Crime News News In Odia: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ରୀଜେଣ୍ଟ ପାର୍କ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରିଜେଣ୍ଟ ପାର୍କ ଅଞ୍ଚଳରେ ଏକ ବନ୍ଦ ଫ୍ଲାଟରୁ ବାପା ମା ଓ ବଢିଲା ଝିଅର ମୃତଦେହ ଉଦ୍ଧାର କରାଯାଇଛି। ବାପା ବ୍ୟବସାୟୀ ହୋଇଥିବା ବେଳେ ଝିଅ ଲ ଛାତ୍ରୀ ବୋଲି ଜଣାପଡ଼ିଛି। ମୃତକଙ୍କ ନାଁ ହେଉଛି ବିଜୟ ଚାଟାର୍ଜ, ସ୍ତ୍ରୀ ରାନୁ ଚାଟାର୍ଜୀ ଓ ଝିଅ ଆଇନ୍ଦ୍ରିଲା ଚାଟାର୍ଜୀ ବୋଲି ଜଣାପଡ଼ିଛି। ଗତ କିଛିଦିନ  ହେଲା ଫ୍ଲାଟ୍ ବନ୍ଦପଡ଼ି ରହିଥିଲା । ରବିବାର ସକାଳ ସମୟରେ ବିଲ୍ଡିଂର ବାହାରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଉପଲବ୍ଧ ଅଧିକାରୀ ଏବଂ ଫୋର୍ସ (Police Force)ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଉକ୍ତ ଫ୍ଲାଟର ତାଲା ଖୋଲିଥିଲେ ଏବଂ ଧଳା ରଙ୍ଗର ଦଉଡିରେ ଉକ୍ତ ଫ୍ଲାଟର ଛାତରୁ ତିନି ଜଣ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୋଲିସର ବିବୃତ୍ତି ଅନୁଯାୟୀ ପଚରାଉଚରା ବେଳେ ସେ ଗତ  କିଛିମାସ ଧରି ଉକ୍ତ ଫ୍ଲାଟରେ ଭଡ଼ାରେ ରହୁଥିବାର ଦେଖିବାକୁ ମିଳିଥିଲେ। ତାଙ୍କ ଓନରଙ୍କ ନାମ ବିଜୟ ଚାଟାର୍ଜୀ। ଗତ ତିନି-ଚାରି ଦିନ ଧରି ତାଙ୍କୁ ଫ୍ଲାଟ ବାହାରେ କେହି ଦେଖି ନଥିଲେ । ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ ଯେ କିଛି ଘଟଣା ଘଟିଛି । 


ହେଲେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ୍ (Suicide Note) ମିଳିନାହିଁ। ପୋଲିସର ସନ୍ଧାନରେ ଘର ଭିତରେ ଥବା ଆଲମାରୀ ରୁ ତିନୋଟି ଆଧାରକାର୍ଡ ପାଇଥିଲା ପୋଲିସ । ପରେ ଜଣାପଡ଼ିଥିଲା ଯେ, ମୃତକ ହେଲେ ବିଜୟ ଚାଟାର୍ଜୀ ବୟସ ୫୧, ସ୍ତ୍ରୀ ରାନୁ ଚାଟାର୍ଜୀ ବୟସ ୪୬  ଝିଅ ଆଇନ୍ଦ୍ରିଲା ଚାଟାର୍ଜୀ ବୟସ ୨୧ ବର୍ଷ ବୟସ । ବିଜୟ ପେଶାରେ ଜଣେ ବ୍ୟବସାୟୀ ଥିଲେ । ତାଙ୍କ ଝିଅ ଏଲଡିଜେ କଲେଜରେ ଲ ପଢୁଥିଲେ ।  ସେ ଉକ୍ତ କଲେଜର ତୃତୀୟ ସେମିଷ୍ଟାର ଛାତ୍ରୀ ଥିଲେ ।  


ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ସେମାନଙ୍କ ପରିବାର ଗତ କିଛିଦିନ ହେଲା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ। ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ (Police Investigation) ଜାରି ରଖିଛି। 


Also Read: Shocking News: ଝିଅକୁ ବର୍ଷ ତମାମ ଦୁଷ୍କର୍ମ କରୁଥିଲା ବାପା, ମାଆ ଦେଉଥିଲା ସାଥ୍


Also Read: Crime News: ମାର୍କସିଟ୍ ପାଇଁ ଭୟଙ୍କର କାଣ୍ଡ, କଲେଜ ପ୍ରିନ୍ସିପାଲଙ୍କୁ ଜିଅନ୍ତା ଜାଳିଦେଲା ଛାତ୍ର