ବୌଦ୍ଧ: ଆଦର୍ଶ ଥାନା ପୋଲିସକୁ ମିଳିଲା ବଡ ସଫଳତା। ଜିଲ୍ଲାର ଖଜୁରିପଡା ଅଞ୍ଚଳରେ ଚଢାଉ କରି ୪ କ୍ୱିଣ୍ଟାଲ ୨୫ କେଜି ଗଞ୍ଜେଇ ସହିତ ମାକ୍ସ ପିକଅପ ଜବତ କରିବା ସହ ଦୁଇ ଚାଲାଣକାରୀ ଗିରଫ କରିଛି ପୋଲିସ। ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରି ପଞ୍ଚାୟତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱୀନୀ କହଁର। 


COMMERCIAL BREAK
SCROLL TO CONTINUE READING

ଖବର ପାଇବା ପରେ ଗଞ୍ଜେଇ ଚୋରାଚାଲାଣକୁ (Cannabis Smuggling) କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ। ଖଜରୁରୀପଡା ଅଞ୍ଚଳରେ ଏକ ମାକ୍ସ ପିକଅପ (Max Pick UP Van) ଗାଡି ନଂ ଓଡି-୦୩-ଏସ-୧୬୫୧ (OD-03-S-1651) ଯୋଗେ ୧୨ଟି ବଡ ବଡ ଜରି ବସ୍ତାରେ (Plastic Sack) ଗଞ୍ଜେଇ (Marijuana) ରଖାଯାଇ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୌଦ୍ଧ ଥାନା ଅଧିକାରୀଙ୍କ (Boudh Police Station Officer) ନେତୃତ୍ୱରେ ପୋଲିସର ଏକ ୧୦ ଜଣିଆ ଟିମ ଚଢାଉ କରିଥିଲା। ଘଟଣାସ୍ଥଳରୁ ୪ କ୍ୱିଣ୍ଟାଲ ଗଞ୍ଜେଇ (Ganja) ସହ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ମାକ୍ସ ପିକଅପ ଗାଡିକୁ ଜବତ କରିବା ସହିତ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। 


Also Read: ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୪ ଗିରଫ


ଗିରଫ ହୋଇଥିବା ଦୁଇ ଜଣ ଚୋରାଚାଲାଣକାରୀ ହେଲେ ମନମୁଣ୍ଡା ଥାନା (Manmunda Police Station) ଅନ୍ତର୍ଗତ ବଡଦୁନାଲୀ ଗ୍ରାମର ୩୨ ବର୍ଷୀୟ ଯୁବକ ରାଜିବ ମଲ୍ଲିକ ଏବଂ ପଙ୍କୁଆଳପଡା ଗ୍ରାମର ୩୦ ବର୍ଷୀୟ ଯୁବକ ପରମେଶ୍ୱର କର୍ଣ୍ଣ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି କହିବା ସହିତ ଗିରଫ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବୌଦ୍ଧ ଥାନା ଅଧିକାରୀ।