ନୟାଗଡ: କଲେଜ ଯାଉଥିବା ବେଳେ ୨ କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ଏକ ଅଜଣା କାରରେ ଉଠାଇନେଲେ ଦୁର୍ବୃର୍ତ୍ତ l ଗଣିଆ କଲେଜ ଫାଟକ ସମ୍ମୁଖରେ ୨ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃର୍ତ୍ତ ଏକ ନମ୍ବର ବିହୀନ କାରରେ ଆସ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ୨ କଲେଜ ଛାତ୍ରୀ ହେଲେ ଗଣିଆ କଲେଜର ଯୁକ୍ତ ୩ ଛାତ୍ରୀ ଗାୟତ୍ରୀ ବେହେରା ଏବଂ ସୁଜାତା ମୁଦୁଲି l


COMMERCIAL BREAK
SCROLL TO CONTINUE READING

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ। ଅପହରଣକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ଦାବିରେ ଗଣିଆ ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ l  ଅପହରଣକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଅପହୃତ ୨ ଛାତ୍ରୀଙ୍କ ବାବଦରେ କୌଣସି ପତ୍ତା ମିଳିନାହିଁ।