Shocking:  ପୁଣି ଲଜ୍ଜ୍ୟା । ବାପା ଦେଖିଲାନି ରକ୍ତ ସମ୍ପର୍କ। ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ରାକ୍ଷସ ପାଲଟିଲା ଜନ୍ମକଲା ବାପ । ନିଜର ନାବାଳିକା ଝିଅ ସହ କଲା ଦୁଷ୍କର୍ମ । ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ଭେଡେନ ଥାନା ଅଞ୍ଚଳରେ ।  ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ, ଅଭିଯୁକ୍ତକୁ କଠୋର ଦଣ୍ତଦେବାକୁ ଦାବି ହୋଇଛି।


COMMERCIAL BREAK
SCROLL TO CONTINUE READING

ଭେଡ଼େନ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ  କରାଯାଇଛି । ଆଉ ଏହି ନାବାଳିକାଙ୍କୁ ତାର ଜନ୍ମକଲା ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିବା ସୂଚନା ମିଳିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍‌ଣରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ତାଙ୍କ ବାପା (୩୭ ବର୍ଷ) ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକା ଜଣକ ଗ୍ରାମବାସୀଙ୍କୁ ଜଣାଇବା ପରେ ନିଜେ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅଭିଯୁକ୍ତ ଜଣକ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ଅଞ୍ଚଳର ହୋଇଥିବା ବେଳେ ବହୁବର୍ଷ ହେଲା ଭେଡ଼େନ ଅଞ୍ଚଳରେ ରହି କ୍ବାକ୍‌ ଭାବେ ଲୋକଙ୍କ ଚିକିତ୍ସା କରୁଥିଲା। 


 ଏହାବି ପଢନ୍ତ : Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍


 ଏହାବି ପଢନ୍ତ : Nysa Devgan: ସର୍ଜରୀର କମାଲ୍ ! ନ୍ୟାସାଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି...


ନିକଟରେ ସମାନ ଘଟଣା ଉତ୍ତରପ୍ରଦେଶର ବରେଲିରେ ମଧ୍ୟ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ପତ୍ନୀ ସହ ମିଶି ଜଣେ ବ୍ୟକ୍ତି ନିଜ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଘଟଣା ଜଣାପଡିବା ପରେ କୁନି ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜେଲ୍‌ରୁ ବାହାରିବା ପରେ ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଲଜ୍ଜାକର କଥା,ଏସବୁ ପଛରେ କୁନି ଝିଅର ସାବତ ମା’ଙ୍କ ମଧ୍ୟ ହାତ ଥିଲା । ଏସବୁ କାମ ପାଇଁ ମହିଳା ଜଣକ ସ୍ୱାମୀଙ୍କ ସାଥ୍ ଦେଇଥିଲେ। ଯେଭଳି ଝିଅର ଚିତ୍କାର କାହାକୁ ନଶୁଭିବ, ଏଥିପାଇଁ ତାଙ୍କର ମୁହଁ ବନ୍ଦ କରି ଦେଇଥିଲେ ସମ୍ପୃକ୍ତ ମହିଳା । ସୂଚନା ଅନୁଯାୟୀ, ବହେଡିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ୭ ବର୍ଷ ଝିଅକୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଝିଅର ସମ୍ପର୍କୀୟ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି । ଏଭଳି ମାମଲାରେ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜେଲ୍ ମଧ୍ୟ ଯାଇସାରିଛନ୍ତି ।