Life sentenced for 375 years, ଆଟଲାଣ୍ଟା: ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ୩୭୫ ବର୍ଷ ଜେଲ ଦଣ୍ଡ ମିଳିଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜର୍ଜିଆ ପୋଲିସ ଅଫିସରଙ୍କୁ ହତ୍ୟା ମାମଲାରେ ସୁପିରିୟର କୋର୍ଟ, ହତ୍ୟାକାରୀଙ୍କୁ ୩୭୫ରୁ ଅଧିକ ବର୍ଷ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ହତ୍ୟାକାଣ୍ଡର ପ୍ରାୟ ୭ ବର୍ଷ ପରେ ଗତ ଶୁକ୍ରବାର କୋର୍ଟ ଏହି ରାୟ ଶୁଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ୪ ମାର୍ଚ୍ଚ ୨୦୧୫ରେ ଜର୍ଜିଆ ପୋଲିସ ନିକଟକୁ ଏକ ରିପୋର୍ଟ ଆସିଥିଲା। ଯେଉଁଥିରେ ଗୋଟିଏ ଘର ଭିତରେ ଗୁଳି ଫୁଟିବା ସହ ଭଙ୍ଗାରୁଜା ହେଉଥିବା କୁହାଯାଇଥିଲା। ପୋଲିସ ମଧ୍ୟ ସଦଳବଳ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଏକ AK-47 ରାଇଫଲରେ ଆମାନୁଏଲ ମେଂଘେସା ଆଖୁବୁଜା ଗୁଳିମାଡ କରିଥିଲେ। ଯେଉଁଥିରେ ଫୁଲଟନ କାଉଁଟି ପୋଲିସ ଡିପାର୍ଟମେଣ୍ଟରେ କାମକରୁଥିବା ୨୨ ବର୍ଷୀୟ ଡିଟେକଟିଭ୍ ଟେରେନ୍ସ ଗ୍ରୀନ୍ ଆହତ ହୋଇଥିଲେ।


Also Read: Police rapes sex worker: ରେଡ୍ ବିଫଳ ହେବାରୁ ଯୌନ କର୍ମୀଙ୍କୁ ପୋଲିସ ଦୁଷ୍କର୍ମ କରିଥିବା ଅଭିଯୋଗ


ଡିଟେକଟିଭ୍ ଟେରେନ୍ସ ଗ୍ରୀନଙ୍କ ମୁଣ୍ଡ ପଛରେ ଗୁଳି ବାଜିଥିଲା। ଚିକିତ୍ସାଧିନ ଅବସ୍ଥାରେ ଗ୍ରାଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ସେପଟେ ଗୁଳିବିନିମୟରେ ଆମାନୁଏଲ ମେଂଘେସା ମଧ୍ୟ ପୋଲିସ ଗୁଳିରେ ଗୁରୁତର ହୋଇଥିଲା। ପରେ ତାକୁ ଗିରଫ କରାଯାଇଥିଲା। ହତ୍ୟା ସହ ପୋଲିସ ଏକାଧିକ ମାମଲାରେ କେସ୍ ଫାଇଲ କରିଥିଲା। ଦୀର୍ଘ ୭ ବର୍ଷ ମାମଲା କୋର୍ଟରେ ଚାଲିବା ପରେ ୧୯ ଅଗଷ୍ଟ ୨୦୨୨ରେ ହତ୍ୟାକାରୀ ମେଂଘେସାକୁ ୩୭୫ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁପିରିୟର କୋର୍ଟର ଜଷ୍ଟିସ ଜେନ୍ ବାରୱିକ ମାମଲାର ଶୁଣାଣି କରୁଥିଲେ।  



ଫୁଲଟନ କାଉଁଟି ଜିଲ୍ଲା ଆଟର୍ଣ୍ଣି କହିଛନ୍ତି ଯେ, ମୃତ ଗ୍ରୀନ ଆଉ ଫେରିବେ ନାହିଁ କିନ୍ତୁ ତାଙ୍କର ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ। ଏହା ହିଁ ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କ ପାଇଁ ନ୍ୟାୟ ହେବ। ଦକ୍ଷିଣ ଫୁଲଟନ ପୋଲିସ ମୁଖ୍ୟ କେଟ୍ ମିୱସ୍ କହିଛନ୍ତି, 'ଏହା ସ୍ପଷ୍ଟ ହୋଇଗଲା ଯେ, ଆମ ପୋଲିସ ଅଧିକାରୀ ଉପରେ ହୋଇଥିବା ହମଲା ହେବା ଅର୍ଥ ଆମ ରାଜ୍ୟରେ ଶାନ୍ତି ଶୃଙ୍ଖଳା ନାହିଁ। ତେବେ କୋର୍ଟଙ୍କ ରାୟ କିଛି ମାତ୍ରାରେ ଡିଟେକ୍ଟିଭ୍ ଗ୍ରୀନଙ୍କ ପରିବାରକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି।'


Also Read: ଏକସମୟରେ ୧୩ ଜଣ ଦୋଷୀଙ୍କୁ ଦିଆଗଲା ଫାଶୀଦଣ୍ଡ, କଏଦୀଙ୍କୁ ଜେଲରେ କରିଥିଲେ ହତ୍ୟା


ଭାରତର ନ୍ୟାୟିକ ବ୍ୟବସ୍ଥାରେ ସାଧାରଣତଃ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଏ। ଆଜୀବନ କାରାଦଣ୍ଡ ଅବଧି ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରାୟତଃ ମାମଲାରେ ଏହା ୧୪ ବର୍ଷ ପାଇଁ ହୋଇଥାଏ। କୋର୍ଟ ଶୁଣାଇଥିବା ଦଣ୍ଡାଦେଶ ଅବଧି ମଧ୍ୟରେ ଅଭିଯୁକ୍ତଙ୍କ ଦଣ୍ଡ ହ୍ରାସ କରାଯାଇପାରେ କିମ୍ବା ତାଙ୍କୁ କ୍ଷମା ମଧ୍ୟ ଦିଆଯାଇପାରେ। ତେବେ ଏହି କ୍ଷମତା ରାଷ୍ଟ୍ରପତି, ସୁପ୍ରିମକୋର୍ଟ ଓ ରାଜ୍ୟପାଳଙ୍କ ନିକଟରେ ରହିଛି।