Archana Nag case:  ଭୁବନେଶ୍ୱର(ଦେବବ୍ରତ ରାୟ): ହନି ଟ୍ରାପ (Honey Trap) ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କୁ (Archana Nag) ରିମାଣ୍ଡରେ ନେଇଛି ଇଡି। ଝାରପଡା ଜେଲରୁ (Jharpada Jail) ଅର୍ଚ୍ଚନାଙ୍କୁ (Archana Nag) ଆଣି ସିଧା କ୍ୟାପିଟାଲ ହସ୍ପିଟାଲରେ (Capital Hospital) ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)। ୭ ଦିନିଆ ରିମାଣ୍ଡରେ ଇଡି ଅର୍ଚ୍ଚନାଙ୍କୁ ନେଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିବ ବୋଲି ଆଶଙ୍କା କରାଯାଉଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ଫଳରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ସମ୍ପୃକ୍ତି ଥିବା ସେହି ବଡ଼ ଚେହେରା ଉପରୁ ଇଡ଼ି ଖୁବଶୀଘ୍ର ପରଦା ଉଠାଇବ ବୋଲି କୁହାଯାଉଛି। ସେପଟେ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର ହେବା ପୂର୍ବରୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖିଥିଲେ ଅର୍ଚ୍ଚନା। 


COMMERCIAL BREAK
SCROLL TO CONTINUE READING

ତେବେ ଆଜି ରିମାଣ୍ଡରେ ନେବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ଝାରପଡ଼ି ଜେଲରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ପରୀକ୍ଷା କରାଇବା ପରେ ରିମାଣ୍ଡରେ ନେଇଛି। କ୍ୟାପିଟାଲ ହସ୍ପିଟାଲକୁ ଯିବା ସମୟରେ ଅନେକ ଗୁମର ଖୋଲିବାକୁ ପ୍ରୟାସ କରିଥିଲେ ଅର୍ଚ୍ଚନା। ଗଣମାଧ୍ୟମକୁ ଦେଖି ବିରକ୍ତ ହେଉଥିବା ଅର୍ଚ୍ଚନା ଆଜି କିନ୍ତୁ ବେଶ ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମକୁ ଦେଖି ଅନେକ ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ ଅର୍ଚ୍ଚନା। ଅର୍ଚ୍ଚନା କହିଥିଲେ କି ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି। ମୁଁ ନିର୍ଦ୍ଦୋଶ, ମୋତେ ଫଶାଇ ଦିଆଯାଇଛି। ମୋତେ କଳଙ୍କିତ କରନି। ୩୦ ମିନିଟର ସମୟ ଦିଅ, ସବୁ କିଛି ପ୍ରମାଣିତ କରିଦେବି  ବୋଲି ଅର୍ଚ୍ଚନା କହିଥିଲେ। 


କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଣାଯାଇଥିବା ବେଳେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା । ଆଉ ଏହାସହ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଛନ୍ତି, ଇଡି ତଦନ୍ତକୁ ଅପେକ୍ଷା କରିଥିଲି। ୩୦ ମିନିଟ୍ ଦିଅ ତଥ୍ୟ ଓ ପ୍ରମାଣ ସହ ସବୁ ପ୍ରମାଣିତ କରିଦେବି। ଯେତେ ବଡ ସଂସ୍ଥା ଆସୁ, ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ନେତା କି ମନ୍ତ୍ରୀ ମୁଁ ପ୍ରମାଣ ସହ ଦେବି। ମୁଁ ନିର୍ଦ୍ଦୋଷ ମୋତେ ଫସାଇ ଦିଆଯାଇଛି। ସମୟକୁ ଅପେକ୍ଷା କର, ମୋତେ କଳଙ୍କିତ କରନି। ଏହାସହ କମିଶନରେଟ ପୋଲିସ ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ।


ଅର୍ଚ୍ଚନା ଆହୁରି ମଧ୍ୟ କହିଛନ୍ତି ମୁଁ କଣ ଆତଙ୍କବାଦୀ, ମୋତେ ଏମିତି ବ୍ୟବହାର କରୁଛ। ଇଡି କେଉଁଦିନ ତଦନ୍ତ କରିବ ତାହାକୁ ଅପେକ୍ଷା କରିଥିଲି। ଯେତେବଡ ସଂସ୍ଥା ଆସୁ, ତଦନ୍ତ ପାଇଁ ପ୍ରସ୍ତୁତ ଅଛି । ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ଫସାଇ ଦିଆଯାଇଛି, କାହାକୁ ବି ଛାଡିବିନି। ମୁଁ ଜାଣିପାରୁନି କିଏ ମୋତେ ଫଶାଇଛି। ମୋ ହାତ ଚାପି ଧରିବା ସହ ପାଟି ବନ୍ଦ କରି ରଖୁଛି ପୋଲିସ। ମୋ ୫ ବର୍ଷର ଛୁଆର ଲୁହ ପଡିଯିବ ବୋଲି କହିଛନ୍ତି ଅର୍ଚ୍ଚନା। ସୂଚନାଯୋଗ୍ୟ ଆଜି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।


କାଲି କୋର୍ଟରେ ମଧ୍ୟ ହାଜର ହେବା ପରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ପରେ ସେଠାରୁ ଆସିବା ପରେ ଅନେକ ବିସ୍ଫୋରକ ବୟାନ ଦେଇଥିଲେ ଅର୍ଚ୍ଚନା। ଗତକାଲି ଅର୍ଚ୍ଚନା ସିଧାସଳଖ ଡିସିପି ପ୍ରତୀକ ସିଂହଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଗତ ଅକ୍ଟୋବର ମାସ ୪ ତାରିଖରେ ଡିସିପି କାହିଁକି ବାଲିଅନ୍ତା ଥାନାରେ ୬୦ ଘଣ୍ଟାରୁ ଅଧିକ ସମୟ ଧରି ନଜରବନ୍ଦୀ ରଖିଥିଲେ ବୋଲି ଅର୍ଚ୍ଚନା ପ୍ରଶ୍ନ କରିଥିଲେ। ମୋତେ କୋର୍ଟ ଚାଲାଣ ବେଳେ ପୁଲିସ କାହିଁକି ମୋ ହାତକୁ ମାଡ଼ି ବସି ଧରୁଛି, ମୋ ମୁହଁକୁ ଚାପି ଧରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅର୍ଚ୍ଚନା। ସବୁ କିଛି ପୂର୍ବରୁ ଲେଖା ହୋଇଛି। ସେହି ଅନୁସାରେ ସବୁକିଛି ହେଉଛି। ନ୍ୟୁଜ ମଧ୍ୟ ଏକ ପାଖିଆ ହେଉଛି। ତେବେ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ସାମ୍ନାକୁ କାହିଁକି ଆସୁନାହାନ୍ତି ବୋଲି ଅର୍ଚ୍ଚନା ଗଣମାଧ୍ୟମରେ କହିଥିଲେ। 


Also Read: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍