Cyber Fraud: ପୋଲିସ ପଞ୍ଝାରେ ସ୍ମାର୍ଟସିଟିର ସ୍ମାର୍ଟ ଠକ, ଚୁଟକିରେ ଖାଲି କରୁଥିଲେ ବ୍ୟାଙ୍କ ଆକାଉଣ୍ଟ
Rourkela Cyber Fraud: ରାଉରକେଲା ଛେଣ୍ଡ୍ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ରାଉରକେଲା ପୋଲିସ ତଦନ୍ତ କରୁଛି। ଏହି ମାମଲାରେ ଟିପଅପ ପାଇ ରବିବାର ଉଦିତନଗର ଅଞ୍ଚଳର ଏକ ଘରେ ପୋଲିସ ଚଢ଼ାଉ କରି ଠକେଇ ଘଟଣାର ପର୍ଦ୍ଦାଫାସ କରିଛି। ବିହାର ଅଞ୍ଚଳର ଯୁବକ ତଥା ମାଷ୍ଟରମାଇଣ୍ଡ ପ୍ରିତମ କୁମାର ସମେତ ଆଠ ଜଣିଆ ଠକ ଗ୍ରୁପକୁ ଧରିବାରେ ରାଉରକେଲା ପୋଲିସ ସମର୍ଥ ହୋଇଛି।
Cyber Fraud, ସୁନ୍ଦରଗଡ: ଯୁଗ ପରିବର୍ତ୍ତନ ସହିତ ସାଇବର ଠକେଇ ବର୍ତ୍ତମାନ ଲୁଟିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ଯାହା ଦ୍ଵାରା ପ୍ରତିଦିନ ଲୋକେ ନୂଆ ନୂଆ ତରିକାରେ ଠକାମୀର ଶିକାର ହେଉଛନ୍ତି। ଏଥିସହିତ ଠକ, ଲୋକଙ୍କ କଷ୍ଟଲବ୍ଧ ଟଙ୍କାକୁ ଲୁଟ କରୁଛନ୍ତି। କେତେବେଳେ କଲ କରି ତ, ପୁଣି କେତେବେଳେ ଲୋଭ ଦେଇ ନଚେତ୍ ଡରେଇ ଧମକେଇ ସାଇବର ଲୁଟେରା ଲୁଟ କରି ଚାଲିଛନ୍ତି। ତେବେ ଏଭଳି ଲୁଟେରାମାନଙ୍କୁ ଧରିବାରେ ପୋଲିସ ନାକେଦମ ହେଉଥିବା ବେଳେ ସ୍ମାର୍ଟସିଟି ରାଉରକେଲାରେ ପୋଲିସ ସ୍ମାର୍ଟ ଅନଲାଇନ୍ ଠକଙ୍କ ପର୍ଦ୍ଦାଫାସ କରିଛି।
ଆପଣ ଅନଲାଇନ୍ କିଣା କିଣି କରୁଛନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ। କାରଣ କେଉଁ ମୁହୂର୍ତ୍ତରେ ମଧ୍ୟ ଆପଣଙ୍କୁ ଠକଙ୍କ ଫୋନ୍ କଲ୍ ଆସିପାରେ। କଲ ମାଧ୍ୟମରେ ଆପଣଙ୍କୁ ଅନଲାଇନ୍ କିଣା ଉପରେ ଆକର୍ଷଣୀୟ ଅଫର ଦେଇ ପାରନ୍ତି। ଆଉ ସାମାନ୍ୟ ଭୁଲ୍ ପାଇଁ ଆପଣ ଲକ୍ଷ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇପାରନ୍ତି। ଏଭଳି ଭାବେ ବିଭିନ୍ନ ଅନଲାଇନ୍ କିଣା ଉପରେ ଲୋକଙ୍କୁ ସ୍କ୍ରାଚ କାର୍ଡ ଦ୍ଵାରା ଠକୁଥିବା ଆଠ ଜଣିଆ ଗ୍ୟାଙ୍ଗକୁ ଧରିବାରେ ରବିବାର ରାଉରକେଲା ପୋଲିସ ସମର୍ଥ ହୋଇଛି।
Also Read: Aadesh Khamra: ଚଣ୍ଡାଶୋକରୁ ଧର୍ମାଶୋକ; ୩୪ ହତ୍ୟା କରିଥିବା ଅଭିଯୁକ୍ତର ବଦଳୁଛି ହୃଦୟ
ରାଉରକେଲା ଛେଣ୍ଡ୍ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ରାଉରକେଲା ପୋଲିସ ତଦନ୍ତ କରୁଛି। ଏହି ମାମଲାରେ ଟିପଅପ ପାଇ ରବିବାର ଉଦିତନଗର ଅଞ୍ଚଳର ଏକ ଘରେ ପୋଲିସ ଚଢ଼ାଉ କରି ଠକେଇ ଘଟଣାର ପର୍ଦ୍ଦାଫାସ କରିଛି। ବିହାର ଅଞ୍ଚଳର ଯୁବକ ତଥା ମାଷ୍ଟରମାଇଣ୍ଡ ପ୍ରିତମ କୁମାର ସମେତ ଆଠ ଜଣିଆ ଠକ ଗ୍ରୁପକୁ ଧରିବାରେ ରାଉରକେଲା ପୋଲିସ ସମର୍ଥ ହୋଇଛି। ସେମାନଙ୍କ ନିକଟରୁ ପୋଲିସ ୫୪ଟି ମୋବାଇଲ ଫୋନ୍, ୪ଟି ଲାପଟପ୍, ୩ଟି କଲର ପ୍ରିଣ୍ଟର, ଦୁଇଟି ଗାଡ଼ି, ଟିଭି, ୧୦ଟି ନକଲି ଷ୍ଟାମ୍ପ, ନଗଦ ୬୦ ହଜାର ଟଙ୍କା ସମେତ ନାପତୋଲ, ମେଶୋ, ସପକ୍ଲୁ, ଥର ଅଫ ହାମର, ଶୁଦ୍ଧି ଆୟୁର୍ବେଦିର ବହୁଳ ମାତ୍ରାର ସ୍କାର୍ଚ୍ଚ କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ରାଉରକେଲା ଏସପି ମୁକେଶ କୁମାର ଭାମୂଙ୍କ କହିବା ଅନୁସାରେ, ସ୍କାର୍ଚ୍ଚ କାର୍ଡ ଜରିଆରେ ୮ରୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜେତା ହୋଇଥିବା କହି ଠକ ଦଳ ଲୋକଙ୍କୁ ଠକୁଥିଲେ। ତେବେ ଏହି ଘଟଣା ପରେ ଆନ୍ତଃରାଜ୍ୟ ସାଇବର ଠକଙ୍କ ନୂଆ ଠିକଣା ସ୍ମାର୍ଟ୍ ସିଟି ରାଉରକେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଦେଶର କୋଣ ଅନୁକୋଣରେ ଅନଲାଇନ୍ କିଣା କିଣି କରୁଥିବା ଲୋକଙ୍କ ଠିକଣା ଠାବ କରି ଠକିବାର ମାଷ୍ଟର ପ୍ଲାନ୍ ରାଉରକେଲାରେ ପ୍ରସ୍ତୁତ ହେଉଥିଲା। ତେବେ ଏହା ପଛରେ ପୋଲିସ ଅନ୍ୟାନ୍ୟ ସଂପୃକ୍ତିର ଚେର ଖୋଜୁଥିବା ବେଳେ, ଲୋକଙ୍କୁ ସଜାଗ ଓ ସତର୍କ ରହିବାକୁ ଅନୁରୋଧ କରିଛି।