ରାଜନୀତି ଉଷ୍ମତା ଭିତରେ ଶିଥିଳ ପଡ଼ୁଛି ମମିତା ମୃତ୍ୟୁ ତଦନ୍ତ
ବିରୋଧୀ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଶାସକ-ବିରୋଧୀଙ୍କ ଏହି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଏବେ ପ୍ରଶ୍ନ...ମମିତାଙ୍କୁ ନ୍ୟାୟ ମିଳିବ ତ ?
ଭୁବନେଶ୍ୱର: ମମିତା-ମୃତ୍ୟୁ-ମହାରାଜନୀତି । ବଲାଙ୍ଗିର ଝରଣୀ ଗାଁର ମମିତା ମେହେର ସିନା ଗୋବିନ୍ଦର ଷଡ଼ଯନ୍ତ୍ରର ଶିକାର ହୋଇ ଝରିପଡ଼ିଲା । ହେଲେ ଏବେ ଏହି ପ୍ରସଙ୍ଗକୁ ମୁଦ୍ଦା କରି ପଲିଟିକାଲ ମାଇଲେଜ୍ ନେବା ପାଇଁ ଆରମ୍ଭ ହୋଇଛି କମ୍ପିଟିସନ । ବିଜେପି-କଂଗ୍ରେସ ଲଗାତାର ଭାବେ ଗୋବିନ୍ଦ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଲିଙ୍କ ଅଭିଯୋଗ କରି ଶାସକ ଦଳକୁ ଶିକୁଳିରେ ବାନ୍ଧିବାର ପ୍ରୟାସ କରୁଛନ୍ତି । କିନ୍ତୁ ବ୍ୟାକଫୁଟରେ ଥିବା ବିଜେଡି ଆଜି ହଠାତ୍ ଆଗ୍ରେସିଭ୍ ହେବା ସହ କାଉଣ୍ଟର ଆଟାକ୍ ପାଇଁ ଓହ୍ଲାଇଛି । ଯାହାର ମଙ୍ଗ ଧରିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ଓ କୁନ୍ଦୁଲି ମାମଲାକୁ ନେଇ ଦୁଇଟି ଭିଡିଓ ଜାରି କରିବା ସହ ବିରୋଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ଏପଟେ ବିରୋଧୀ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଶାସକ-ବିରୋଧୀଙ୍କ ଏହି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଏବେ ପ୍ରଶ୍ନ...ମମିତାଙ୍କୁ ନ୍ୟାୟ ମିଳିବ ତ ?
ରାଜ୍ୟ ରାଜନୀତିର ସେଣ୍ଟର ଷ୍ଟେଜରେ ଏବେ ମମିତା । ବିରୋଧୀ-ଶାସକ ଛକାଛକି । ମମିତା ମୃତ୍ୟୁ (Mamita murder) ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାହାନାରେ ଏବେ ରାଜ୍ୟ ସରକାରଙ୍କୁ ଘେରିବାର ରୀତିମିତ ଉଦ୍ୟମ କରୁଛନ୍ତି ବିରୋଧୀ । ଆଉ ବିରୋଧୀଙ୍କ ଆକ୍ରମଣରେ ମୁକାବିଲା ପାଇଁ ଏବେ ମୈଦାନକୁ ଓହ୍ଲାଇଛି ବିଜେଡି । ମାନେ କହିବାକୁ ମମିତା ବାହାନାରେ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ତିନି ଦଳ ।
Also Read: NZ vs AFG ମ୍ୟାଚ୍ ହେବ ଗେମ ଚେଞ୍ଜର ! ଏହି ଫର୍ମୁଲାରେ ମିଳିବ ଟିମ ଇଣ୍ଡିଆକୁ ସେମିଫାଇନାଲରେ ଏଣ୍ଟ୍ରି
ଏହି କ୍ରମରେ ଆଜି ତିନି ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରେସମିଟ୍ (Press Meet) ଫାଇଟ୍ । ତିନୋଟି ଯାକ ଦଳ ପ୍ରେସମିଟ୍ ଡାକି ପରସ୍ପରକୁ ଘେରିବାର ପ୍ରୟାସ କରିଛନ୍ତି । ମମିତା ମୃତ୍ୟୁ ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ପୁଣି ଦୋହରାଇଛନ୍ତି ବିରୋଧୀ । କଳାହାଣ୍ଡିବାସୀ ଭୟଭୀତ ଥିବା ବେଳେ ରାଜନୀତି କରିବାକୁ ମୁଖ୍ୟମନ୍ତ୍ରୀ ଆସନ୍ତା ୮ ତାରିଖରେ କଳାହାଣ୍ଡି ଯାଉଛନ୍ତି । ଭାରତୀୟ ଜନତା ପାର୍ଟି ଆଜି ଓଡି଼ଶାବାସୀଙ୍କୁ ଆହ୍ୱାନ କରୁଛି ମୁଖ୍ୟମନ୍ତ୍ରୀ (Chief Minister) ଙ୍କୁ ସାମାଜିକ ବାସନ୍ଦ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବିଜେପି ବିରୋଧୀ କରିବ । କଳାହାଣ୍ଡିରୁ ଏହାର ଶୁଭାରମ୍ଭ ହେବ ବୋଲି କହିଛି ବିଜେପି । ସେପଟେ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ପାଇଁ ଚେତାବନୀ ଦେଇଛି। ମନ୍ତ୍ରୀ ନହଟିଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ।
Also Read: UP Election 2022: କାହା ସହ କିଏ କରିବ ନିର୍ବାଚନ ମେଣ୍ଟ ଗଠନ?
ସେପଟେ ବିରୋଧୀଙ୍କୁ କାଉଣ୍ଟର ପାଇଁ ଆଜି ପୂରା ଖାତା-ଖତିୟାନ ସହ ସାମ୍ନାକୁ ଆସିଛି ବିଜେଡି । ଟିକିରି ଇତିଶ୍ରୀ ମାମଲା ଓ କୁନ୍ଦୁଲି ମାମଲାରେ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରି ବିରୋଧୀ କେମିତି ଠକି ଯାଇଥିଲେ, ସେନେଇ ଦୁଇଟି ଭିଡିଓ ଜାରି କରିଛି ବିଜେଡି (Biju Janata Dal) । ଗଣାମାଧ୍ୟମରେ ଦଳର କ୍ରାଇସିସ୍ ମ୍ଯାନେଜର ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ବିରୋଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ନିର୍ବାଚନ ଆସିଲେ ବିରୋଧୀ ନାରୀ ସୁରକ୍ଷାର କାନ୍ଦଣା କାନ୍ଦନ୍ତି । ନିର୍ବାଚନ ସରିଲେ ସବୁ ଭୁଲିଯାଆନ୍ତି ବୋଲି କହିଛନ୍ତି ସସ୍ମିତ୍ । ମମିତା ମାମଲାରେ ବିରୋଧୀ କେବଳ ଓଡ଼ିଶାର ନାଁ ବଦନାମ କରିବାର ପ୍ରଚେଷ୍ଟା କରୁଥିବା ବିଜେଡି ଅଭିଯୋଗ କରିଛି ।
Also Read: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆଙ୍କ ମୃତ୍ୟୁ, ଭିଡିଓ ଭାଇରାଲ...
ସେପଟେ ଏହି ମାମଲାରେ ବିଜେପି (BJP) ର ଲଗାତାର ବିରୋଧ ଜାରି ରହିଛି । ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜେପି ବନ୍ଦ ଡାକରା ଦେଇଥିଲା। ଗଜପତିରେ ୧୨ ଘଣ୍ଟିଆ ଓ ଝାରସୁଗୁଡ଼ାରେ ୮ ଘଣ୍ଟିଆ ବନ୍ଦ କରିଛି । ସେହିପରି କଳାହାଣ୍ଡିରେ ମଧ୍ୟ କୋକେଇ ଶୋଭାଯାତ୍ରାରେ ବାହାର କରିଛି । ମମିତା ମୃତ୍ୟୁ ନେଇ ରାଜନୀତି ସିନା ଉଷ୍ମ ହୋଇଛି । ହେଲେ ଏହି ଉଷ୍ମତା ଭିତରେ ମାମଲାର ତଦନ୍ତ ଏବେ ଶିଥିଳ ପଡ଼ିଯାଉଛି । ତେଣୁ ଉଷ୍ମତା ଓ ଶିଥିଳତାର ଛଦ୍ମଯୁଦ୍ଧ ଭିତରେ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ ତ ? ଏହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ।