Boat Tragedy News in Odia: କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ। ଏକମାଣିଆ-କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା। ଡଙ୍ଗା ବୁଡ଼ିବା ଘଟଣାରେ ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ୨ଜଣ  ନିଖୋଜ ରହିଛନ୍ତି। ତେବେ ଡଙ୍ଗାରେ ଥିଲେ 30ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ନେଇସୂଚନା ରହିଛି। ୨ ଜଣଙ୍କ ମଧ୍ୟରୁ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ଙ୍କ ମୃତଦେହ ଉଦ୍ଧାର, ଡ଼ଙ୍ଗା ନାଉରିଆ ଙ୍କ ମିଳୁନି ପତା | ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ, ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ସାମିଲ |


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏକମାଣିଆ ଘାଟରୁ ସକାଳୁ 30 ଜଣ ଯାତ୍ରୀ ଏବଂ 3ଟି ମଟର ସାଇକେଲ ନେଇ ରାଜନଗର କେରଡାଗଡ଼ ଘାଟକୁ ଯାତ୍ରୀବାହି ବୋଟ ଟି ଆସୁଥିବା ବେଳେ ମଝି ନଇ ରେ ବୋଟ ବୁଡି ଯାଇଥିଲା। ଫଳରେ  ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ସହ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ନିଖୋଜ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି | ଉଦ୍ଧାର ହୋଇଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରାଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ବୋଟ ବୁଡିରେ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ରାଜନଗର ଅଗ୍ନିଶମ ବାହିନୀ ର ଯନ୍ତ୍ରାସ ଅଚଳ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ନହେବାରୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ନିଖୋଜ ୨ ଜଣଙ୍କ ମଧ୍ୟରୁ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଡ଼ଙ୍ଗା ନାଉରିଆଙ୍କ ପତ୍ତା ମିଳୁନି । 


ସେପଟେ ଏହି ଏକମାଣିଆ ପଂଚାୟତର ଏକମାଣିଆ, ନଳପାହି ଓ ଦକ୍ଷିଣଦିଆ ୩ଟି ଗାଁକୁ ନେଇ ଗଠିତ। ଏହି ପଂଚାୟତକୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରୀ ରହିଛି । ଗାଁରୁ ବାହାରକୁ ବାହାରିଲେ ଡ଼ଙ୍ଗା ହିଁ ଏକମାତ୍ର ଭରସା। ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁ କୁ ଆମ୍ବୁଲାନସ ଅଗ୍ନିଶମ ଗାଡି ଯାଇନାହିଁ । ରାତି ଅଧରେ କାହାର ଦେହ ଖରାପ ହେଲେ ଶିକା ଭାର ହିଁ ଏକମାତ୍ର ଭରସା। ଏହି ବ୍ରହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରେ ରାଜନଗର ଆସିଥିବା ବେଳେ ଶୁଭ ଶିଳାନ୍ୟାସ କାରିଥିଲେ। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଜି ପର୍ଯ୍ୟନ୍ତ ପୋଲ କେବଳ ଶିଳାନ୍ୟାସରେ ସୀମିତ ରହିଛି । ତେଣୁ ତୁରନ୍ତ ସରକାର ଅନ୍ୟ ମୂଲ୍ୟବାନ ଜୀବନ ଯିବା ପୃବରୁ ପୋଲ ନିର୍ମାଣ କରି ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅପରପକ୍ଷ୍ୟରେ ସରକାରଙ୍କର ଲୋକମାନଙ୍କ ଜୀବନ ପ୍ରତି ଦରଦ ବଦଳରେ କମ୍ପାନୀ ପ୍ରୀତି ପାଇଁ ଆଜି ପର୍ଯ୍ୟନ୍ତ ପୋଲ ହୋଇ ପାରିନାହିଁ। ତୁରନ୍ତ ସରକାର ପୋଲ ନିର୍ମାଣ କରି ମୂଲ୍ୟବାନ ଜୀବନ ସୁରକ୍ଷିତ ରଖନ୍ତୁ ବୋଲି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି। କେବେ ଏହି ନଦୀ ଉପରେ ପୋଲ ନିର୍ମାଣ କରି ସରକାର ଅଂଚଳବାସୀଙ୍କ ଧନ ଜୀବନ କୁ ସୁରକ୍ଷା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।


Also Read: Drug Ban: ସର୍ବାଧିକ ବ୍ୟବହୃତ ୪୮ଟି ଔଷଧ ଉପରେ ଲାଗିଲା ବ୍ୟାନ! କ୍ୱାଲିଟି ଟେଷ୍ଟରେ ହୋଇଥିଲା ବିଫଳ


Also Read: IPL 2023: ଆମେ ହାରିବା ପାଇଁ ଯୋଗ୍ୟ ଥିଲୁ, କାହିଁକି ଏପରି କହିଲେ ବିରାଟ