ଜଗନ୍ନାଥ ପାତ୍ର, କଟକ: ଆସନ୍ତା ୨୦ ତାରିଖରୁ  ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଏଥିରେ ଅଧିକ ୬ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ । ସେହିପରି ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ରିପୋର୍ଟ ଟାଇମ ଧାର୍ଯ୍ୟ କରିଛି ବୋର୍ଡ । ଖାତା ଦେଖା ସମୟରେ ସାମାଜିକ ଦୂରତା ଓ କୋଭିଡ୍ ନିୟମକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋରୋନା କଟକଣା ଯୋଗୁ ଅଧିକ ବିଳମ୍ୱ ହୋଇଯାଇଥିବାରୁ କମ୍ ସମୟ ମଧ୍ୟରେ ମୂଲ୍ୟାୟନ କରିବା ବୋର୍ଡ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ । 


  • COMMERCIAL BREAK
    SCROLL TO CONTINUE READING

    ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ । 

  • ମୂଲ୍ୟାୟନ ପାଇଁ ଅଧିକ ୬ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ହେବେ ନିୟୋଜିତ । 

  • ପୂର୍ବରୁ ୧୬ହଜାର ଶିକ୍ଷକ ନିୟୋଜିତ ହୋଇଥିଲେ । 

  • ପୂର୍ବ ଭଳି ୬୦ଟି ପରୀକ୍ଷା କେନ୍ଦ୍ର ରହିବ । ମାତ୍ର ମୂଲ୍ୟାୟନ କେନ୍ଦ୍ର ଏକ୍ସଟେନସନ କରାଯାଇଛି ।

  • ସେଣ୍ଟରରେ ସାମାଜିକ ଦୂରତା ନିୟମ ପରିସରରେ ହିଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏଣ୍ଟ୍ରି ଦିଆଯିବ ।

  • ଅଧିକ ଶିକ୍ଷୟତ୍ରୀ ନିକଟବର୍ତ୍ତୀ ସ୍କୁଲକୁ ବଛାଯାଇଥିବା ମୂଲ୍ୟାୟନ କେନ୍ଦ୍ର ଏକ୍ସଟେନସନରେ ଖାତା ଦେଖିବେ । 

  • ଲକ୍‌ଡାଉନ ଯୋଗୁ ଅନ୍ୟ ସ୍ଥାନରେ ରହିଯାଇଥିବା ଶିକ୍ଷକମାନେ ମଧ୍ୟ ଏକ୍ସଟେନସନ ସେଣ୍ଟରରେ ଖାତା ଦେଖିପାରିବେ । 

  •  

  • ଏହି ଶିକ୍ଷକମାନେ ପୁଣିଥରେ ବୋର୍ଡର ୱେବସାଇଟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।

  • କ୍ୱାରନଣ୍ଟାଇନ ଅଞ୍ଚଳରେ କୌଣସି ମୂଲ୍ୟାୟନ କେନ୍ଦ୍ର ରଖାଯାଇନାହିଁ ।

  • ସମସ୍ତ ଜୋନରେ ଖାତା ଦେଖାଯିବା ଲାଗି ବ୍ୟବସ୍ଥା ।

  • କୋଭିଡ ଦାୟିତ୍ୱରେ ରହିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ରିଲିଫ କରିବା ପାଇଁ ସରକାରଙ୍କୁ ନିବେଦନ କରିଛି ବୋର୍ଡ ।
     


ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ମାଟ୍ରିକ ଖାତା ଦେଖା ପାଇଁ କିଛି ନିୟମ ମଧ୍ୟ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତୁ ଜାଣିବା, କ'ଣ ରହିଛି ନିୟମ । 


  • ସମସ୍ତ ମୂଲ୍ୟାୟନ ପରୀକ୍ଷା କେନ୍ଦ୍ରରେ କୋଭିଟ ନିୟମକୁ ବାଧ୍ୟତାମୂଳକ କରାଯାଇଛି ।

  • ସାମାଜିକ ଦୂରତା ସହିତ ହ୍ୟାଣ୍ଡ ସାନିଟାଇଜର ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାସ୍କ ବାଧ୍ୟତାମୂଳକ । 

  • ପ୍ରତିଟି ବିଷୟ ପାଇଁ ଭିନ୍ନ ଭିନ୍ନ ରିର୍ପୋଟିଂ ସମୟ ଧାର୍ଯ୍ୟ କରିଛି ବୋର୍ଡ ।

  • ସାହିତ୍ୟ, ସାମାଜିକ ବିଜ୍ଞାନ ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରକୀ ୮ଟା ସମୟରେ ରିର୍ପୋଟିଂ କରିବେ ।

  • ଇଂରାଜୀ ଓ ସାଧାରଣ ବିଜ୍ଞାନ ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀ ୯ଟା ସମୟରେ ରିର୍ପୋଟିଂ କରିବେ ।

  • ସଂସ୍କୃତ, ହିନ୍ଦି ଓ ଗଣିତ ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀ ସାଢେ ୯ଟା ସମୟରେ ରିର୍ପୋଟିଂ କରିବେ ।

  • ସମସ୍ତ ଖାତା ମୂଲ୍ୟାୟ ହୋଇ ପ୍ରତ୍ୟେକ ଦିନ ୧୨ଟା ଓ ଅପରାହ୍ନ ୪ଟାରେ  ଖାତା ମୂଲ୍ୟାୟନ ମାର୍କ ଅପଲୋଡ କରିବାର ବ୍ୟବସ୍ଥା ରଖାଯାଇଛି ।


ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟତ୍ରୀ କୋଭିଡ ୧୯ର ନିୟମକୁ ଅନୁସରଣ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି । ଏଥିସହିତ ଛାତ୍ରଛାତ୍ରୀ ଓ ଅଭିଭାବନ ମଧ୍ୟ କୌଣସି ପ୍ରକାର ବିଚଳିତ ନ ହେବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟରେ ବିଳମ୍ୱ ହୋଇଥିଲେ ମଧ୍ୟ ସମସ୍ତ ମୂଲ୍ୟାୟନ ନିର୍ଭୁଲ ରଖାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ବୋର୍ଡ ।