ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଚିପ୍ ସହ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସମ୍ପର୍କ କଣ
ଏ ସମ୍ପର୍କରେ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି । ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଏଥିସହ ରାଜ୍ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସଙ୍କୁ ହାତରେ ମାଡ଼ ମରାଯାଇଛି ।
ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଆଜି ଏକ ବଡ଼ ଧରଣର ଟ୍ୱିଷ୍ଟ ଆସିଛି । ଏଥିରେ ଏତେବ ଡ଼ ବଡ଼ ମାଛଙ୍କ ସମ୍ପୃକ୍ତି ପଦାକୁ ଆସିଛି ଯେ, ଜଣେ ବିଶ୍ୱାସ କରି ପାରିବ ନାହିଁ । ଆଜି ମାନସ ସ୍ୱାଇଁ ହତ୍ୟା ଷଡ଼ଯନ୍ତ୍ର, ନୃଶଂସ ହତ୍ୟା ଏବଂ ମୃତଦେହ ଲୁଚାଇ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଓଡ଼ିଶା ସୂଚନା ଅଧିକାର ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରଞ୍ଜନ ସେଠୀଙ୍କୁ ବାନ୍ଧିଛି ପୋଲିସ । ସିଏ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବରେ ଏହି ନିକଟରେ ଅବସର ନେଇଛନ୍ତି । ପୋଲିସ କହିଛି, ନିରଞ୍ଜନ ସେଠୀ ମାନସ ସ୍ୱାଇଁଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚନା କରିଥିଲେ । ମାନସଙ୍କୁ ଅପହରଣ ଷଡ଼ଯନ୍ତ୍ର ବି ରଚିଥିଲେ ନିରଞ୍ଜନ । ଏଥିସହ ଦୟାଲ ଆଶ୍ରମରେ ହିଁ ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ ।
ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ଧରାପଡ଼ିଲା ବଡ଼ମାଛ
ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଗିରଫ
ନିରଞ୍ଜନ ସେଠୀଙ୍କୁ ବାନ୍ଧିଲା ପୋଲିସ
ମାନସ ହତ୍ୟାରେ କ'ଣ ଥିଲା ନିରଞ୍ଜନଙ୍କ ଭୂମିକା ?
ଏ ସମ୍ପର୍କରେ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି । ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଏଥିସହ ରାଜ୍ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସଙ୍କୁ ହାତରେ ମାଡ଼ ମରାଯାଇଛି । ତା ସାଙ୍ଗକୁ ଘାତକ ଅସ୍ତ୍ରରେ ବି ମରଣାନ୍ତକ ଆଘାତ କରାଯାଇଛି । ମାନସକୁ ନିଜେ ନିରଞ୍ଜନ ସେଠୀ ମାଡ଼ ମାରିଥିବା ପୋଲିସ କହିଛି । ଗୋଟଏ ଚିପ୍ ପାଇଁ ଏସବୁ ଘଟଣା ଘଟିଥିଲା । ଅବସର ଗ୍ରହଣ ପୂର୍ବରୁ ଶର୍ମିଷ୍ଠା ରାଉତଙ୍କ ଉପରେ ଅଜାଡ଼ି ଦେଇଥିଲେ କୃପାବାରି । ଇଏ ହେଉଛି 'ସମ୍ପୂର୍ଣ୍ଣା' ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ମାଲିକାନାରେ ଚାଲିଥିବା ସମ୍ପୂର୍ଣ୍ଣା ଖବର କାଗଜକୁ ସ୍ୱୀକୃତି ଦେବା ପଛର କାହାଣୀ । ଗତ ଫେବ୍ରୁଆରୀ ୭ ତାରିଖ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା ।
ଅଥଚ ଏହାର ପ୍ରାୟ ୩ ସପ୍ତାହ ପରେ ଏପରିକି ନିଜ ଅବସର ଗ୍ରହଣର ଶେଷଦିନରେ ସମ୍ପୂର୍ଣ୍ଣା ଖବର କାଗଜକୁ ସ୍ୱୀକୃତି ଦେବାକୁ ଚିଠି ଲେଖିଥିଲେ ନିରଞ୍ଜନ ସେଠୀ । ଏହାପଛରେ ତାଙ୍କର କି ସ୍ୱାର୍ଥ ନିହିତ ଥିଲା, ମାଆ ଗଙ୍ଗେଇ ଜାଣନ୍ତି । ତେବେ ଏହି ସ୍ୱାର୍ଥର ପର୍ଦ୍ଦାଫାସ୍ ହେଲେ ହିଁ ମାନସ ମର୍ଡର କେସରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ଭୂମିକା ଉଜାଗର ହୋଇ ପାରିବ । ଏପଟେ ଆଜି ନିରଞ୍ଜନ ସେଠୀଙ୍କୁ ଗିରଫ କରାଯିବା ପରେ ସନ୍ଧ୍ୟାବେଳେ କୋର୍ଟ ଫରୱାର୍ଡ କରାଯାଇଛି । ତେବେ ସେ କୋର୍ଟ ଚାଲାଣ ବେଳେ ଗଣମାଧ୍ୟମକୁ କହିଛନ୍ତି, ମୁଁ ହତ୍ୟାକାରୀ ନୁହେଁ । କୋର୍ଟକୁ ଯାଉ ଯାଉ କହିଛନ୍ତି, 'ଆଇ ଆମ୍ ନଟ୍ କିଲର, ମାଇଣ୍ଡ ଇଟ୍ ।' ତେବେ ମାନସ ସ୍ୱାଇଁଙ୍କ ହତ୍ୟା ପଛରେ କ'ଣ ଥିଲା ନିରଞ୍ଜନ ସେଠୀଙ୍କର ଭୂମିକା ? ଜଣେ ୱେବ୍ ପୋର୍ଟାଲର କ୍ୟାମେରା ମ୍ୟାନ୍ ନିକଟରେ ତାଙ୍କର ଏପରି କି ରହସ୍ୟ ଛପି ରହିଥିଲା ଯେ ତାକୁ ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ ସିଏ ? ଏ ରହସ୍ୟ ଉପରୁ ବି ଧିରେ ଧିରେ ପରଦା ଉଠୁଛି । ଯେତେବେଳେ ନିରଞ୍ଜନ ସେଠୀ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦଶକ ପଦରେ ଅବସ୍ଥାପିତ ଥିଲେ, ସେତେବେଳେ ନିଜ ୱେବ୍ ପୋର୍ଟାଲ ପାଇଁ ବିଜ୍ଞାପନ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ତାଙ୍କ ନିକଟକୁ ଯାଉଥିଲେ ଶର୍ମିଷ୍ଠା ରାଉତ ।
ଥରେ ନୁହେଁ, ବାରମ୍ବାର ତାଙ୍କୁ ସରକାରୀ ବିଜ୍ଞାପନ ପାଇଁ ପଞ୍ଜିକୃତ କରିବାକୁ ଆପ୍ରୋଚ୍ କରୁଥିଲେ ଶର୍ମିଷ୍ଠା । ହୁଏତ ତାଙ୍କୁ ଏହା ପ୍ରତିବଦଳରେ କିଛି ଫେଭର୍ ଦାବି କରିଥିଲେ ନିରଞ୍ଜନ । ଆଉ ଆଜିକାଲି ସେ ଫେଭର୍ କେଉଁଭଳି, ସେକଥା ଆପଣଙ୍କୁ ହୁଏତ ବୁଝାଇ କହିବା ଆବଶ୍ୟକ ନୁହେଁ । ସେ ଶର୍ମିଷ୍ଠାଙ୍କୁ ସାହାଯ୍ୟ କରୁଥିଲେ । ଇତିମଧ୍ୟରେ ନିୟମିତ ଦୟାଲ ଆଶ୍ରମକୁ ମଧ୍ୟ ଯାଉଥିଲେ ନିରଞ୍ଜନ ସେଠୀ । ତେବେ ଶର୍ମିଷ୍ଠା ବି ଜଣେ ଚାଲାକ ମହିଳା । ସେ ହୁଏତ ନିରଞ୍ଜନ ସେଠୀଙ୍କ ସହ କ୍ରସ୍ ଗେମ୍ ଖେଳିବାକୁ ଚାହିଁଛନ୍ତି । ହୁଏତ ସେଥିପାଇଁ ସେ ଏହି So Called ଫେଭରର ଦୃଶ୍ୟକୁ କ୍ୟାମେରା ଲେନ୍ସରେ ଉତ୍ତୋଳନ କରି ରଖିବାକୁ ଚାହିଁଛନ୍ତି, ଯେପରି ତାହା ସମ୍ପୂର୍ଣ୍ଣାକୁ ଏମ୍ପାନେଲ କରିବାରେ ନିରଞ୍ଜନ ସେଠୀଙ୍କ ଉପରେ ଚାପ ଆକାରରେ ପ୍ରୟୋଗ କରାଯାଇ ପାରିବ । ମାତ୍ର ନିରଞ୍ଜନ ସେଠୀ ଅବସର ନେବା ପରେ ତାଙ୍କଠାରୁ ଆଉ କିଛି ପାଇବାର ଆଶା ନ ଦେଖି ସେ କାହାଣୀର The End କରିବାକୁ ସେ ଭିଡିଓକୁ ଖୋଜିଥିବେ । ଆଉ ତାହା କୌଣସି ସୂତ୍ରରୁ ତାଙ୍କ କ୍ୟାମେରାମ୍ୟାନ୍ ମାନସଙ୍କ ହାତରେ ଲାଗିଥିବ । ବା ଶର୍ମିଷ୍ଠା ପୂର୍ବରୁ ହିଁ ତାକୁ ମାନସଙ୍କ ହାତରେ ସୁରକ୍ଷିତ ଭାବରେ ରଖିବାକୁ ଦେଇଥିବେ । ତେବେ ତାଙ୍କଠାରୁ ଏହା ନ ମିଳିବାରୁ କ୍ରୋଧ ପରବଶ ହୋଇ ତାଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆପାତତଃ ଏହା ହିଁ ହେଉଛି ପୋଲିସର ଅନୁମାନ । ଏବଂ ହତ୍ୟା ପଛର ସନ୍ଦିଗ୍ଧ ମୋଟିଭ୍ । ତେବେ ଏହା ଅଧିକ ସ୍ପଷ୍ଟ ହେବ, ଯେତେବେଳେ ଫେରାର ଥିବା ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇ ପୋଲିସ ରାଡାରକୁ ଆସିବେ ।
ଏ ପର୍ଯ୍ୟନ୍ତ ତ କେସ୍ ବିଷୟରେ ବୁଝି ହେଉଛି । ମାତ୍ର ଅନ୍ୟତମ ଅଭିଯୁକ୍ତ ରାଜ୍ କମ୍ୟୁନିକେଶନ ମାଲିକ ରଞ୍ଜନ ନାୟକକୁ କାହିଁକି ଗିରଫ କଲା ପୋଲିସ । ଗତକାଲି ରଞ୍ଜନ ତାକୁ ଚଣ୍ଡିଖୋଲଠାରେ ମାନସର ମୋବାଇଲ ମିଳିଥିବା ନେଇ ପୋଲିସକୁ ସୂଚନା ଦେଇଥିଲା । ଏଥିସହ ମୋବାଇଲଟିକୁ ମଧ୍ୟ ସରେଣ୍ଡର କରିଥିଲା । ମାତ୍ର ପ୍ରଶ୍ନ ଉଠୁଛି, ଯଦି ଘଟଣା ଦିନ ଅର୍ଥାତ୍ ଫେବ୍ରୁଆରୀ ୭ ତାରିଖ ରଞ୍ଜନକୁ ଉକ୍ତ ମୋବାଇଲ୍ ଫୋନଟି ମିଳିଥିଲା, ତେବେ ସେ ଦୀର୍ଘ ଦେଢ଼ମାସ ଧରି ତାକୁ ନିଜ ପାଖରେ ରଖିଥିଲା କାହିଁକି ? ତେବେ କ'ଣ ସିଏ ଉକ୍ତ ମୋବାଇରୁ କିଛି ସନ୍ଦିଗ୍ଧ ଭିଡିଓ କିମ୍ବା ଫଟୋ ଖୋଜୁଥିଲା ? ଆଉ ତାହା ମିଳିଯିବା ପରେ ତା'କୁ ଡିଲିଟ୍ କରି ପୋଲିସକୁ ଫେରାଇ ଦେଇଛି ? ଯଦି ତାହା ସତ ହୋଇଥାଏ, ତେବେ ସିଏ ମୋବାଇଲ୍ ଚଣ୍ଡିଖୋଲରୁ ପାଇଥିବା କଥା ମଧ୍ୟ ମିଛ । କାରଣ ଚଳନ୍ତା ଗାଡ଼ିରୁ ଫିଙ୍ଗିଲେ ମୋବାଇଲର ଅବସ୍ଥା ରହିବ ନାହିଁ । ତେଣୁ ତାହା ମାନସ ସ୍ୱାଇଁକୁ ହତ୍ୟା କରାଯିବା ପରେ ଜଣେ ଏକ୍ସପର୍ଟ ଭାବରେ ତାକୁ ଯାଞ୍ଚ ପାଇଁ ଦିଆ ଯାଇଥାଇ ପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ କମ୍ୟୁନିକେଶନରେ ନିଜ ଭିଡିଓ କିମ୍ବା ଫୋଟ ଏଡିଟ୍ କରାଉଥିଲେ ମାନସ । ସେଥିପାଇଁ ମାନସ ସ୍ୱାଇଁଙ୍କ ଆଡୁ ମଧ୍ୟ ଏ ହତ୍ୟାକାଣ୍ଡରେ ରଞ୍ଜନ ନାୟକର ଲିଙ୍କ୍ ରହିଛି । ତେବେ ବାସ୍ତବତା ଯାହା ବି ହେଉନା କାହିଁକି, ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଯେ ବହୁ ହାଇ ପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ଲିଙ୍କ୍ ରହିଛି, ତାହା ବୁଝିବାକୁ ଆଉ ବାକି ନାହିଁ ।