Jharsuguda Accident: ସମ୍ବଲପୁର: ସମ୍ବଲପୁର ଓ ରାଉରକେଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ନିକଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ବସ୍ ଦୁର୍ଘଟଣାରେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନହ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ମୃତକମାନଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୁରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ାରେ ଘରଭଡ଼ା ନେଇ ରହୁଥିଲେ। ମୃତାହତମାନେ ସମ୍ବଲପୁର ଜିଲ୍ଲା ଠେଲକୁଲିସ୍ଥିତ JSW BPSLର କର୍ମଚାରୀ।  


ସୂଚନା ଅନୁସାରେ  JSW BPSLର ଟ୍ୟୁବ୍ ମିଲରେ କାର୍ଯ୍ୟରତ ୪୦ ଜଣ କର୍ମଚାରୀ ଜେନେରାଲ୍ ସିଫ୍ଚ ଡ୍ୟୁଟି ସାରି କାରଖାନା ବସରେ ଝାରସୁଗୁଡ଼ା ଫେରୁଥିଲେ। ଝାରସୁଗୁଡ଼ାର ଏକ୍ସନ ଇସ୍ପାତ ଛକରେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝୋଇ ହାଇୱା ରାସ୍ତାରେ ଏକ ଗାଈକୁ ଧକ୍କା ଦେଇଥିଲା। 


ଗାଈକୁ ଧକ୍କା ଦେବା ପରେ ହାଇୱାଟି ଡିଭାଇଡର ଡେଇ ବିପରୀତ ଦିଗରୁ ଆସୁଥିବା ବସକୁ ଧକ୍କା ଦେଇଥିଲା।  ବସ୍ ଛାତ ଓ ଗୋଟିଏ ପାଖ ଟିଣ କଭର ଚିରି ହୋଇଯାଇଥିଲା। ଘଟଣାସ୍ଥଳରେ ବସରେ ବସିଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୫ଜଣ ପ୍ରାଣ ହରାଇଥିଲେ। ଗୁରୁତର ଆହତମାନେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


ସେପଟେ ଏହି ଦୁର୍ଘଟଣାରେ ସାଂସଦ ସୁରେଶ ପୂଜାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ମୋଦି ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି କି ଓଡ଼ିଶାରେ ହୋଇଥିବା ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ଅମର ଆତ୍ମାର ସଦଗତି କାମନା କରୁଛି। ମୃତକଙ୍କ ପରିବାରକୁ ମହାପ୍ରଭୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।