Cruel love story, ଲକ୍ଷ୍ନୌ: ଅପରାଧ ପାଇଁ ଉତ୍ତର ପ୍ରଦେଶର ଉନ୍ନାଉ ଜିଲ୍ଲା ଦେଶରେ ବଦନାମ। ଏହି ଜିଲ୍ଲା ପୁଣି ଥରେ କ୍ରୁର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାକୁ ଆସିଛି। ଜଣେ ଯୁବକ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଅଘଟଣ ଘଟିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରି ମାମଲାର ଛାନଭିନ୍ କରୁଛି। ତେବେ ଅଭିଯୁକ୍ତ ତିନୋଟି କଥିତ ଶକ୍ତି ବର୍ଦ୍ଧକ ବଟିକା ଖାଇ ଶାରୀରିକ ସମ୍ପର୍କ ରଖିଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ଉନ୍ନାଉ ସଦର ଥାନା ଅଞ୍ଚଳର ଏକ ଗ୍ରାମରେ ନିଜର ଦୁଇ ଝିଅ ଓ ଗୋଟିଏ ପୁଅ ସହ ଜଣେ ଶିକ୍ଷାମିତ୍ର ଓ ଆଶା ସହାୟିକା ରହୁଥିଲେ। ଗୁରୁବାର ସକାଳେ ଉଭୟ ସ୍ୱାମୀ-ସ୍ତ୍ରୀ ଡ୍ୟୁଟି ଚାଲିଗଲେ। ସାନ ଝିଅ ଓ ପୁଅ ସ୍କୁଲ ଯାଇଥିବା ବେଳେ କଲେଜ ପଢୁଥିବା ବଡ ଝିଅ ଘରେ ଥିଲା। ଅପରାହ୍ନ ତିନିଟା ବେଳେ ସାନ ଭାଇ, ଭଉଣୀ ଆସି ଦେଖିବା ବେଳେ ଘର ବାରଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିର୍ବସ୍ତ୍ର ହୋଇ ବଡ ଭଉଣୀ ପଡିଥିଲା। ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପୋଲିସ ତାଙ୍କୁ ମୃତ ଘୋଷଣା କରିଥିଲେ।


Also Read: ଶ୍ରଦ୍ଧାଙ୍କ ପିତାଙ୍କ 'ଲଭ ଜିହାଦ୍' ସନ୍ଦେହ; ହତ୍ୟାକାରୀ ଅଫତାବଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦାବି


ଡାକ୍ତରଙ୍କ ଠାରୁ ସୂଚନା ପାଇଲା ପରେ ପୋଲିସ, ହସ୍ପିଟାଲ ପହଞ୍ଚି ଏକ ମାମଲା ରୁଜୁ କରିଥିଲା। ପାରିପାଶ୍ୱିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା ମାମଲା ଭଳି ଜଣା ପଡୁଥିଲା। ପୋଷ୍ଟମର୍ଟମରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଯୌନାଙ୍ଗରେ ଦେଢ ସେଣ୍ଟିମିଟରର କ୍ଷତ ଥିଲା। ଏହା ବ୍ୟତୀତ ଯୁବତୀଙ୍କ ଗର୍ଭାଶୟ ମଧ୍ୟ ଫାଟି ଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି ଖବର ଆସିବା ପରେ ଗ୍ରାମବାସୀମାନେ ଉତ୍ତେଜିତ ହୋଇଯାଇଥିଲେ। ଆଉ ପୋଲିସ ତରବରିଆ ଭାବେ ପୀଡିତାଙ୍କ ପଡୋଶୀ ଯୁବକକୁ ଗିରଫ କରି ପଚରାଉଚରା କରିଥିଲା।


ପଡୋଶୀ ଯୁବକ ଅପରାଧ କରିନଥିବା ଓ ପୀଡିତା ସହ କୌଣସି ସମ୍ପର୍କ ନଥିବା କହିଥିଲା। ଏହା ପରେ ପୋଲିସ ପୀଡିତାଙ୍କ ମୋବାଇଲ ଓ ଟ୍ୟାବକୁ ଯାଞ୍ଚ କରିଥିଲା। କିନ୍ତୁ ଦୁଇଦିନ ପର୍ଯ୍ୟନ୍ତ ପାସୱାର୍ଡ ଖୋଲି ପାରିଲା ନାହିଁ। ଆଉ ଯେତେବେଳେ ଖୋଲିଲା, ସେତେବେଳେ ପୋଲିସ ହାତରେ ହତ୍ୟାକାଣ୍ଡର ଏକ ବଡ ସୁରକ୍ ଲାଗିଲା। ପୋଲିସ ଶିବନଗରସ୍ଥିତ ଏକ କଲେଜର ପୁରୁଷ ଛାତ୍ରାବାସରେ ଚଢାଉ କରି ଏମଏ ପଢୁଥିବା ରାମବରମ ଗୌତମ ଓ ତାର ଦୁଇ ସାଙ୍ଗକୁ ଉଠାଇ ଆଣିଲା। ଆଉ ପୋଲିସର ଜେରା ବେଳେ ରାମବରମ ସମସ୍ତ ଦୋଷ ସ୍ୱିକାର କରିଥିଲା।


Also Read: Shraddha murder case: ପ୍ରେମିକାକୁ ୩୫ ଖଣ୍ତ କଲା ପ୍ରେମିକ, ସବୁ ଦିନ ରାତିରେ କରୁଥିଲା...


ଗୌତମ ଓ ପୀଡିତାଙ୍କ ସିଡିଆର ଓ ହ୍ୱାଟସଅପ ଚାଟ୍ରୁ ପୋଲିସକୁ ଅନେକ ପ୍ରମାଣ ମିଳିଛି। ମାଖିର ରାୱତପୁର ନିବାସୀ ରାମବରମ ଗୌତମ ପୋଲିସକୁ କହିଥିଲା ଯେ, ପୀଡିତା ସହ ସୋସିଆଲ ମିଡିଆରେ ତାର ଭେଟ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ଲୁଚାଛପାରେ ସେମାନେ ମିଳାମିଶା କରୁଥିଲେ। ନଭେମ୍ବର ୧୦ ତାରିଖରେ ସେ ପୀଡିତାଙ୍କ ଘରକୁ ଯାଇଥିଲା। ଉଭୟେ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାକୁ ଦେଖି ଗୌତମ ଭୟଭୀତ ହୋଇ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଥିଲା। ତେବେ ଯୁବତୀଙ୍କ ଘରକୁ ଯିବା ପୂର୍ବରୁ ସେ ତିନୋଟି କାମୋତ୍ତେଜକ ବଟିକା ଖାଇଥିବା ସ୍ୱିକାର କରିଛି।