Lucknow Suicide Case: ମାଆର ଆକଟ ହେଲା କାଳ । ଅନଲାଇନ୍ ଗେମ ପାଲଟିଲା ଆତ୍ମହତ୍ୟାର କାରଣ। ଜଣେ ୧୦ ବର୍ଷର ବାଳକଙ୍କୁ ମାଆ ମୋବାଇଲେ ଅନଲାଇନ୍ ଗେମ ଖେଳିବା ପାଇଁ ବାରଣ  କରିଥିଲେ। ଏଥିରେ ରାଗିଯାଇ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ଚିତ୍ବାର ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ସୋମବାର ଦିନ ଏଭଳି ଘଟଣା ଘଟିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଉତ୍ତରପ୍ରଦେଶ ଲକ୍ଷ୍ନୌର ଚିତ୍ବାର ଅଞ୍ଚଳରେ ବସବାସ କରନ୍ତି ଏକ ସାଧାରଣ ପରିବାର । ୧୦ ବର୍ଷର ବାଳକ ମୋବାଇଲ ଗେମ ସହ ଅଭ୍ୟସ୍ତ ଥିଲେ। ଏପରିକି ପିଲାଟି ମଧ୍ୟ ଗେମ ପାଇଁ ସ୍କୁଲ ଯିବା ମଧ୍ୟ ଛାଡି ଦେଇଥିଲା। ଯାହାକୁ ନେଇ ଚିନ୍ତାରେ ପଡିଥିଲେ ପରିବାର ଲୋକେ। ଏନେଇ ପିଲାଟିକୁ ଅନଲାଅଇନ୍ ଗେମରୁ ନିବୃତ୍ତ କରିବା ପାଇଁ  ମାଆ ଚାହୁଁଥିଲେ। ଏ-ନେଇ ସୋମବାର ଦିନ ସଂନ୍ଧ୍ୟା ସମୟରେ ପିଲାଟି ଅନଲାଇନ୍ ଗେମ୍ ଖେଳୁଥିବା ଦେଖି ମାଆ ମୋବାଇଲ ଫୋନଟି ଛଡେଇ ନେଇ ଯାଇଥିଲେ। ଏଥିରେ ପିଲାଟି ରାଗି ଯାଇଥିଲା ଘରେ କେହି ନ ଥିବା ଦେଖି ସାନ ଭଉଣୀକୁ ବାହାରକୁ ପଠାଇ ଦେଇଥିଲା। ଆଉ ଘରେ କବାଟ ବନ୍ଦ କରି ବେକରେ ରଶି ଲଗାଇ ଝୁଲି ପଡିଥିଲା। ପରେ ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା।  କେନ୍ଦ୍ରୀୟ ଜୋନର ଡିସିପି ଅପର୍ଣ୍ଣା ରଜତ କହିଛନ୍ତି, ଏ-ନେଇ ପିଲାଟିର ମାଆ ଘଟଣା ନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଏବଂ ଘଟଣାର ତଦନ୍ତ ଜାରି ରହିଛି । 



ନିକଟରେ ଲକ୍ଷ୍ନୌରେ ମଧ୍ୟ ଅନଲାଇନ୍ ଗେମ ପାଇଁ ଆଉ ଏକ ପରିବାର ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ପବଜି ଖେଳ ପାଇଁ ମାର ପ୍ରାଣ ନେଇ ଯାଇଛି ପୁଅ । ପବଜି ଖେଳ ଗୋଟେ ହସଖୁସିର ପରିବାରକୁ ଉଜାଡି ଦେଇଛି । ପାପିଜି ପ୍ରେମରେ ଅନ୍ଧ ହୋଇ ମା କୁ ଅତି ନିର୍ମମ ଭାବେ ହତ୍ୟା କରିଛି ନାବାଳକ ପୁଅ । କେବଳ ମାକୁ ହତ୍ୟା କରି ନାହି ବରଂ ଦୁଇ ଦିନ ଯାଏଁ ମାର ଶବକୁ ଘରେ ଲୁଚାଇ ରଖିଥିଲା । କିନ୍ତୁ ମୃତ ଦେହରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚିବା ପରେ ପୁଅର ଘଟଣା ଉପରୁ ପରଦା ହଟିଥିଲା । 



ସେହିପରି ନିକଟରେ ଓଡିଶାରେ ମଧ୍ୟ ଅନଲାଇନ୍ ଖେଳି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ମାନପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଯୁବକ ହେଲେ ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଆଶିଷ ଦାସ (୨୨) । ଆଶିଷ ମାନପୁର ଗ୍ରାମର ରାଜକିଶୋର ଦାସ ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁତୁରା ଆଶିଷ ଦାସ ପ୍ରାୟ ୫ଟାରେ ଘର ଭିତରୁ ପଟୁ କବାଟ ବନ୍ଦ କରି ରହିଥିବା ଦେଖିବାକୁ ପାଇଥିଲେ । ସେ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଆଶିଷଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।