Odia Girl killed in Surat: ଗୁଜୁରାଟର ସୁରଟ ପୋଲିସ ବ୍ଲାଇଣ୍ଡ ମର୍ଡର ମାମଲାର ରହସ୍ୟ ଉନ୍ମୋଚନ କରିନେଇଛି । ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଯୁବତୀକୁ ତାଙ୍କ ପ୍ରେମିକ ହତ୍ୟା କରିଛି । ଯୁବତୀକୁ ୪୯ ଥର ଛୁରୀ ମାଡ଼ କରି ହତ୍ୟା କରାଯାଇଥିଲା । ଘଟଣାର ତଦନ୍ତରେ 'ଟି-ସାର୍ଟ' କାରଣରୁ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣା ନଭେମ୍ବର ୨୮ରେ ସୁରଟ ସହରର ଆମ୍ରୋଲି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା ।


COMMERCIAL BREAK
SCROLL TO CONTINUE READING

ସୁରଟ ସିଟି ଜଏଣ୍ଟ ପୋଲିସ କମିଶନର ଟ୍ରାଫିକ ଓ କ୍ରାଇମବ୍ରାଞ୍ଚ ଶରଦ ସିଙ୍ଗଲ କହିଛନ୍ତି ଯେ,  ଆମ୍ରୋଲି ପୋଲିସ ଷ୍ଟେସନ ଅଞ୍ଚଳରେ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ ଏରିଆ ନିକଟରେ ଥିବା ଏକ କ୍ଷେତରେ ଯୁବତୀଙ୍କ ଛୁରୀ ମାର ହୋଇଥିବା ମୃଦଦେହ ମିଳିଛି । ତାଙ୍କ ଶରୀରରେ ୪୯ଟି ଛୁରୀ ମାରିବାର କ୍ଷତ ଦେଖିବାକୁ ମିଳିଛି । ସୁରଟ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ବର୍ବର ହତ୍ୟାକାଣ୍ଡର ତଦନ୍ତ କରୁଥିଲା । କମିଶନର କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଯୁବତୀ ବିଷୟରେ ମଧ୍ୟ ପଚରାଉଚରା କରାଯାଇଥିଲା । କିନ୍ତୁ ଟିମକୁ କୌଣସି ଖାସ୍ ସୂଚନା ମିଳି ନଥିଲା । ଏହା ବ୍ୟତୀତ ସହରର ବସଷ୍ଟାଣ୍ଡ, ରେଳ ଷ୍ଟେସନ ସମେତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଇଥିଲା । ତା’ପରେ ଯେଉଁ ଟି-ଶାର୍ଟ ଯୁବତୀ ଜଣକ ପିନ୍ଧି ରଖିଥିଲେ, ତାହାକୁ ଭିତ୍ତି କରି ଦଳ ଜାଣିବାକୁ ପାଇଲା ଯେ ମୃତ ଯୁବତୀ ଜଣକ ହେଉଛନ୍ତି ଓଡ଼ିଶାର ଭୁବନେଶ୍ୱରର ବାସିନ୍ଦା ଲୁଣି ଦାସ (Luni Das) ।


ଏହା ବି ପଢ଼ନ୍ତୁ:-ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର


ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ


ଏହା ବି ପଢ଼ନ୍ତୁ:-କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ


ଯାଞ୍ଚ ଆଗକୁ ବଢ଼ିବା ପରେ ଜଣାପଡିଲା ଯେ, କୁନି ଦାସଙ୍କ ଭୁବନେଶ୍ୱରର ଜଗନ୍ନାଥ ଗୌଡ଼ (Jagannath Gouda) ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । କୁନି ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ବାରମ୍ବାର ନିଜ ପ୍ରେମିକକୁ ତାଙ୍କୁ ବାହାଘର କରିବା ପାଇଁ ଚାପ ପକାଉଥିଲେ । କିନ୍ତୁ, ଜଗନ୍ନାଥ ଗୌଡ଼ ବାହଘର କରିବାକୁ ଚାହୁଁନଥିଲେ । ତା’ପରେ ସେ ଏଥିରୁ ମୁକ୍ତି ପାଇବା ପାଇଁ କୁନି ଦାସଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ଅଭିଯୁକ୍ତ କୁନି ଦାସଙ୍କୁ ସୁରଟ ଯିବାକୁ କହିଥିଲେ । କୁନି ଦାସ କିଛି ଭାବି ନଥିଲେ ଓ ନିଜ ପରିବାର ଛାଡି ନିଜ ପ୍ରେମିକ ସହିତ ଟ୍ରେନରେ ସୁରଟକୁ ଆସିଥିଲେ । ଏଠାକୁ ଆସିବା ପରେ ପ୍ରେମୀ ଜଗନ୍ନାଥ ତାଙ୍କୁ ସୁରଟ ବୁଲିବା କଥା କହି ଅଟୋ ଯୋଗେ ଘଟଣାସ୍ଥଳକୁ ନେଇଯାଇଥିଲା । ତା’ପରେ କୁନି ଦାସଙ୍କୁ ଏକ ନିଛାଟିଆ କ୍ଷେତକୁ ନେଇ ଛୁରୀ ଭୁଷି ହତ୍ୟା କରିଥିଲା । ଗୋଟିଏ ପରେ ଗୋଟିଏ ନିର୍ଦ୍ଦୟ ଭାବରେ ପ୍ରେମିକ ୪୯ ଥର ଆକ୍ରମଣ କରିଥିଲା, ଯେପର୍ଯ୍ୟନ୍ତ କୁନି ଦାସଙ୍କ ନିଶ୍ୱାସ ବନ୍ଦ ନ ହେଲା । ପରେ ଅଭିଯୁକ୍ତ ଭୁବନେଶ୍ୱରକୁ ଫେରି ଆସିଥିଲେ । ଏଠାକୁ ଆସିବା ପରେ ସେ ନିଜ କାମକୁ ଲାଗିଯାଇଥିଲା ।