Asaram Bapu Rape Case: ଜାନୁଆରୀ ୩୦ ତାରିଖ ସୋମବାର ଗୁଜରାଟ ରାଜଧାନୀ ଗାନ୍ଧିନଗରସ୍ଥିତ ଅଦାଲତରୁ ଅଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଲାଗିଛି ଏକ ବଡ଼ ଝଟକା। ପ୍ରାୟ ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନିଜର ଜଣେ ମହିଳା ଅନୁଗାମୀଙ୍କୁ ଆଶାରାମ ବାପୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଆସନ୍ତାକାଲି ଏହି ମାମଲାରେ ଦଣ୍ଡାଦେଶ ଘୋଷଣା କରିବେ କୋର୍ଟ।
 
ଅନ୍ୟପକ୍ଷରେ ଏହି ମାମଲାରେ କୋର୍ଟ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଦର୍ଶାଇ ଛାଡି଼ ଦେଇଛନ୍ତି। ଗତ ୨୦୧୩ ବର୍ଷରେ ଅଭିଯୋଗ ହୋଇଥିଲା ଯେ ଆଶାରାମ ବାପୁ ସୁରଟ ଅଞ୍ଚଳର ଜଣେ ଝିଅକୁ ଦୁଷ୍କର୍ମ କରିଛନ୍ତି। ଏହା ସହିତ ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ପୀଡିତାଙ୍କ ଭଉଣୀକୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୧୦ ବର୍ଷ ତଳର ଏହି ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର ସେସନ୍ସ କୋର୍ଟ ଜଜ୍ ଡି.କେ ସୋନି ୩୧ ଜାନୁଆରୀରେ ଅଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିବେ। ପ୍ରମାଣ ଅଭାବରୁ ଆଶାରାମ ବାପୁଙ୍କ ପତ୍ନୀଙ୍କ ସମେତ ଅନ୍ୟ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅହମ୍ମଦାବାଦସ୍ଥିତ ଚାନ୍ଦଖେଡା ଥାନାରେ ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ, ଆଧ୍ୟାତ୍ମିକ ଗୁରୁ ଜଣଙ୍କ ୨୦୦୧-୦୬ ମଧ୍ୟରେ ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଯେତେବେଳେ ସେ ସହର ବାହାରେ ଅବସ୍ଥିତ ତାଙ୍କ ଆଶ୍ରମରେ ରହୁଥିଲେ। 


ସୋମବାର ସରକାରୀ ଓକିଲ ଆରସି କୋଡେକର କହିଛନ୍ତି ଯେ, କୋର୍ଟ ଏହି ମାମଲାକୁ ଗ୍ରହଣ କରିଛନ୍ତି। ଆଶାରାମ ବାପୁଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (୨) (ସି), ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ଏବଂ ବେଆଇନ ଭାବେ ବନ୍ଧକ ରଖିବା ସହ ଜଡ଼ିତ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମ ସହ ଜଡ଼ିତ ଅନ୍ୟ ମାମଲାରେ ଏହି ଅଧ୍ୟାତ୍ମିକ ଗୁରୁ ଜଣଙ୍କ ରାଜସ୍ଥାନର ଯୋଧପୁର କାରାଗାରରେ ବନ୍ଦ ଅଛନ୍ତି। ଗତ ୨୦୧୩  


ଅକ୍ଟୋବରରେ ସୁରଟ ଅଞ୍ଚଳରେ ରହୁଥିବା ଜଣେ ମହିଳା ଦୁଷ୍କର୍ମ ଏବଂ ବେଆଇନ ବନ୍ଧକ ରଖିବା ଅଭିଯୋଗରେ ଆଶାରାମ ବାପୁ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଏହି ମାମଲାର ବିଚାର ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଗତ ୨୦୧୪ ଜୁଲାଇରେ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା।