ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମରେ ନ୍ୟାୟ ପାଇଁ ୨୦ ମାସର ଶିଶୁ କନ୍ୟାକୁ ଧରି ଧାରଣା ଦେଲା ପ୍ରେମିକା। ସୂଚନା ମୁତାବକ କୁଲାଗଡ଼ ଗ୍ରାମର କଂଗ୍ରେସ ସେଠିଙ୍କ ପୁଅ ସମୀର ସେଠିଙ୍କ ନରେନ୍ଦ୍ରପୁର ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ଗତ ୪ ବର୍ଷ ତଳେ ପ୍ରେମ ସମ୍ପକ ଗଢି ଉଠିଥିଲା। ପରେ ସମୀର ସମ୍ପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯାହା ଫଳରେ ତାଙ୍କ ପ୍ରେମିକା ଗର୍ଭବତୀ ହୋଇଥିବାର ଜାଣିବା ପରେ ତାଙ୍କୁ ଛାଡି ଦେଇଥିଲେ ପ୍ରେମିକ। 


COMMERCIAL BREAK
SCROLL TO CONTINUE READING

ଏହା ପରେ ପ୍ରେମିକା ୨୦୨୦ ରେ ପ୍ରେମିକଙ୍କ ବିରୋଧରେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିବା ସହ ନିଜ ପ୍ରେମିକ ଘର କୁଲାଗଡ଼କୁ ଆସି ଧାରଣା ଦେଇଥିଲେ। ଯାହା ପରେ ପ୍ରେମିକ ସମୀରକୁ ଗିରଫ କରି ଜେଲ ପଠାଯାଇଥିଲା। ପ୍ରେମିକ ଜେଲରେ ଥିବା ବେଳେ ପ୍ରେମିକା ତାଙ୍କ ସହ କଥା ହେଉଥିଲା। ଏପରିକି ପ୍ରେମିକଙ୍କୁ ଦେଖା କରିବା ପାଇଁ ପ୍ରେମିକା ଜେଲକୁ ଯାଉଥିଲେ। 


ପ୍ରେମିକ ସମୀର ତାଙ୍କୁ ପ୍ରେମିକାଙ୍କୁ କହିଥିଲେ ଯଦି ସେ ତାଙ୍କୁ ଜେଲରୁ ବାହାର କରନ୍ତି ତାହେଲେ ସେ ତାଙ୍କୁ ବିବାହ କରିବେ। ଏହା ପରେ ପ୍ରେମିକା, ପ୍ରେମିକଙ୍କ ଜାମିନ ପାଇଁ କୋର୍ଟରେ ଅପିଲ କରିଥିଲେ। ଯେଉଁଥି ପାଇଁ ପ୍ରେମିକଙ୍କୁ,୨ ମାସ ପାଇଁ ସର୍ତ୍ତମୂଳକ ଜାମିନ ମଧ୍ୟ ମିଳିଥିଲା। ହେଲେ ସେ ଜେଲରୁ ଆସିବା ପରେ ଏବେ ପ୍ରେମିକଙ୍କୁ ବିବାହ କରିବା ଦୂରର କଥା ତାଙ୍କ ମୋବାଇଲ ନମ୍ବର କୁ ବ୍ଲକ ଲିଷ୍ଟ ରେ ପକାଇ ଦେଇଛି। ବାଧ୍ୟ ହୋଇ ପ୍ରେମିକା, ପ୍ରେମିକଙ୍କ ଘର ଆଗରେ ନିଜର ୨୦ ମାସର ଝିଅକୁ ଧରି ଧାରଣା ଦେଇଛନ୍ତି।