Archana Nag Diary: ଇଡି ହାତରେ ବାଜିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଙ୍କ ଡାଏରୀ। ଆଉ ଏବେ କଳା ସାମ୍ରାଜ୍ୟର କଳାଗୁମର ଖୋଲିବା ନେଇ ବାଟ ସଫା ହୋଇଛି । ସୂଚନାନୁସାରେ ଆଜି ସକାଳ ସମୟରେ ଖଣ୍ଡଗିରି ଥାନାରେ ଇଡିର ଅଧିକାରୀ ପହଞ୍ଚିଥିଲେ । ଏହାପରେ ଅର୍ଚ୍ଚନା ନାଗ ଙ୍କ ଡାଏରୀ ଇଡି ହାତରେ ବାଜିଥିବା ନେଇ ସୂଚନା ମିଳିଛି। ଯଦି ଏହି ଡାଏରୀ ଉପରେ ତଦନ୍ତ କରାଯାଏ ତେବେ ବଡବଡିଆ ଫସିବେ ଏନେଇ ସନ୍ଦେହ ନାହିଁ। କୁହାଯାଉଛି ଏହି ଡାଏରୀରେ ସବୁ ସତ ଲୁଚି ରହିଛି । ଅର୍ଚ୍ଚନା କାହାଠାରୁ ଟଙ୍କା ଆଣିଛନ୍ତି କାହାକୁ ଦେଇଛନ୍ତି ଏହି କଳା ସାମ୍ରାଜ୍ୟରେ କିଏ କିଏ ସାମିଲ ଅଛନ୍ତି ଏନେଇ ସବୁ ଖୋଳତାଡ କରୁଛି ଇଡି।  


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ ଇଡି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେଇଛି । ଅର୍ଚ୍ଚନାଙ୍କୁ ୬ ଦିନ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ଇଡି। ଏହି ରିମାଣ୍ଡ ଅବଧି ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ହାତରେ ବାଜିବା ନେଇ ଆଶଙ୍କା କରାଯାଉଛି।  ରାଜ୍ୟ ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡିସେମ୍ବର ୧୩ ତାରିଖରେ ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ପ୍ରଥମେ କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି। 


ସେପଟେ ଅର୍ଚ୍ଚନା ନାଗ ଅଭିଯୋଗ ମାମଲାରେ ଇଡି (ED) ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ପୂର୍ବରୁ ଗିରଫ କରିଥିଲା। କମିଶନରେଟ ପୋଲିସ  ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ଗଣମାଧ୍ୟମ ସାମ୍ନାରେ ଚିତ୍କାର କରି ଅର୍ଚ୍ଚନା କହିଥିଲେ ଯେ, ଯଦି ସେ ମୁହଁ ଖୋଲିନ୍ତି ତେବେ ରାଜ୍ୟ ପରିବର୍ତ୍ତନ ହୋଇଯିବ। ହେଲେ ଏହାପର ଦିନ ଇଡି ରିମାଣ୍ଡରେ ମୁହଁ ଖୋଲିନଥିଲେ ଅର୍ଚ୍ଚନା। 


ତେବେ ଏହି ୬ ଦିନିଆ ରିମାଣ୍ଡରେ ଅର୍ଚ୍ଚନା କାହା ନାଁ କହିବେ ସେ ନେଇ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ସେହିପରି ଆଜି ଇଡି ହାସଲ କରିଥିବା ଅର୍ଚ୍ଚନା ଙ୍କ ଡାଏରୀ ବାବଦରେ ମଧ୍ୟ ଘନ ଘନ ଜେରା ହେବା ନେଇ ସୂଚନା ରହିଛି। 


Also Read: Archana Nag Arrested: ED ଗଦରେ ବଶ ହେଲା ଅର୍ଚ୍ଚନା ନାଗ୍, ୧୫ ଦିନ ପରେ ଜଗବନ୍ଧୁର ପାଳି