EOW expose Online Fraud: ଅର୍ଥନୈତିକ ଅପରାଧ ଶାଖାକୁ ମିଳିଛି ବଡ଼ ସଫଳତା। ରାଜସ୍ଥାନରୁ ପରିଚାଳିତ ଏକ ବିରାଟ ମଲ୍ଟି ଷ୍ଟେଟ୍ ସାଇବର, ଅର୍ଥନୈତିକ ଅପରାଧ ନେଟୱାର୍କ, OLX ଠକେଇ, ଚାକିରି ରାକେଟ୍, ସେକ୍ସଟୋର୍ସନ୍, ଫିସିଂ, ନକଲି ବିଲିଂ କରୁଥିବା ଗ୍ୟାଙ୍ଗ ସଦସ୍ୟକୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଅଭିଯୁକ୍ତ ମହମ୍ମଦ ଖାନ ଏବଂ ମୁନଫେଡ୍ ଖାନଙ୍କୁ ଗିରଫ କରିବାରେ EOW ସଫଳ ହୋଇଛି। ସେମାନଙ୍କୁ ରାଜସ୍ଥାନ ଆଲୱାର ଜିଲ୍ଲା ରାମଗଡ ଥାନା ଅଞ୍ଚଳରୁ ଗିରଫ କରିଛି EOW। ଏହି ଗ୍ୟାଙ୍ଗ ଦେଶର ବିଭିନ୍ନ ରାଜ୍ଯ ମୁଖ୍ୟତ ଓଡିଶା, ପଶ୍ଚିମବଙ୍ଗ, ବିହାର ଏବଂ ଆସାମରେ ପ୍ରାୟ ୨୦୦୦ ବେନାମୀ ଖାତା ଖୋଲି ଠକେଇ କରୁଥିଲେ। ରାଜସ୍ଥାନ ସ୍କାମରଙ୍କୁ ସିମ୍ ଯୋଗାଉଥିବା ମୟୂରଭଞ୍ଜର ବାଇସିଙ୍ଗା ଅଞ୍ଚଳର ଅନିଲ ଖିଲାର ନାମକ ଜଣେ ସ୍ଥାନୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି EOW। ସେ ଏହି ସ୍କାମରଙ୍କୁ ଅତି କମରେ ୧୨୦୦ ସିମ୍ କ୍ରୟ କରି ପଠାଇଛି। ଅନିଲ ଖିଲାର ପାଖରୁ ଇନପୁଟ୍ ପାଇବା ପରେ ଏହି ରକେଟର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲା EOW।


COMMERCIAL BREAK
SCROLL TO CONTINUE READING

ପୁଣି ଧରା ପଡିଲେ ଅନଲାଇନ ଠକ। ଠକ ପୁଣି ରାଜ୍ଯ ବାହାରୁ। ରାଜସ୍ଥାନ ଆଲୱାର ଜିଲ୍ଲା ରାମଗଡ ଥାନା ସୀମାରୁ EOW ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (Indian Post Payments Bank) ଆଇପିପିବି (IPPB) ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ, ବିଶେଷ କରି ନବରଙ୍ଗପୁରରେ ଖାଉଟି ଆକାଉଣ୍ଟ ଖୋଲିବା ଅଭିଯୋଗରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଆକାଉଣ୍ଟଧାରୀକୁ ଆର୍ଥିକ ସୁବିଧା ପ୍ରଦାନ କରାଯିବ ବୋଲି ଦର୍ଶାଯାଇଥିଲା। ହେଲେ ଏହି ଆକାଉଣ୍ଟକୁ ବେଆଇନ ଟଙ୍କା କାରବାର ବିଶେଷ କରି ବିଭିନ୍ନ ସାଇବର କ୍ରାଇମ ଭଳି କାମ ପାଇଁ ବ୍ୟବହାର କରାଯାଉଥିଲ। 


ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ରାଜସ୍ଥାନର କିଛି ସ୍କାମରଙ୍କ ସହ ଅପରାଧିକ ଷଡଯନ୍ତ୍ରରେ ସୁବୀର ବେନିଆ, ଉପେନ୍ଦ୍ର ସମରଥ, ରାଜେନ୍ଦ୍ର ହରିଜନ, ଧନସିଂହ ହରିଜନ ଏବଂ ସାନସାଇ ସାଣ୍ଟା ଶହ ଶହ ବେନାମୀ ଆକାଉଣ୍ଟ ସୃଷ୍ଟି କରିଥିଲେ। ସେମାନେ ଆଧାର, ପାନ୍, ନିରୀହ ଗ୍ରାମବାସୀଙ୍କ ଫଟୋ ବ୍ୟବହାର କରି ଏହି ଆକାଉଣ୍ଟଗୁଡିକ ବିଭିନ୍ନ ସିମ୍ ନମ୍ବର ସହିତ ଯୋଡି ବ୍ୟବହାର କରୁଥିଲେ। ଆଉ ଏହି ଆକାଉଣ୍ଟକୁ ମଧ୍ୟ ଅପରେଟ କରାଯାଉଥିଲା।


ଯାଞ୍ଚ ବେଳେ ଏହି 5 ଜଣ ଅଭିଯୁକ୍ତ ପୂର୍ବରୁ ଏପରି ଏକ ମାମଲାରେ ଗିରଫ ହୋଇଥିବା ଜଣାପଡ଼ିଛି। ସେମାନେ ଓଡ଼ିଶା କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ଯେ ସେମାନେ ରାଜସ୍ଥାନର ଠକଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ବେନାମୀ ଆକାଉଣ୍ଟ ଖୋଲିଥାନ୍ତି। ଆଉ ପ୍ରତି ବଦଳରେ ଆକାଉଣ୍ଟରେ ୨୦୦୦ ହଜାର ଟଙ୍କା ପାଇଥାନ୍ତି। ଗିରଫ ଅଭିଯୁକ୍ତଙ୍କ ପାଖରୁ ମିଳିଥିବା ସୂଚନାକୁ ଆଧାର କରି ଏବଂ ବିଭିନ୍ନ ଟେଲିଫୋନ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ବିଶ୍ଳେଷଣ କରି EOW ରାଜସ୍ଥାନର ଅଲୱର ଜିଲ୍ଲାରୁ ମହମୁଦ ଖାନ ଏବଂ ମୁନଫେଡ୍ ଖାନଙ୍କୁ ଗିରଫ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ନବରଙ୍ଗପୁରର ଆଇପିପିବି ସହିତ ଠକେଇରେ ଖୋଲା ଯାଇଥିବା ବେନାମୀ ଆକାଉଣ୍ଟ ମାଧ୍ୟମରେ ମହମୁଦ ଖାନଙ୍କୁ ଅତି କମରେ ୬୨ ଲକ୍ଷ ଟଙ୍କା ପଠାଯାଇଛି। ଏହା ବ୍ୟତୀତ ଆଇପିପିବି ଆକାଉଣ୍ଟ ଠକ ଏହି ସ୍କାମରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ଉତ୍ସରୁ ବିଭିନ୍ନ ରାଜ୍ୟରୁ ବେଆଇନ ଭାବେ ସିମ୍ କ୍ରୟ କରୁଥିଲେ। ଆବଶ୍ୟକ ପଡିଲେ ଏହି ଠକ ମାନଙ୍କୁ ରିମାଣ୍ଡରେ ଆଣିବ ବୋଲି କ୍ରାଇମବ୍ରାଞ୍ଚ କହିଛି।