Cuttack News:ପୁଣି ଲଜ୍ଜା , ଯୁବତୀଙ୍କୁ (woman)ଜିମରେ ନିଶା ଦେଇ କରାଯାଇଛି ଦୁଷ୍କର୍ମ(raped in the gym) ! ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଟକ (cuttack )ସିଡିଏ ସେକ୍ଟର-୯ରେ ଥିବା ଏକ ଜିମରେ। ଏନେଇ ପୀଡ଼ିତା ଖୋଦ୍ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି । ତେବେ, ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING


ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ (woman) କଟକର (cuttack)ସିଡିଏ ସେକ୍ଟର-୯ରେ ଥିବା ଜିମରେ ଗତବର୍ଷ ଜାନୁଆରୀରେ ଆଡମିସନ ନେଇଥିଲେ । ଏହାପରେ ସେଠାକାର ଜିମ ମାଲିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଗତବର୍ଷ ମାର୍ଚ୍ଚ ମାସରେ ମୃଦୁ ପାନୀୟରେ କିଛି ନିଶା ଦେଇ ଜିମ ମାଲିକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏପରିକି ଚେତାପଶିବା ପରେ ସମ୍ପୃକ୍ତ ମାଲିକ ସବୁ ମାନିଥିବା ଓ କାହାକୁ କିଛି ନ କହିବାକୁ ଅନୁରୋଧ କରିଥିଲେ । ଦୁଷ୍କର୍ମ ସମୟରେ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଓ ଭିଡିଓ ଉଠାଇଥିଲେ । 



ଏବଂ ତାକୁ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଏପରିକି ଗତବର୍ଷ ଜୁନରେ ଉଭୟ ବୁଲିବାକୁ କାଶ୍ମୀର ବି ଯାଇଥିଲେ । ସମ୍ପର୍କ ରଖି ଜିମ ମାଲିକ ତାଙ୍କଠାରୁ ଟଙ୍କା ନେଇଥିବା ବି ଅଭିଯୋଗ ଆଣିଛନ୍ତି ଯୁବତୀ । ବିବାହର ପ୍ରତିଶ୍ରୃତି ଦେଇ ସେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏପରିକି ତାଙ୍କ ପରିବାର ଲୋକଙ୍କୁ ବି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ପୋଲିସର ଘଟଣାର ଛାନଭିନ ଆରମ୍ଭ କରିଛି ।


Also Read : Swara Bhasker Wedding: ହିନ୍ଦୁ ରୀତିରେ ପୁଣି ଥରେ ସ୍ବାମୀ ଫହାଦଙ୍କୁ ବିବାହ କରିବେ ସ୍ବରା ଭାସ୍କର, ଜାଣନ୍ତୁ ପ୍ରି-ଓ୍ବେଡିଂର ପୂରା କାର୍ଯ୍ୟସୂଚୀ


Also Read : Fertility Diet: ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି କରେ ଏହି ୫ଟି ଖାଦ୍ୟ, ଆଜିହିଁ ନିଜ ଡାଏଟରେ କରନ୍ତୁ ସାମିଲ୍


ନିକଟରେ ଏଭଳି ଏକ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା ।ମଦ ନିଶାରେ ଚୁର ହୋଇ ବାପାକୁ ହାଣି (Youth kills father) ମାକୁ କଲା ଦୁଷ୍କର୍ମ (rapes stepmother)। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର (jajpur)  ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ । ପାରିବାରିକ କଳହକୁ କେନ୍ଦ୍ର କରି ଏପରି ସାଂଘାତିକ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

କ'ଣ ଥିଲା ପୁରା ଘଟଣାକ୍ରମ?
ଯାଜପୁର ଜିଲ୍ଲାର (jajpur) ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ରୁହନ୍ତି (Sadhai Hembram) ସଦାଇ ହେମ୍ବ୍ରମ୍ । ସଦାଇଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ବୀତିୟ ଥର ବିବାହ କରିଥିଲ। ସେବେଠାରୁ ଘରେ ଆରମ୍ଭ ହୋଇଥିଲା ଅଶାନ୍ତି । ଦ୍ବୀତିୟ ମାଆଙ୍କୁ ପସନ୍ଦ କରୁ ନଥିଲା ପୁଅ (Lugu Hembram) ଲୁଗୁ ହେମ୍ବ୍ରମ୍ । ଏପରିକି ଜମିଜମା ବିବାଦକୁ ନେଇ ମଧ୍ୟ ବାପ-ପୁଅଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡା ହୁଏ । ଘର ଓ ଜମିରୁ ଭାଗ ନେବା ପାଇଁ ଅଧିକାଂଶ ସମୟରେ ଜିଦ୍ କରେ  କଳି ଝଗଡା କରେ ପୁଅ ଲୁଗୁ । ହେଲେ ବିଳମ୍ବିତ ରାତିରେ ପୁଅ ଅତ୍ୟାଧିକ ମଦ୍ୟପାନ କରି ଘରକୁ ଫେରିବାରୁ ବାପା ଆକଟ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟ ଆରମ୍ଭ ହୋଇଥିଲା ଝଗଡା । ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ଘରେ ଥିବା ଏକ ଟାଙ୍କିଆ ଆଣି ବାପାକୁ ହାଣି ଦେଇଥିଲା ପୁଅ । ପରେ ଘଟଣାସ୍ଥଳରେ ସଦାଏଙ୍କ ମୃତ୍ୟୁ ଘଟିଥିଲା । ନିଶାସକ୍ତ ଅବସ୍ଥାରେ ଚୁର ଥିବା ପୁଅ ଭୁଲି ଯାଇଥିଲା ନିଜର ହିତାହିତ ଜ୍ଞାନ । ଘରେ ଥିବା ସାବତ ମାଆ ସହ କରିଥିଲା ଦୁଷ୍କର୍ମ । ମହିଳା ଜଣକ ଚିକ୍କାର କରିବାକୁ ଧାଇଁ ଆସିଥିଲେ ଗାଁଲୋକେ । ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ଓ ସାବତ ମାଆକୁ ଡାକ୍ତରୀମାଇନା ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।