Oil Theft Gang Mastermind Arrested: ଗୁଜୁରାଟରେ ତେଲ ଚୋରି ସହ ଜଡିତ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଆପଣ ପୂର୍ବରୁ ଅନେକ ପ୍ରକାରର ଚୋରି ଘଟଣା ସହ ଖବର ବିଷୟରେ ଅବଗତ ରହିଥିବେ। ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ତେଲ ଚୋରି କଥା କଥା କହୁଛି ସେପରି ଘଟଣା ବାବଦରେ ଆପଣ ଖବର ମଧ୍ୟ ପଢିନଥିବେ। ବର୍ତ୍ତମାନ ଏପରି ଏକ ତେଲ ଚୋର ଗ୍ୟାଙ୍ଗ ମୁଖ୍ୟକୁ ଗିରଫ କରାଯାଇଛି ଯିଏ ଦେଶର ବିଭିନ୍ନ ରାଜ୍ୟରୁ ଅଶୋଧିତ ତୈଳ ଚୋରି କରୁଥିଲା। ଏହି ଗ୍ୟାଙ୍ଗ ଯୋଜନା କରୁଥିଲା ଯେ ଦେଶର କେଉଁ ସ୍ଥାନରୁ ତେଲ ତେଲ ଚୋରି କରାଯିବ। 


COMMERCIAL BREAK
SCROLL TO CONTINUE READING

ଗୁଜରାଟ (Gujarat) ସୁରଟ ଅପରାଧ ଶାଖା (Surat Crime Branch) ଜାନୁଆରୀ ୫ ତାରିଖ ଗୁରୁବାର ଆନ୍ତଃରାଜ୍ୟ ତେଲ ଚୋର ଗ୍ୟାଙ୍ଗ (Interstate Oil Theft Gang) ମୁଖ୍ୟ ସନ୍ଦୀପ ଓରଫ ସ୍ୟାଣ୍ଡିଙ୍କୁ ଗିରଫ କରିଛି। ଏହି ଚୋର ଗ୍ୟାଙ୍ଗ ଦେଶର ବିଭିନ୍ନ ରାଜ୍ୟରୁ ଅଶୋଧିତ ତୈଳ ଚୋରି (Crude Oil Theft)  କରୁଥିଲା। ତେଲ ଚୋର ଗ୍ୟାଙ୍ଗ ସ୍ୟାଣ୍ଡି ଏ ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ୪ ଶହ କୋଟି ଟଙ୍କା ମୂଲ୍ୟର ତେଲ ଚୋରି କରିଥିବା ଜଣାପଡ଼ିଛି। ତେଲ ଚୋରି କରିବା ପାଇଁ ସ୍ୟାଣ୍ଡି ପାଖରେ ଏକ ଗ୍ୟାଙ୍ଗ ରହିଥିଲା।


ଏହି ତେଲ ଚୋର ଗ୍ୟାଙ୍ଗ ପାଇପ ଲାଇନ (Oil Pipeline) ଯାଇଥିବା ସ୍ଥାନକୁ ଟାର୍ଗେଟ କରୁଥିଲା। ପାଇପ ଲାଇନ ଯାଇଥିବା ସ୍ଥାନର ଚାରିପାଖରେ ରହିଥିବା କୌଣସି ଜାଗାରେ ଭଡା ଦେଇ ତେଲ ଚୋରି କରୁଥିଲା ସ୍ୟାଣ୍ଡି ଗ୍ୟାଙ୍ଗ। ଗୋଟିଏ ରାତିରେ ଗୋଟିଏରୁ ଦୁଇଟି ତେଲ ଟ୍ୟାଙ୍କର ଗାଏବ କରି ଦେଉଥଲା ଆନ୍ତଃରାଜ୍ୟ ତେଲ ଚୋର ଗ୍ୟାଙ୍ଗ। ଗୁଜୁରାଟ ଆତଙ୍କବାଦ ନିରୋଧ ଶାଖା (Gujarat Anti Terrorism Squad) ଅଧିନସ୍ଥ ଗୁଜୁରାଟ କଣ୍ଟ୍ରୋଲ ଅଫ୍ ଟେରୋରିଜିମ ଆଣ୍ଡ ଅର୍ଗାନାଇଜଡ୍ ଆକ୍ଟ (Gujarat Control of Terrorism and Organized Act)  ମାମଲାରେ ସ୍ୟାଣ୍ଡି ମୁଖ୍ୟ ଅଭିଯୁକ୍ତ ରହିଥିଲା। ବିଗତ କିଛି ଦିନ ଧରି ପୋଲିସ ପାଖରୁ ନିଜକୁ ବଞ୍ଚାଇ ରଖିଥିଲା ସ୍ୟାଣ୍ଡି। ପୋଲିସ ତାଙ୍କୁ ଅନେକ ଦିନ ଧରି ଖୋଜାଖୋଜି କରୁଥିଲା।


ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁରଟ ପୋଲିସ କମିଶନର ଅଜୟ ତୋମାର (Surat Police Commissioner Ajay Tomar)। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୁରଟ ପୋଲିସ କମିଶନର କହିଛନ୍ତି ଯେ ଗୁଜୁରାଟ, ସୁରଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା ଏବଂ ବିହାର ଆଦି ରାଜ୍ୟରେ ସ୍ୟାଣ୍ଡି ବିରୋଧରେ ୨୦ ମାମଲା ରୁଜୁ ହୋଇଛି। ଏଥର ସ୍ୟାଣ୍ଡି ରାଜସ୍ଥାନରେ ତେଲ ଚୋରି କରିବାକୁ ଯୋଜନା କରୁଥିଲେ। ହେଲେ ତେଲ ଚୋରି କରିବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି। ସ୍ୟାଣ୍ଡି ଗ୍ୟାଙ୍ଗ ପାଇପ ଲାଇନ ଠାରୁ ପ୍ରାୟ ଏକରୁ ଦୁଇ କିଲୋମିଟର ଦୂରରେ ଏକ ଭଡା ଘର କିମ୍ବା ଜାଗା ନେଇ ତେଲ ଚୋରି କରୁଥିଲା।