Deepak Tinu Arrest: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁକୁ ବୁଧବାର ଗିରଫ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ପୋଲିସ ତାକୁ ରାଜସ୍ଥାନ ଅଜମେର ଅଞ୍ଚଳରୁ ଗିରଫ କରିଛି। ଅନ୍ୟପଟେ ପଞ୍ଜାବ ପୋଲିସ ଏଜିଟିଏଫ ଟିମ ମଧ୍ୟ ଟିନୁକୁ ଅଜମେର ଅଞ୍ଚଳରେ ଖୋଜୁଥିଲା। ହେଲେ ଦିଲ୍ଲୀ ପୋଲିସ ପ୍ରଥମେ ତାକୁ ଖୋଜିବାରେ ସକ୍ଷମ ହୋଇଥିଲା। ଟିନୁ ମନସା ପୋଲିସ ହେପାଜତରେ ରହିଥିବା ବେଳେ ଫେରାର ହୋଇ ଯାଇଥିଲା। ତାକୁ ଫେରାର କରାଇବା ଅଭିଯୋଗରେ ଜଣେ ସିଆଇଏ ଇନ୍ସପେକ୍ଟର ସେବାରୁ ବରଖାସ୍ତ ହୋଇଥିଲେ।


COMMERCIAL BREAK
SCROLL TO CONTINUE READING

ପୋଲିସ ସୂତ୍ରରୁ ପ୍ରକାଶ ଯେ ସିଆଇଏ ଦାୟିତ୍ୱରେ ରହିଥିବା ପ୍ରୀତପାଲ ସିଂହ ଦୀପକ ଟିନୁ ତାଙ୍କ ବ୍ୟକ୍ତିଗତ ଗାଡି଼ରେ ସିଆଇଏ ମାନସା କାର୍ଯ୍ୟାଳୟରୁ ମନସା ସିଭିଲ ଲାଇନ ଠାରେ ଅବସ୍ଥିତ ତାଙ୍କ ସରକାରୀ ବାସଭବନ ବି-୪ ନେଇଥିଲେ। ଯେଉଁଠାରେ ଟିନୁ ନିଜ ବାନ୍ଧବୀକୁ ଭେଟିବା ପାଇଁ ଏକ କୋଠରୀରେ ଏକୁଟିଆ ରହିଥିଲା। ଅନ୍ୟପଟେ ପ୍ରୀତପାଲ ସିଂହ ଅନ୍ୟ ଏକ କୋଠରୀକୁ ଚାଲି ଯାଇଥିଲା। ଏହି ସମୟରେ ଟିନୁ ନିଜ ଗର୍ଲଫ୍ରେଣ୍ଡ ସହ ଘଟଣାସ୍ଥଳରୁ ଫେରରା ହୋଇଯାଇଥିଲା।


ଦୀପକ ଟିନୁ ହେଉଛି ସେହି ୨ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜଡ଼ିତ ରହିଛି। ଏହି ହତ୍ୟା ମାମଲାରେ ମନସା ପୋଲିସ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ଦୀପକ ନାଁ ଅନ୍ତର୍ଭୂକ୍ତ ରହିଛି। ଗତ ଜୁଲାଇ ୪ ତାରିଖରେ ତାକୁ ଦିଲ୍ଲୀରୁ ଟ୍ରାଞ୍ଜିଟ ରିମାଣ୍ଡରେ ଜେରା ପାଇଁ ତିହାଡ଼ ଜେଲ ଅଣା ଯାଇଥିଲା। ଚାର୍ଜସିଟ୍ ଅନୁଯାୟୀ ଟିନୁ ଏହି ହତ୍ୟାକାଣ୍ଡ ଭିଆଇବାରେ ସହାୟତା ପ୍ରଦାନ କରିଥିଲା। 


ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟାଇବା ପାଇଁ ସେ ତିହାର ଜେଲରେ ବନ୍ଦୀ ରହିଥିବା ଲରେନ୍ସ ବିଷ୍ଣୋୟୀ ସହ ଯୋଗାଯୋଗରେ ରହିଥିଲା। ସେ ବିଦେଶରେ ଲୁଚି ରହିଥିବା ମାଷ୍ଟରମାଇଣ୍ଡ ଗୋଲଡି ବ୍ରାରକୁ ମଧ୍ୟ ସାହାଯ୍ୟ କରିଥିଲେ। ପୂର୍ବରୁ ଗତ ୨୦୧୭ ବର୍ଷରେ ପୋଲିସ ହେପାଜତରୁ ଫେରାର ହୋଇ ଯାଇଥିଲା ଦୀପକ ଟିନୁ। ତାହାର ଜଣେ ସହଯୋଗୀ ଟିନକୁ ହରିୟାଣାରୁ ଫେରାର ହୋଇଯିବାରେ ସାହାଯ୍ୟ କରିଥିଲା। ହରିୟାଣା ପଞ୍ଚକୁଲାସ୍ଥିତ ସିଭିଲ ହସ୍ପିଟାଲ ଠାରେ ଜଣେ ପୋଲିସ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଟିନୁକୁ ଫେରାର କରି ଦେଇଥିଲେ ତାହାର ସହଯୋଗୀ। ସେହି ବର୍ଷ ଡିସେମ୍ବର ମାସରେ ବେଙ୍ଗାଲୁରୁରୁ ଭବାନୀ ପୋଲିସ ଏହି ଗ୍ୟାଙ୍ଗଷ୍ଟରକୁ ଗିରଫ କରିଥିଲା। ଟିନୁ ବିରୋଧରେ ଅନେକ ରାଜ୍ୟରେ ହତ୍ୟା ସମେତ ଅନେକ ମାମଲା ରୁଜୁ କରାଯାଇଛି।