Odisha: ସିମ ବକ୍ସ ଠକାମୀର ହେଲା ପର୍ଦ୍ଦାଫାସ, ବନ୍ଧା ହେଲେ ୬ ସାଇବର ଠକ
Cyber Fraud Arrested: ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ପାଇଁ ସିମ୍ ବକ୍ସ ଅର୍ଥାତ ମେସିନ୍ ଆଧାରିତ ନମ୍ବର ଜରିଆରେ ବହୁ ସଂଖ୍ୟକ ସିମ୍ ବ୍ୟବହାର କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି।
Sim Fraud Exposed: ରାଜ୍ୟରେ ସିମ ବକ୍ସ ଠକାମୀର ହୋଇଛି ପର୍ଦ୍ଦାଫାସ। ଏହି ଘଟଣାରେ ଗିରଫ ହୋଇଛନ୍ତି ୬ ଜଣ ସାଇବର ଠକ। ମୟୁରଭଞ୍ଜ ଜିଲ୍ଲାରୁ ଏହି ସାଇବର ଠକଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର ହେଉଥିଲା ସିମ୍ ବକ୍ସ। ଏହି ମେସିନ୍ ଆଧାରିତ ନମ୍ବର ଯୋଗେ ଏକ ସଙ୍ଗରେ ବହୁ ସଂଖ୍ୟକ ସିମ୍ ବ୍ୟବହାର କରାଯାଇ ଲୋକଙ୍କ ପାଖକୁ ବିଭ୍ରାନ୍ତିକର ମେସେଜ୍ ପଠାଇବା କାର୍ଯ୍ୟ କରା ୟାଉଥିଲା। ଟେଲି ଯୋଗାଯୋଗ ମନ୍ତ୍ରଣାଳୟର ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।
ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ପାଇଁ ସିମ୍ ବକ୍ସ (Six Box) ଅର୍ଥାତ ମେସିନ୍ ଆଧାରିତ ନମ୍ବର (Machine Based Mobile Number) ଜରିଆରେ ବହୁ ସଂଖ୍ୟକ ସିମ୍ (Sim Card) ବ୍ୟବହାର କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ସିମ୍ ବକ୍ସ ଏବଂ ମୋବାଇଲ୍ ନମ୍ବର (Mobile Number) ରୁ ବିପୁଳ ସଂଖ୍ୟକ ଏସଏମଏସ (SMS) ସୃଷ୍ଟି କରାଯାଇ ବିହାର (Bihar) ଏବଂ ଓଡିଶାର (Odisha) ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଖକୁ ପଠାଯାଉଥିଲା।
ଏହି ଘଟଣାରେ ଗିରଫ ହୋଇଥିବା ସାଇବର ଠକ (Cyber Fraud) ପ୍ରି-ଆକ୍ଟିଭେଟ୍ ସିମ୍ (Pre Activated Sim Card) ବ୍ୟବହାର କରୁଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିଥିଲା କ୍ରାଇମବ୍ରାଞ୍ଚର ସାଇବର ଶାଖା (Crime Branch Cyber Cell)। ସାଇବର ଠକ ମୟୂରଭଞ୍ଜ ଜିଲ୍ଲାର (Mayurbhanj) ବେତନଟୀ ଥାନା (Batanati Police Station) ଅଧୀନ ଖୁଣ୍ଟା (Khunta) ଅଞ୍ଚଳର ଭଣ୍ଡା ଗ୍ରାମରେ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏହି ଅପରେସନ କରା ଯାଇଥିଲା। ଏହି ଠକେଇରେ ସମ୍ପୃକ୍ତ ତାପସ କୁମାର ପାତ୍ରକୁ ପ୍ରଥମେ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଶାଲ ଚାନ୍ଦେଲୱାଲ, ନିଗମ ପାତ୍ର, ସୁଦର୍ଶନ ଦାସ, ଅଜୁ ପାତ୍ର ଏବଂ ଅଜୟ କୁମାର ପାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବହୁ ସଂଖ୍ୟକ ସିମ୍ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।
କ୍ରାଇମବ୍ରାଞ୍ଚ (Crime Branch) ସୂଚନା ଅନୁସାରେ ବିଶାଲ ଚାନ୍ଦେଲୱାଲ ଯିଏ ହେଉଛି ଏହି ଅପରାଧ ପଛର ମାଷ୍ଟର ମାଇଣ୍ଡ, ସେ ସିମ ବକ୍ସ କିଣିଥିଲା। ପରେ ସୁଦର୍ଶନ ଦାସ, ନିଗମ ପାତ୍ରଙ୍କୁ ସିମ ବକ୍ସ ଦେଇ ପ୍ରି ଆକ୍ଟିଭେଟେଡ ସିମ୍ ବ୍ୟବହାର କରି ମେସେଜ୍ ପଠାଇବା ପାଇଁ ତାପସକୁ ନିୟୋଜିତ କରିଥିଲେ। ସେମାନେ ପ୍ରତିଦିନ ୧୦୦ ମିଥ୍ୟା ବାର୍ତ୍ତା (False Mobile Message) ଲୋକଙ୍କ ପାଖକୁ ପଠାଉ ଥିଲା। କିଛି ମାସ ପରେ ତାପସ ଏହି ଅପରାଧ ପାଇଁ ଅଜୁ ଏବଂ ଅଜୟ ନାମକ ଅନ୍ୟ ୨ ଜଣଙ୍କୁ ନିୟୋଜିତ କରିଥିଲା।