସିବାକୁ ଗାଡିକୁ ଅପେକ୍ଷା କରି ପନ୍ଦର ନମ୍ବର ଗଡ଼ା ପାଖରେ ଅପେକ୍ଷା କରିଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ରେ କିଛି ଦୁର୍ବୁତ୍ତ ଆସି ଆଦିତ୍ୟଙ୍କୁ ଗାଡିରେ ଉଠାଇ ନେଇଥିଲେ। ଗାଡି ଭିତରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଥିବା ବେଳେ ସମସ୍ତେ ମୁଖା ଓ କଳା ଚସମା ପିନ୍ଧିଥିଲେ। ଆଦିତ୍ୟକୁ ସେମାନେ ନେଇ ଭୂତମୁଣ୍ଡାଇ ବାଟ ଦେଇ କେନ୍ଦ୍ରାପଡ଼ା ହଳଦିଆ ଗଡ଼ାରେ ହୋଇଥିବା ବେଳେ କୌଶଳ କ୍ରମରେ ଆଦିତ୍ୟ ସେମାନଙ୍କ ନିକଟରୁ ଖସି ଆସିଥିବା ବେଳେ ଅପହରଣକାରୀମାନେ ସେଠାରୁ ଖସି ପଳାଇ ଯାଇଥିବା ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ସେମାନଙ୍କ ଠାରୁ ଖସି ଆସିବା ରେ ଆଦିତ୍ୟ ଦୌଡ଼ି ପଳାଇ ଆସି ଏକ ପୋଲ ତଳେ ଲୁଚି ବସିଥିବା ବେଳେ ପରିବାର ଲୋକ ଯାଇ ଆଦିତ୍ୟକୁ ଉଦ୍ଧାର କରିଛନ୍ତି। ପ୍ରଥମେ ଲକଥାନା ଓ ପରେ କୁଜଙ୍ଗ ପୋଲିସ ଆଦିତ୍ୟକୁ ନେଇ ଘଟଣା ସମ୍ପର୍କରେ ବୁଝା ଶୁଝା କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆଦିତ୍ୟଙ୍କୁ ମାଡ ମରା ଯାଇଥିବା ନେଇ ଆଦିତ୍ୟ ମାଆ ପ୍ରକାଶ କରିଛନ୍ତି। ତେବେ ଘଟଣା କୁ ନେଇ ପୋଲିସ ର ତଦନ୍ତ ଜାରୀ ରହିଥିବା ବେଳେ ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ଆଦିତ୍ୟଙ୍କ ମାଆ।