ନବଜାତ କନ୍ୟାକୁ ନଦୀ କୂଳରୁ ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି
ଉଭୟ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନ ଭଳି ଶିଶୁ କନ୍ୟାର ଯତ୍ନ ନେଉଛନ୍ତି । ପୂର୍ବରୁ ଶାମସନଙ୍କ ୪ଟି ପୁଅ ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ଶାମସନ୍ ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଶାମସନଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।
କନ୍ଧମାଳ: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏସବୁ ସତ୍ତ୍ୱେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି । ଜନ୍ମ ଦେବାପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ମା' ନଦୀ କୂଳେ ଫୋପାଡ଼ି ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଆଦିବାସୀ ଦମ୍ପତି କିନ୍ତୁ ଶିଶୁ କନ୍ୟାଟିକୁ ଆପଣେଇ ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଗଦଡ଼ି ଗାଁରେ ।
ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ଚତୁର୍ଥ ଦିନ ୫୦ ହଜାରରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
ଗତ ମେ ମାସ ୨୯ ତାରିଖ ଦିନ ଦାରିଙ୍ଗବାଡି ବ୍ଲକ୍ ଗଦଡ଼ି ଗାଁର ଆଦିବାସୀ ବ୍ୟକ୍ତି ଶାମସନ୍ ପ୍ରଧାନ ନାମକ ବ୍ୟକ୍ତି କାମରୁ ଫେରିବା ସମୟରେ ଗଦଡ଼ି ନାଳ ନିକଟରେ ଶିଶୁର କାନ୍ଦ ଶୁଣିଥିଲେ । ଆଉ ପ୍ରଥମେ କାନ୍ଦ ଶୁଣି ଚମକି ମଧ୍ୟ ପଡ଼ିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାହସ କରି କାନ୍ଦ ଶୁଭୁଥିବା ସ୍ଥାନ ଆଡ଼କୁ ଯାଇଥିଲେ । ସେଠାରେ ଦେଖିଲା ବେଳକୁ ଗୋଟିଏ ନବଜାତ ଶିଶୁକନ୍ୟା ରାହା ଧରି କାନ୍ଦୁଛି । ଭାବପ୍ରବଣ ହୋଇ ଶାମସନ୍ ଶିଶୁ କନ୍ୟାକୁ କୋଳେଇ ନେବାସହ ଘରକୁ ନେଇଯାଇଥିଲେ ।
ଅଧିକ ପଢ଼ନ୍ତୁ:-କ୍ଷୁଦ୍ର ସଞ୍ଚୟ ଯୋଜନାର ନିବେଶକଙ୍କୁ ବଡ଼ ଆଶ୍ୱସ୍ତି, ସୁଧ ହାରକୁ ନେଇ ଏହି ନିଷ୍ପତ୍ତି ନେଲେ ମୋଦି ସରକାର
ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନ ଭଳି ଶିଶୁ କନ୍ୟାର ଯତ୍ନ ନେଉଛନ୍ତି । ପୂର୍ବରୁ ଶାମସନଙ୍କ ୪ଟି ପୁଅ ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ଶାମସନ୍ ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଶାମସନଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।