ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଅବିଶ୍ୱାସନୀୟ ମାମଲା ସାମନାକୁ ଆସିଛି। ଯାହା ବିଷୟରେ ଶୁଣିଲେ ଯେକୌଣସି ମଣିଷର ପାଦତଳୁ ମାଟି ଖସିଯିବ। ଜଣେ ୬୮ ବର୍ଷୀୟ ବ୍ୟକ୍ତି ଗୋଟିଏ କି ଦୁଇଟି ନୁହଁ ୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। କୁକୁରକୁ ଦୁଷ୍କର୍ମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।


COMMERCIAL BREAK
SCROLL TO CONTINUE READING

ନୀରିହ କୁକୁରଙ୍କ ସହ କୁକର୍ମ କରିଥିବା ଅଭିଯୁକ୍ତ ହେଉଛନ୍ତି ଅହମ୍ମଦ ଶାହି (Ahmed Shahi)। ଦୀର୍ଘ ଦିନ ଧରି ସେ ରିତିମୟ ଭାବେ ବୁଲା କୁକୁରଙ୍କୁ ଦୁଷ୍କର୍ମ (Abused Dogs) କରୁଥିଲେ। ହେଲେ ଦିନେ କୁକୁର ସହ ଅହମ୍ମଦ ନିଜ ଶାରୀରିକ ଭୋକ ମେଣ୍ଟାଇବା ବେଳର ଭିଡିଓ ଜଣେ ଯୁବକ କ୍ୟାମେରାରେ କଏଦ କରିଥିଲେ। ଏହି ଭିଡିଓ (Viral Videos) ଆଧାରରେ ଅହମ୍ମଦଙ୍କୁ ପୋଲିସ (DN Nagar Police Station) ଗିରଫ କରିଛି।


Also Read: ଜାଣନ୍ତୁ, ଜାପାନୀଙ୍କ ଦୀର୍ଘାୟୁ ପଛର ରାଜ୍


ସେପଟେ ପୀଡିତ କୁକୁରଙ୍କୁ ନ୍ୟାୟ ଦେବାପାଇଁ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହୋଇଯାଇଛି। ସୋମବାର ଟ୍ୱିଟରରେ #SorrySheru ଟ୍ରେଣ୍ଡ କରୁଥିଲା। ଲୋକେ PETA ସହ ସେଲିବ୍ରିଟିଙ୍କୁ ଟ୍ୟାଗ କରି ଟ୍ୱିଟ୍ କରୁଛନ୍ତି। ଅନେକ କଥାକଥିତ ଲିବରାଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସବୁ ପ୍ରସଙ୍ଗରେ ମୁଣ୍ଡ ପୁରାଉ ଥିବା ବ୍ୟକ୍ତିମାନେ କୁକୁରଙ୍କୁ ନ୍ୟାୟ ଦେବାକୁ କାହିଁକି ଆସୁ ନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। 



ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଅହମ୍ମଦ ଶାହି ପେଶାରେ ଜଣେ ପନିପରିବା ବିକାଳି। ଯେଉଁ ଯୁବକ ଭିଡିଓ ସୁଟିଂ କରିଥିଲେ ତାଙ୍କୁ ଅହମ୍ମଦଙ୍କ ପରିବାର ମାଡ ମାରିଛନ୍ତି। ଗିରଫ ହେବା ପରେ ଅଭିଯୁକ୍ତ ଅହମ୍ମଦ କହିଛନ୍ତି ଯେ, ସେ କୁକୁରଙ୍କ ସହ ଯାହା କରିଛନ୍ତି ତାହା ଅପରାଧ ନୁହେଁ। ପୋଲିସ (Mumbai Police) IPCର ଧାରା ୩୭୭ (ଅପ୍ରାକୃତିକ ଶାରୀରିକ ସମ୍ପର୍କ), ୪୨୯ (ପଶୁଙ୍କୁ କ୍ଷତି ପହଞ୍ଚାଇବା) ଓ Prevention of Cruelty to Animals 1960 ଅନୁଯାୟୀ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି।