Cystic Acne Skin Care: ପାଣିପାଗ ପରିବର୍ତ୍ତନ ସହିତ ଚର୍ମ ଜନିତ ସମସ୍ୟା ବହୁତ ସାଧାରଣ ହୋଇଗଲାଣି । ତ୍ୱଚାରେ ବ୍ରଣ ଓ ଦାଗ ଭଳି ସମସ୍ୟା ଏଥିପାଇଁ ଦେଖା ଦେଇପାରେ। ଚର୍ମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ଯେତେ ଶୀଘ୍ର ମୁହଁରେ ଆସେ ସେତେ ଶୀଘ୍ର ଦୂର ହୋଇଯାଏ। କିନ୍ତୁ ଆପଣ କେବେ ସିଷ୍ଟିକ୍ ବ୍ରଣ ବିଷୟରେ ଶୁଣିଛନ୍ତି କି? ଆସନ୍ତୁ ଜାଣିବା ତ୍ୱଚାରେ କ’ଣ ।  ସିଷ୍ଟିକ୍ ବ୍ରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଜିଦ୍ଦିଆ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଏହି ବ୍ରଣଗୁଡିକ ଜ୍ୱଳନ ବ୍ରଣ ଅଟନ୍ତି । ଏହା ମୁହଁର ଚର୍ମ ତଳେ ଗଭୀର ହୋଇଥାନ୍ତି । ଏହି ପ୍ରକାର ବ୍ରଣରେ ପୁସ୍ ଭର୍ତ୍ତି ହୋଇ ପିମ୍ପଲ ସୃଷ୍ଟି ହୋଇଥାଏ। କିନ୍ତୁ ଚର୍ମ ବିଶେଷଜ୍ଞଙ୍କ ମତରେ ଆପଣ କିଛି ପ୍ରାକୃତିକ ଉପଚାର ଦ୍ୱାରା ସିଷ୍ଟିକ୍ ବ୍ରଣକୁ ମଧ୍ୟ ଦୂର କରିପାରିବେ । ଆସନ୍ତୁ ଜାଣିବା ଏହି ପ୍ରତିକାର ବିଷୟରେ...


ସିଷ୍ଟିକ୍ ବ୍ରଣ କାହିଁକି ହୁଏ?


ବିଶେଷଜ୍ଞଙ୍କ ମତରେ ଏଭଳି ବ୍ରଣ ସେତେବେଳେ ହୋଇଥାଏ ଯେତେବେଳେ ତେଲ ଓ ମୃତ କୋଷ ତ୍ୱଚାର ଛିଦ୍ରକୁ ବନ୍ଦ କରିଦିଏ । ସିଷ୍ଟିକ୍ ବ୍ରଣ ଯୋଗୁଁ ବ୍ୟାକ୍ଟେରିଆ ଛିଦ୍ର ସହିତ ତ୍ୱଚା ଭିତରକୁ ଯାଇଥାଏ। ଏହି କାରଣରୁ ବ୍ରଣରେ ଯନ୍ତ୍ରଣା ହେବା ସହ ଫୁଲିଥାଏ । ଏଗୁଡ଼ିକ ବହୁତ କଷ୍ଟଦାୟକ ହୋଇପାରେ ।


Apple Sideker Vinegar


ଯଦି ଆପଣଙ୍କ ତ୍ୱଚାରେ ସିଷ୍ଟିକ୍ ବ୍ରଣ ଅଛି ତେବେ ଆପଲ୍ ସିଡର୍ ଭିନେଗାର ବ୍ୟବହାର କରିପାରିବେ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ତ୍ୱଚାରୁ ବ୍ରଣ ଦୂର କରିଥାଏ। ଏଥିପାଇଁ ୧ କପ୍ ପାଣି ନେଇ ସେଥିରେ ଏକ ଚାମଚ ଭିନେଗାର ମିଶାଇ ଦିଅନ୍ତୁ। ଏହି ପାଣିରେ ମୁହଁକୁ ଭଲକରି ଧୁଅନ୍ତୁ । ଦେଖିବେ ବ୍ରଣ ଦୁରେଇ ଯିବ ।


ବରଫ ଲଗାନ୍ତୁ


ସିଷ୍ଟିକ୍ ବ୍ରଣ ସମସ୍ୟାକୁ କମ୍ କରିବା ପାଇଁ ଆପଣ ମୁହଁରେ ବରଫ ବ୍ୟବହାର କରିପାରିବେ। ବରଫ ଲଗାଇବା ଦ୍ୱାରା ଫୁଲା, କୁଣ୍ଡାଇ ହେବ ଓ ଯନ୍ତ୍ରଣା କମ୍ ହୋଇଥାଏ। ତେବେ ସିଧାସଳଖ ମୁହଁରେ ବରଫ ଲଗାଇବାଠାରୁ ଦୂରେଇ ରୁହନ୍ତୁ। ଏହାକୁ ଏକ ସୁତା କପଡ଼ାରେ ଲଗାଇ ଭଲ ଭାବେ ଘଷନ୍ତୁ। ଏହାକୁ ଦିନରେ ୨ ଥର ପ୍ରୟୋଗ କରାଯାଇପାରିବ ।


ହଳଦୀ


ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଏହା ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ। ୧ ଚାମଚ ହଳଦୀ ଗୁଣ୍ଡ ନେଇ ସେଥିରେ ଅଳ୍ପ ଗୋଲାପ ଜଳ ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାନ୍ତୁ ଏବଂ ୩୦ ମିନିଟ୍ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ।