Air India Peeing Case: ଗତ ନଭେମ୍ବର ମାସରେ ଏୟାର ଇଣ୍ଡିଆରେ ହୋଇଥିବା ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଶଙ୍କର ମିଶ୍ର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ପୋଲିସ ତାକୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଶଙ୍କର ନଭେମ୍ବର ୨୬ ତାରିଖରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ତେବେ ଚଳିତ ମାସ ଆରମ୍ଭରୁ ହିଁ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଦେଇଥିଲେ। ପୋଲିସ ଶଙ୍କରଙ୍କୁ ଶାରିରୀକ ଭାବେ ଖୋଜୁଥିବା ବେଳେ ଇଲେକ୍ଟ୍ରୋନିକ ଓ ଡିଜିଟାଲ ସାହାଯ୍ୟରେ ମଧ୍ୟ ଖୋଜୁଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ପରେ ଶଙ୍କର ମୁମ୍ବାଇ କିମ୍ବା ବେଙ୍ଗାଲୁରୁରେ ରହୁଥିବା ଅନୁମାନ କରିଥିଲା। କାରଣ ଏହି ଦୁଇ ସହରରେ ତା କମ୍ପାନୀର କାର୍ଯ୍ୟାଳୟର ଶାଖା କାର୍ଯ୍ୟାଳୟ ରହିଥିଲା। ଏହି ଦୁଇ ସହର ମଧ୍ୟରେ ସେ ଚଳାଚଳ କରୁଥିବା ନେଇ ପୋଲିସ ପ୍ରଥମେ ଅନୁମାନ କରିଥିଲା। ତେବେ ଏହି ଦୁଇ ସହରରେ ଚଢାଉ କରିବା ପାଇଁ ପୋଲିସ ଦୁଇଟି ଟିମ ମଧ୍ୟ ଗଠନ କରିଥିଲା। 


COMMERCIAL BREAK
SCROLL TO CONTINUE READING

ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକର ଶେଷ ଠିକଣା କର୍ଣ୍ଣାଟକର ବେଙ୍ଗାଲୁରୁ ସହର ରହିଥିଲା। ଏଠାରେ ସେ ଶେଷ ଥର ପାଇଁ ଜାନୁଆରୀ ୩ ତାରିଖରେ ରହିଥିବା ନେଇ ତାହାର ମୋବାଇଲ ଲୋକେସନ ଅନୁଯାୟୀ ଜଣାପଡ଼ିଥିଲା। ଏହା ପରେ ତାହାର ମୋବାଇଲ ସ୍ୱିଚ ଅଫ ହୋଇଯାଇଥିଲା। ସେ ଏକ ଟ୍ୟାକ୍ସି ଜରିଆରେ ସେ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଥିଲା। ଏହାପରେ ଅଭିଯୁକ୍ତ ଶଙ୍କର ଯେଉଁଭଳି ଭାବରେ ଦେଶରୁ ବାହାରକୁ ନ ଯାଇପାରେ ସେଥିପାଇଁ ପୋଲିସ ଲୁକଆଉଟ ନୋଟିସ ଜାରି କରାଯାଇଥିଲା। ଫଳରେ ସେ ବିଭିନ୍ନ ସହରରେ ଲୁଚିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ସେପଟେ ଶୁକ୍ରବାର ରାତିରେ ମୈସୁର ପୋଲିସ ଶଙ୍କର ମିଶ୍ରାଙ୍କ ଶେଷ ଲୋକେସନକୁ ଟ୍ରାକ କରିବାରେ ସମର୍ଥ ହୋଇଥିଲା। ଶଙ୍କରର ଶେଷ ଲୋକେସନ ବେଙ୍ଗାଲୁରୁ ଠାରୁ ୧୫୦ କିଲୋମିଟର ଦୂରରେ ରହିଥିଲା। ପୋଲିସ ଏହି ସମୟରେ ଶଙ୍କର ଥିବା ସ୍ଥାନରେ ଚଢାଉ କରିଥିଲା। ଟ୍ୟାକ୍ସି ଡ୍ରାଇଭରକୁ ପୋଲିସ ଜେରା କରିବା ପରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା ରହିଥିଲା। 


ମିଳିଥିବା ସୂଚନା ମୁତାବକ ଶଙ୍କର ମିଶ୍ରା ବେଙ୍ଗାଲୁରୁର ମହାଦେବପୁରା ଅଞ୍ଚଳରେ ଚିନ୍ନାପ୍ପା ଲେଆଉଟ ଅଞ୍ଚଳରେ ଥିବା ଏକ ହୋମ ଷ୍ଟେରେ ରହୁଥିଲା। ସେଠାରେ ଆଗରୁ ମଧ୍ୟ ଅନେକ ବାର ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ଏହି ସୂଚନା ପାଇବା ପରେ ପୋଲିସ ସେହି ସ୍ଥାନରେ ଚଢାଉ କରିଥିଲା। ଓ ଶଙ୍କରକୁ ଗିରଫ କରିନେଥିଲା। ସେପଟେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାମ୍ପବେଲ ଓ୍ୱିଲସନ ନଭେମ୍ବର ମାସରେ ନ୍ୟୁୟର୍କରୁ ଆସୁଥିବା ବିମାନରେ ଘଟିଥିବା ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ସେପଟେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ବିମାନର ଚାଳକ ଓ ପରିଚାରିକାମାନଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।