Psycho Killer: ଦେଶରେ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ଏହାସହ ଅପରାଧୀ ମଧ୍ୟ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶର ବାରାବଙ୍କୀରେ ଏମିତି କିଛି ଘଟଣା ଯାହା ପୋଲିସକୁ ହରଡ଼ଘଣାରେ ପକାଇଛି। ବାରାବଙ୍କୀର ସାଇକୋ କିଲର କୁ ନେଇ ଉତ୍ତର ପ୍ରଦେଶ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତାକୁ ଧରିବା ପାଇଁ ୬ଟିମ ଗଠନ କରିଛି। ମାତ୍ର ଅପରାଧୀ ପାଖରେ ପହଞ୍ଚିପାରୁନି ପୋଲିସ। ଏହି କୁଖ୍ୟାତ ଅପରାଧୀ ତଥା ସାଇକୋ କିଲରକୁ ଧରିବାକୁ ସ୍ପେଶାଲ ଟାସ୍କ ଫୋର୍ସର ସାହାଯ୍ୟ ମାଗିଛି ପୋଲିସ। ୟୁପି ବାରାବଙ୍କୀର ପୋଲିସ କୁଖ୍ୟାତ ସାଇକୋ କିଲରର ଫଟୋ ଜାରି କରିଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ବାରାବଙ୍କୀର ରାମ ସନୈହୀ ଅଞ୍ଚଳରେ ଏହି ସାଇକୋ କିଲର ତିନି ଜଣ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୋଲିସ ଲୋକଙ୍କୁ ନିବେଦନ କରିଛି ଯେ ଯଦି କେହି ଏହି ସାଇକୋ କିଲରକୁ(Psycho Killer) ଦେଖନ୍ତି ତେବେ ତୁରନ୍ତ ପୋଲିସକୁ ଖବର ଦେବାକୁ। ଲକ୍ଷ୍ନୌ ଜୋନର ADG ଏହି ଘଟଣା ଉପରେ କଡ଼ା ନଜର ରଖିଛନ୍ତି । ଏହି ସାଇକୋ କିଲରକୁ ଧରିବା ପାଇଁ ପୋଲିସ ୬ଟି ଟିମ୍ ଗଠନ କରି ଖୋଳତାଡ଼ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ଟିମର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ଅନ୍ୟପକ୍ଷରେ, ଏହି ସିରିଏଲ କିଲର ବିଷୟରେ ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।


ରିପୋର୍ଟ ମୁତାବିକ୍. ଏହି ସାଇକୋ କିଲର ବୟସ୍କା ମହିଳାଙ୍କୁ ଟାର୍ଗେଟ କରୁଛି। ରାମ ସୈନେହୀ ଅଞ୍ଚଳରେ କୋତବାଲି ଇଲାକାରେ ଗତ ବର୍ଷ ଜୁଲାଇ ୪, ୧୭ ଡିସେମ୍ବର ଓ ୩୦ ଡିସେମ୍ବରରେ ଅଲଗା ଅଲଗା ସ୍ଥାନରୁ ତିନି ବୟସ୍କା ମହିଳାଙ୍କ ମୃତଦେହ ମିଳିଥିଲା। ପ୍ରଥମ ଟି ଅଯୋଧ୍ୟା ଜିଲ୍ଲା, ଦ୍ୱିତୀୟ ଟି ବାରାବଙ୍କୀ, ତୃତୀୟ ମୃତଦେହଟି ରାମ ସୈନହୀ ଅଞ୍ଚଳରୁ ମିଳିଥିଲା। ଏହି ମହିଳା ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ। ଏମାନଙ୍କ ମୃତଦେହ ବିନା ବସ୍ତ୍ରରେ ମିଳିଥିଲା। ହତ୍ୟାର ତରିକା ସମାନ ଥିବାରୁ ଏହା କୌଣସି ସାଇକୋ କିଲରର କାମ ବୋଲି ପୋଲିସ (Uttar Pradesh Police) ସନ୍ଦେହ କରିଥିଲା। 


ପରେ ତଦନ୍ତ କରିବା ପରେ ସାଇକୋ କିଲରର ଫଟୋ ପୋଷ୍ଟର (Psycho Killer Poster) ମାଧ୍ୟମରେ ମରାଯିବା ସହ ସୋସିଆଲ ମିଡିଆରେ(Social Media) ମଧ୍ୟ ଅପଲୋଡ କରାଯାଇଛି। ତେବେ ପୋଲିସ ଅନୁରୋଧ କରିଛି ଯେ, କୌଣସି ସ୍ଥାନରେ ଏହି ସାଇକୋ କିଲରକୁ ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନରେ ଖବର ଦେବାକୁ। ତେବେ ୟୁପି ପୋଲିସ ଏହି ସାଇକୋ କିଲରକୁ ଖୋଜିବାକୁ ନିଜର ଜି-ଜାନ ଲଗାଇଦେଇଛି। ଯେବେ ଯାଏ ସେ ସାଇକ କିଲର ଧରା ନପଡ଼ିଛି ସେବେ ଯାଏ ପୋଲିସ ଶାନ୍ତିରେ ରହିପାରିବ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି।


Also Read: Air India Peeing Case: ମୋବାଇଲ ବନ୍ଦ କରି ବ୍ରହ୍ମାଣ୍ଡ ବୁଲୁଥିଲା ଅଭିଯୁକ୍ତ, ତଥାପି ମାଡ଼ି ବସିଲା ପୋଲିସ


Also Read: Noida Hit And Run: ପୁଣି ଗାଡ଼ି ପିଟିଲେ, ୫୦୦ ମିଟର ଘୋଷାଡ଼ିନେଲେ