Odisha Gramya Bank Robbery: ଦମ୍ପତିଙ୍କ ସହ ୯ ଗିରଫ, ୬ କେଜି ସୁନା ଜବତ
Odisha Gramya Bank Robbery Update: ଗତ ଫେବୃଆରୀ ୩ ତାରିଖରେ ଢେଙ୍କାନାଳ ଜିଲ୍ଲାର ମହାବୀରୋଡସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି।
Odisha Gramya Bank Robbery Case: ଗତ ୩ ଫେବୃଆରୀରେ ଢେଙ୍କାନାଳ ଜିଲ୍ଲାର ମହାବୀରୋଡସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ୬ କିଲୋଗ୍ରାମ ଓଜନର ସୁନା, ନଗଦ ୪ ଲକ୍ଷ ଟଙ୍କା, ତିନୋଟି ବନ୍ଧୁକ, ୧୧ ଜୀବନ୍ତ ଗୁଳି, ତିନୋଟି ତୀକ୍ଷ୍ଣ ଅସ୍ତ୍ର, ୨୬ ମୋବାଇଲ୍ ଫୋନ୍ ଏବଂ ଚାରି ଚକିଆ ଗାଡ଼ି ଜବତ କରିଥିବା ସୂତ୍ରରୁ ପ୍ରକାଶ।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ଅନୁଗୋଳ ଏଫସିଆଇ ମୁଣ୍ଡାବଜାର ଅଞ୍ଚଳର ସଦ୍ଦାମ ଖାନ (୨୯), ଜରିବାହାଲ ଅଞ୍ଚଳର ନିଳାଦ୍ରୀ ପ୍ରଧାନ (୪୦), ଗୁଣ୍ଡୁରୀ ଅଞ୍ଚଳରର ରଞ୍ଜିତ ନାହାକ (୨୫), ବଅଁରପାଳ ସୁଖୁସାହି ଅଞ୍ଚଳର ଦୀନେଶ ନାୟକ (୨୬), ବିଜିଟାଳ ଅଞ୍ଚଳର ରାମି ଟୁଡୁ (୨୭), ବଅଁରପାଲ କଲେଜ ସାହି ଅଞ୍ଚଳର ବଳଭଦ୍ର ନାୟକ (୧୯), ପରଜଙ୍ଗ ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୬), ବୃନ୍ଦାବନପୁର ଅଞ୍ଚଳର ବସନ୍ତ ଭୋଇ (୩୮) ଏବଂ ତାଙ୍କ ପତ୍ନୀ ଝରଣା ଭୋଇ (୩୨)।
ଗତ ଫେବୃଆରୀ ୩ ତାରିଖରେ କିଛି ଅଜଣା ଦୃର୍ବୃତ୍ତ ବନ୍ଧୁକ ମୁନରେ ୨.୫ କୋଟି ଟଙ୍କା ଏବଂ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଢେଙ୍କାନାଳ ଜିଲ୍ଲାର ମହାବୀରୋଡସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖାରୁ ଲୁଟ କରିଥିଲେ। ଦୁଇଟି ବାଇକ ଯୋଗେ ପହଞ୍ଚିଥିବା ଦୃର୍ବୃତ୍ତ ମଧ୍ୟାହ୍ନ ଭୋଜନ ସମୟରେ ବ୍ୟାଙ୍କ ଠାରେ ପହଞ୍ଚି କର୍ମଚାରୀଙ୍କୁ ବନ୍ଧୁକ ଏବଂ ତୀକ୍ଷ୍ଣ ଅସ୍ତ୍ରରେ ଧମକ ଦେଇ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ କରିଥିଲେ ବୋଲି ପୋଲିସ କହିଛି।