Student Deadbody:  ଜୟପୁର (ପବନ ପାଣିଗ୍ରାହୀ): ଜୟପୁର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ଦେଇ ଆସିବା ପରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ଜୟପୁର ସହରର ପାରାବେଡ଼ା ଅଞ୍ଚଳରେ ଘଟିଛି। ସହରର ପାରବେଡା ଅରବିନ୍ଦ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସପ୍ତମ ଶ୍ରେଣୀ ଛାତ୍ର ଶିବାଶିଷ ନାୟକ ଆଜି ପରୀକ୍ଷା ଦେଇ ଫେରିବା ପରେ ଏପରି ଅଘଟଣ ଘଟିଛି।  ସେପଟେ ଏପରି ଖବର ପାଇଁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମେତ ଅଭିଭାବକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ଜମାଇଥିଲେ। ସେପଟେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଏପରି ଖବର ପାଇବା ପରେ ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରାବେଡ଼ା ସ୍ଥିତ ଘରେ ମଧ୍ୟ ତଦନ୍ତ ଜାରି ରଖିଛି ଟାଉନ ପୋଲିସ। ମୃତ ଛାତ୍ର ଶିବାଶିଷଙ୍କ ବାପାଙ୍କ ଅଭିଯୋଗ ଯେ ଗତ କିଛି ଦିନ ହେଲା ପରାବେଢ଼ା ଠାରେ ଥିବା ଦଶହରା ପଡ଼ିଆରେ ରହୁଥିବା କିଛି ଅସାମାଜିକ ନାବାଳକ ପୁଅକୁ ହଜାର ଟଙ୍କା ମାଗିବା ସହ କାହାକୁ ଯଦି କହିବ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏ ବିଷୟରେ ପୁଅ ତାଙ୍କୁ ସୂଚନା ଦେଇଥିବା କହିଥିବା କହିଛନ୍ତି। ଏପରିକି ପୁଅ ଡରିଯାଇ ଗତକାଲି ପକେଟରୁ ହଜାରେ ଟଙ୍କା ଚୋରି କରି ନେଇ ଗତକାଲି ଦେଇଥିବା ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


ଏବେ ଏଠି ପ୍ରଶ୍ନ ଉଠୁଛି କେଉ ଏକ ଅସାମାଜିକ ନାବାଳକ ଧମକ ଦେଲେ ଏହାସହ ଶିବାଶିଷର ମୃତ୍ୟୁ କିପରି ହେଲା ତାର ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ସେପଟେ ମୃତ ଶିବାଶିଷଙ୍କ ବେକର ଚିହ୍ନ ରହିଛି ପାଟିରୁ ପାଣି ବାହାରିଥିବା ଦେଖିବାକୁ ମିଳିଛି।