Shraddha Murder Case: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପ୍ରେମିକକୁ ମାରି ଖଣ୍ତ ଖଣ୍ତ କରିଥିବା ଅଫତାବ ପୋଲିସ ଆଗରେ ବିଷ ଓଗାଳୁଛି । ଏହି ଘଟଣା  ଦିନକୁ ଦିନ ନୂଆ ମୋଡ ନେଉଛି। ଏହି  ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋଟେଷ୍ଟ କରାଯାଇଥିବା ବେଳେ ତାକୁ ତିହାର ଜେଲକୁ ମଧ୍ୟ ପଠାଯାଇଛି ।  ଆଜି ପୁନାୱାଲାର ଜାମିନ ଆବଦେନ ଉପରେ ସାକେଟ୍ କୋର୍ଟରେ ଶୁଣାଣୀ ହୋଇଥିଲା।  ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି କୋର୍ଟ । ସକାଳ ୧୧ ଟାରୁ ଅଫତାବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ କରିଥିଲେ କୋର୍ଟ। କିନ୍ତୁ ଅଫତାବଙ୍କ ଓକିଲ ଠିକ ସମୟରେ କୋର୍ଟରେ ପହଞ୍ଚି ନ ଥିଲେ।  ତେବେ, ଏହା ପୂର୍ବରୁ ଡିସେମ୍ବର ୧୭ ରେ ଆଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀର ସାକେଟ କୋର୍ଟରେ ଆଡିସନାଲ ସେସନ ଜଜ ବ୍ରିନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଅଫତାବ କୋର୍ଟଙ୍କୁ କହିଛନ୍ତି ଯେ, ସେ ଜାମିନ ଆବେଦନ କରିବାକୁ ଚାହୁଁ ନାହାଁନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅବତାବଙ୍କ ଓକିଲଙ୍କ ତରଫରୁ ତାଙ୍କ ଜାମିନ ଆବେଦନ କରାଯାଇଥିଲା, ଏହା ପରେ କୋର୍ଟ କହିଛନ୍ତି ଯେ, ଯଦି ଅବତାବଙ୍କୁ ବେଲ ଦିଆଯିବ, ଏଥିପାଇଁ ଅବତାବଙ୍କ ସମ୍ମତି ନିହାତି ଆବଶ୍ୟକ। ତାଙ୍କ ଓକିଲଙ୍କ ସହ କଥା ହେବା ପରେ ଅଫତାବ ଜାମିନ ଆବେଦନ ପ୍ରତ୍ୟାହାର ହୋଇଛି । ଏହା ପରେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ ଏବଂ ମାମଲାର ଶୁଣାଣି ଖାରଜ କରିଦେଇଥିଲେ। ତେବେ, କାହିଁକି ଜାମିନରେ ବାହାରକୁ ଆସିବାକୁ ଚାହୁଁ ନାହାଁନ୍ତି ଅବତାବ। ଏନେଇ ଅନେକ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରୁଛି । 


ଅନ୍ୟପକ୍ଷରେ  ଅଫତାବ ପୁନାୱାଲାଙ୍କ ଭଏସ୍ ନମୁନା (voice sample of Aftab Poonawall)ନେବାକୁ ଅନୁମତି ମାଗି ଦିଲ୍ଲୀ ପୋଲିସ ସାକେଟ କୋର୍ଟରେ ଆବେଦନ କରିଛି। ଆସନ୍ତାକାଲି ଦିଲ୍ଲୀ ପୋଲିସର ଆବେଦନ ଉପରେ କୋର୍ଟ ଶୁଣାଣି କରିପାରନ୍ତି । ଏହି ମାମଲାରେ ୧୭ ଡିସେମ୍ବରରେ ହୋଇଥିବା ଶୁଣାଣୀରେ ଅଫତାବ କୋର୍ଟକୁ କହିଛନ୍ତି ଯେ, ସେ ଜାମିନ୍ ଆବେଦନ ବିଷୟରେ କିଛି ଜାଣି ନାହାଁନ୍ତି । 



ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବଏଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ପରେ ଅଭିଯୁକ୍ତ ଅଫତାବ ପୁନାଓ୍ବାଲାର ବୟାନ ଆଧାରରେ ପୋଲିସ ସାଉଥ ଦିଲ୍ଲୀର ମେହରୁଲି ଜଙ୍ଗଲରୁ କିଛି ହାଡ଼ ଖଣ୍ଡ ଜବତ କରିଥିଲା । ପରେ ଶ୍ରଦ୍ଧା ବାପାଙ୍କ ଡିଏନଏ ମ୍ୟାଚ୍ ପାଇଁ ଫରେନସିକ ଲ୍ୟାବକୁ ପଠାଇଥିଲା ପୋଲିସ। ପରେ ଲ୍ୟାବ ଟେଷ୍ଟରୁ ଏହା ଏହା ସ୍ପଷ୍ଟ ହୋଇଥିଲା ଯେ, ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ ହେଉଛି ଶ୍ରଦ୍ଧାଙ୍କର।