ଗୁରୁଗ୍ରାମରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପୋଲିସର କହିବା ଅନୁସାରେ, ଗୁରୁବାର ସକଳା ପ୍ରାୟ ୯ଟା ବେଳେ ପୋଲିସକୁ ଏକ ସୂଚନା ମଳିଥିଲା। ନାଥୁପୁର ଗ୍ରାମର ପରିବା ମାର୍କେଟ ନିକଟ ଏକ ଖୋଲା ପ୍ଲଟରେ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ମୃତଦେହ ପଡିଥିବା କୁହାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।
ଗୁରୁଗ୍ରାମ: ହରିୟାଣାର ବାଣିଜ୍ୟିକ ପେଣ୍ଠସ୍ଥଳି ଗୁରୁଗ୍ରାମରେ ଚାଞ୍ଚଲ୍ୟ। ଗୁରୁାବାର DLF Phase 3 ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହକୁ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ମିଳିଥିବା ଫେଜ ୩ ଥାନା ପୋଲିସ ସୁଚନା ଦେଇଛି।
ପୋଲିସର କହିବା ଅନୁସାରେ, ଗୁରୁବାର ସକଳା ପ୍ରାୟ ୯ଟା ବେଳେ ପୋଲିସକୁ ଏକ ସୂଚନା ମଳିଥିଲା। ନାଥୁପୁର ଗ୍ରାମର ପରିବା ମାର୍କେଟ ନିକଟ ଏକ ଖୋଲା ପ୍ଲଟରେ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ମୃତଦେହ ପଡିଥିବା କୁହାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ମହିଳାଙ୍କ ମୃତଦେହଟି ସନ୍ଦିଗ୍ଧ ଅବସ୍ଥାରେ ପଡି ରହିଥିଲା। ଦେହର ଅଧାଅଂଶ ମୁକୁଳା ଥିଲା। ତେଣୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହକୁ ଜବତ ପରେ ପୋଲିସ ଦଫା ୩୦୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Also Read: ସଇତାନ ସ୍ୱାମୀ! ଯୌତୁକ ପାଇଁ ସ୍ତ୍ରୀକୁ ସାନିଟାଇଜର ଢାଲି ଜିଅନ୍ତା ଜାଳିବାକୁ ଉଦ୍ୟମ
ଗୁରୁବାର ସକାଳେ ମହିଳାଙ୍କ ମୃତଦେହ ଜବତ କରାଇଛି ପୋଷ୍ଟମର୍ଟମ ପାଇପଠାଯାଇଥିଲା। ଅପରାହ୍ନରେ ତାଙ୍କୁ ଚିହ୍ନଟ କରାଯାଇଛି। ମୃତ ମହିଳା ଜଣକଙ୍କ ଜଣେ ସମ୍ପର୍କୀୟ ଚିହ୍ନଟ କରିଥିଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ, ମହିଳାଙ୍କ ଘର ଓଡିଶାରେ ହୋଇଥିବା ବେଳେ ସେ କିଛି ମାସ ହେବ ଗୁରୁଗ୍ରାମରେ ରହୁଥିବା ତାଙ୍କ ଭଉଣୀ ଘରକୁ ଆସିଥିଲେ। କିନ୍ତୁ କୌଣସି କାରଣ ଯୋଗୁଁ ତାଙ୍କ ଭଉଣୀଙ୍କ ମୃତ୍ୟୁ ହେବା ପରେ ସେ ମାନସୀକ ଭାରସାମ୍ୟ ହରାଇଥିଲେ।