Derogatory comments on hindu gods, ବାଲେଶ୍ୱର: ସୋସିଆଲ ମିଡ଼ିଆ ଫେସବୁକ ପୋଷ୍ଟରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ମହଙ୍ଗା ପଡିଛି। ଭଗବାନଙ୍କ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରି ବନ୍ଧାହେଲେ ସଂପୃକ୍ତ ବ୍ୟକ୍ତି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ପୋଲିସ ସହଯୋଗରେ ତାଙ୍କୁ ଘରୁ ଭଦ୍ରକ ଟାଉନ ଥାନା ପୋଲିସ ଉଠାଇ ନେଇଛି। ଗିରଫ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର ରବୀନ୍ଦ୍ର ମହାନ୍ତି ବୋଲି ଚିହ୍ନଟ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଅଗଷ୍ଟରେ ରବୀନ୍ଦ୍ର ମହାନ୍ତି ସୋସିଆଲ ମିଡ଼ିଆ ଫେସବୁକ ପେଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ପରି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ତୀବ୍ର ବିରୋଧ କରି ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭଦ୍ରକ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ସହିତ ଫେସବୁକରୁ ସେହି ସବୁ ଆପତ୍ତିଜନକ ପୋଷ୍ଟକୁ ତୁରନ୍ତ ହଟାଯିବାର ବ୍ୟବସ୍ଥା କରିବା ଏବଂ ରବୀନ୍ଦ୍ର ମହାନ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ବିଜେପି ନେତ୍ରୀ ହରପ୍ରିୟା ସାହୁ, ପଦ୍ମିନୀ ଦ୍ବିବେଦୀ, ଚୈତାଳି ଖିଲାର, ମଞ୍ଜୁବାଲା ସିହ୍ନା, ସ୍ୱର୍ଣ୍ଣଲତା ମିଶ୍ର ପ୍ରମୁଖ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।


Also Read: ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ୧୦ ଟି ପଏଣ୍ଟରେ ଜାଣନ୍ତୁ ସବୁକିଛି


ବିଜେପିର ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ଥାନା ପୋଲିସ ରବିନ୍ଦ୍ରଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଉ ରବିନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଭୋଗରାଇ ଥାନାରେ ପହଞ୍ଚିଥିଲା। ଭୋଗରାଇ ଥାନା ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦନେଶ୍ୱର ପୋଲିସ ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ଭଦ୍ରକ ଟାଉନ ଥାନା ପୋଲିସକୁ ସହଯୋଗ କରିଥିଲେ। ଭୋଗରାଇ ଓ ଭଦ୍ରକ ଟାଉନ ଥାନା ପୋଲିସ ମିଳିତ ଭାବେ ରବିନ୍ଦ୍ରଙ୍କ ଘର ଉପରେ ଚଢାଉ କରି ଥିଲେ। ଗିରଫ ପରେ ଅଭିଯୁକ୍ତ ରବିନ୍ଦ୍ରଙ୍କୁ ଭଦ୍ରକ ଟାଉନ ଥାନାକୁ ନେଇଥିବା ଜଣାପଡ଼ିଛି। 


ତେବେ ରବୀନ୍ଦ୍ର ଜଣେ ହିନ୍ଦୁ ପରିବାରର ସନ୍ତାନ ହୋଇ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଭଗବାନଙ୍କୁ ଅପମାନିତ କରିଥିବା ରବୀନ୍ଦ୍ର ମହାନ୍ତିଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଭଗବାନ ହିନ୍ଦୁ ଧର୍ମାବଲମ୍ବୀଙ୍କ ଏକ ଆସ୍ଥା। ଯେକୌଣସି ଧର୍ମୀୟ ଭାବନାକୁ ଆହତ କଲେ ଭାରତର ନ୍ୟାୟିକ ବ୍ୟବସ୍ଥାରେ କୌଠର ଦଣ୍ଡର ବ୍ୟବସ୍ଥା ଅଛି। କିନ୍ତୁ ପାକିସ୍ତାନ ଓ କିଛି ମୁସଲମାନ ଦେଶରେ ଏଥିପାଇଁ ମୃତ୍ୟୁଦଣ୍ଡ ଦିଆଯାଇଥାଏ।