Delhi Acid Attack News: ଦିଲ୍ଲୀ ଉତ୍ତମନଗରରେ ଘଟିଛି ଅଭାବନୀୟ ଘଟଣା। ପୋଷା କୁକୁରଙ୍କ ପଡୋଶୀଙ୍କ ଘର ଆଗରେ ବୁଲାଇବା ପଡିଲା ମହଙ୍ଗା । ପଡୋଶୀଙ୍କ ଘର ଆଗରେ ପୋଷା କୁକୁର ବୁଲାଇବାକୁ ନେଇଥିବା ବ୍ୟକ୍ତିଙ୍କ ଉପରେ ପଡୋଶୀ କଲେ ଏଡିସ୍ ଆକ୍ରମଣ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଜାନୁଆରୀ ୧୪(ଶନିବାର) ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଦିଲ୍ଲୀ ଉତ୍ତମନଗରରେ  ବସବାସ କରନ୍ତି ରାଜେଶ୍ବରଙ୍କ ପରିବାର । କିନ୍ତୁ ଶନିବାର ରାତି ସମୟରେ ରାଜେଶ୍ବରଙ୍କ ପୁଅ ତାଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଘର ବାହାରକୁ ନେଇଥିଲା । ପଡୋଶୀଙ୍କ ଘର ବାହାରେ ବୁଲାଉଥିଲା । ହେଲେ ବାହାରେ ରାଜେଶ୍ବରଙ୍କ ପୁଅ କୁକୁର ବୁଲାଉଥିବା ଦେଖି ପଡୋଶୀ ତାଙ୍କ ପୁଅକୁ ପାଟି କରିଥିଲେ। ଏବଂ ଗାଳି ଗୁଲଜ କରିଥିଲେ। ପାଟିତୁଣ୍ତ ଶୁଣି ଘରୁ ବାହାରି ବାହାରକୁ ଆସିଥିଲେ ରାଜେଶ୍ବର । ପରେ ଦୁଇ ପକ୍ଷଙ୍କ ମଧ୍ୟରେ ଅଧିକ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ରାଜେଶ୍ବରଙ୍କ ପଡୋଶୀ ରାଜେଶ୍ବର ଓ ତାଙ୍କ ପୁଅ ଉପରେ ଏସିଡ୍ (acid-like substance was toilet cleaner liquid.) ଫିଙ୍ଗି ଦେଇଥିଲେ। ଏଥିରେ ଗୁରୁତର ହୋଇ ପଡିଥିଲେ ରାଜେଶ୍ବର । ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ରାଜେଶ୍ବରଙ୍କ ପୁଅ। ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 


ନିକଟରେ ଦିଲ୍ଲୀର ଦ୍ୱାରକାଠାରେ ଜଣେ ଯୁବତୀଙ୍କ ଉପରେ ଦିନ ଦ୍ଵିପ୍ରହରରେ ଏସିଡ ଆକ୍ରମଣ ହୋଇଥିଲା । ଜଣେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।  ପଶ୍ଚିମ ଦିଲ୍ଲୀର ଉତ୍ତମନଗର ମୋହନ ଗାର୍ଡେନ୍ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଦୁଇଜଣ ବାଇକ୍ ଆରୋହୀ ଛାତ୍ରୀଙ୍କ ଉପରେ ଏସିଡ ଆକ୍ରମଣ କରିଥିଲେ | ଏହାପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ସାଗରପ୍ରୀତ ହୁଡା କହିଛନ୍ତି ଯେ ଏହାର ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଏବଂ ହର୍ଷିତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା, ତା’ପରେ ତାଙ୍କ ସହ-ଅଭିଯୁକ୍ତ ବିରେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେ କହିଛନ୍ତି ଯେ ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ୍ କିଣିଥିଲେ ।



ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରାଯାଇଛି । ଡିସିପି ଏମ ହର୍ଷବର୍ଦ୍ଧନ କହିଛନ୍ତି ଯେ ଦୁଇ ଅଭିଯୁକ୍ତ ପୀଡିତାଙ୍କ ଘର ନିକଟରେ ରହୁଥିଲେ। ତେବେ ଏସିଡ ଆକ୍ରମଣ ପଛର କାରଣ ବାବଦରେ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଉଲ୍ଲେଖ ଥାଉ କି ଏହି ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ‘ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀମାନେ କିପରି ଏତେ ସାହସ ପାଇଲେ? ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍। ସେହିପରି ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ କହିଥିଲେ ଏସିଡକୁ କାହିଁକି ନିଷେଧ କରାଯାଉନାହିଁ ।