Faridabad Rape Case: ମହିଳାଙ୍କ ଉପରେ କମୁନି ପାଶବିକ ଅତ୍ୟାଚାର । ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ ଘଟଣା ।  ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।  ଏବଂ ତାଙ୍କ ମୃତଦେହକୁ ଅରବାଲି ଜଙ୍ଗଲରେ ଫିଙ୍ଗି ଦିଆଯାଇଛି । ଏହି ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। କିଛି ଦିନ ପୂର୍ବରୁ ନାବାଳିକାଙ୍କ ପରିବାର ଅଭିଯୁକ୍ତ ଯୁବକଙ୍କ ଘରେ ଭଡାରେ ରହୁଥିଲେ।  ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପ୍ରସ୍ତୁତ ହେଉଛି।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନାନୁସାରେ, ଡିସେମ୍ବର ୨୭ରେ ନାବାଳିକାଙ୍କ ପିତା ବାପା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଝିଅ ସ୍କୁଲ ଯାଇଥିଲା । କିନ୍ତୁ ଆଉ ସେ ଘରକୁ ଫେରି ନ ଥିଲା । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ ଝିଅର ପତ୍ତା ପାଇ ନ ଥିଲେ। ପରଦିନ ଅର୍ଥାତ ଡିସେମ୍ବର ୨୮ରେ, ଏହି ମାମଲାରେ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋ ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ​​ଏବଂ ନାବାଳିକାଙ୍କ ଘର ନିକଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ସ୍କାନ ତଦନ୍ତ ପରିସରଭୁକ୍ତ କରିଥିଲା ପୋଲିସ । ପୋଲିସର ସୂଚନାନୁସାରେ, ସିସିଟିଭି ଫୁଟେଜରେ  ଅଭିଯୁକ୍ତ ଜଣକ ନାବାଳିକାକୁ (ଫଲୋ) ଅନୁସରଣ କରୁଥିବା ଦେଖିବାକୁ ମିଳିଥିଲା।


ନାବାଳିକାଙ୍କ ପରିବାର ଅଭିଯୁକ୍ତଙ୍କ ଘରେ ଭଡା ଘରେ ରହୁଥିଲେ :


ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା। ପ୍ରଥମେ ଅଭିଯୁକ୍ତ ପୋଲିସକୁ ଏଠାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସେତେବେଳେ ସେ ସବୁ ସତ କଥା ମାନି ଯାଇଥିଲା । ଅଭିଯୁକ୍ତ ଜଣକ କହିଛି ଯେ, ସେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରିଛି।


ଏହାବି ପଢନ୍ତୁ : Palghar Rape Case: ପ୍ରଥମେ ବଙ୍ଗଳାରେ ଦୁଷ୍କର୍ମ, ପରେ ସମୁଦ୍ର କୂଳରେ ଗଣଦୁଷ୍କର୍ମ; ୮ ଜଣ ମିଶି ୧୬ ବର୍ଷର ନାବାଳିକା ସହ ୧୫ ଘଣ୍ଟା ଧରି କଲେ ଏପରି କୁକର୍ମ


ଏହାବି ପଢନ୍ତୁ : Crime News: ଭିଆଇପି ହୋଟେଲରେ ରହିଲେ, ମଉଜ କଲେ କିନ୍ତୁ ଟଙ୍କା ନ ଦେଇ ଖସିଯିବାକୁ ଉଦ୍ୟମ କଲେ; ବାନ୍ଧିନେଲା ପୋଲିସ


ପୋଲିସର ସୂଚନାନୁସାରେ, ଗତକିଛି ଦିନ ପୂର୍ବରୁ ନାବାଳିକାଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କ ଘରେ ଭଡାରେ ରହୁଥିଲେ। ସେ କିଛି ଦିନ ପୂର୍ବରୁ ତାଙ୍କ ଘର ବଦଳାଇ ଦେଇଥିଲେ। ତେବେ, ନିକଟସ୍ତ ଜଙ୍ଗଲରୁ ପୋଲିସ ନାବାଳିକାର ମୃତଦେହ ଉଦ୍ଧାର କରିଛି। ପୋଲିସ ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପୋଲିସ ପ୍ରସ୍ତୁତ ହେଉଛି।