kiara and Sidharth’s Wedding: ଫିଲ୍ମ 'ଶେରଶାହା'ର ହିଟ୍ ଯୋଡ଼ି କିଆରା ଓ ସିଦ୍ଧାର୍ଥଙ୍କ ରିଲେସନସିପ୍ (Sidharth Malhotra and Kiara Advani Relationship) ବା କାହାକୁ ଅଜଣା । ବେଶ ଦିନ ହେବ ଏହି ଷ୍ଟାର କପଲ ପରସ୍ପରକୁ ଡ଼େଟ କରିଆସୁଛନ୍ତି । ନିଜ ରିଲେସନସିପ୍‌କୁ ନେଇ ଉଭୟ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରିନଥିବା ବେଳେ ଲୋକେ କିନ୍ତୁ ଏହି ଯୋଡ଼ିକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ କିଛି ଦିନ ହେବ ଏହି କପଲଙ୍କ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ  ଏ ନେଇ ମୁହଁ ଖୋଲି ନାହାନ୍ତି କିଆରା ଓ ସିଦ୍ଧାର୍ଥ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ସପ୍ତାହରେ ହାତରୁ ଦୁଇ ହାତ ହୋଇପାରନ୍ତି ଦୁହେଁ । ତେବେ ବିବାହର ପୂର୍ବରୁ ଆସନ୍ତୁ ନଜର ପକାଇବା କିଆରା ଓ ସିଦ୍ଧାର୍ଥଙ୍କ ମ୍ୟାରେଜ ଡ଼େଟ, ଭେନ୍ୟୁ, ଫଙ୍କସନ୍‌ ସହ ଅନ୍ୟ ସମସ୍ତ ଅପଡ଼େଟ ଉପରେ ।


COMMERCIAL BREAK
SCROLL TO CONTINUE READING

ଯଦିଓ ବିବାହକୁ ନେଇ ଉଭୟ ମୁହଁ ଖୋଲି ନାହାନ୍ତି । କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ଜେସଲମେର ସହରସ୍ଥିତ 'ସୂର୍ଯ୍ୟଗଡ ହୋଟେଲ'ରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେବେ ଏହି କ୍ୟୁଟ୍ କପଲ । କୁହାଯାଉଛି ଯେ ସିଦ୍ଧାର୍ଥ-କିଆରାଙ୍କ ସମସ୍ତ ଅତିଥି ବିବାହର ଦୁଇ ଦିନ ପୂର୍ବରୁ ହୋଟେଲରେ ପହଞ୍ଚିବେ ।


ଖବର ଅନୁଯାୟୀ, ୪ ଫେବୃୟାରୀରେ ସିଦ୍ଧାର୍ଥ ଓ କିଆରାଙ୍କ ପ୍ରି ୱେଡ଼ିଙ୍ଗ ଆରମ୍ଭ ହୋଇଯିବ । ଫେବୃୟାରୀ ୫ ତାରିଖରେ ସଙ୍ଗୀତ ସେରିମୋନି ହୋଇପାରେ । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ କୁଆଡ଼େ ନିଜ ସଙ୍ଗୀତ ସେରିମୋନିରେ କିଆରା ତାଙ୍କ ଅଭିନୀତ ଚଳଚ୍ଚିତ୍ର 'ଶେରଶାହା'ର ସୁପରହିଟ୍ ଗୀତ “ରାତାଁ ଲମ୍ୱିଆ”ରେ ନୃତ୍ୟ ପରିବେଷଣ କରିପାରନ୍ତି । ଏହି ଗୀତଟି ଉଭୟଙ୍କ ପାଇଁ ବେଶ ଖାସ ଅଟେ । କୁହାଯାଉଛି ଯେ, ଏହି ୬ ଫେବୃୟାରୀରେ ବୟଫେଣ୍ତ ଗର୍ଲଫ୍ରେଣ୍ତରୁ ପତି ପତ୍ନୀ ହୋଇପାରନ୍ତି ଏହି ଷ୍ଟାର କପଲ । ତେବେ ଆଶା କରାଯାଉଛି କି ଉଭୟ ଜଲଦି ନିଜ ବିବାହ ନେଇ ଅଫିସିଆଲ ଆନାଉନ୍ସମେଣ୍ଟ କରିବେ।